CJP: କନ୍ନଟ୍ ପ୍ଲେସ୍‌ରେ ସିଜେପିର ଆନ୍ଦୋଳନକୁ ଅନୁମତି ଦେଲେ ହାଇକୋର୍ଟ

4 hours ago 1
ARTICLE AD BOX

ନୂଆଦିଲ୍ଲୀ: କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ଏବଂ ଏହାର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଆସନ୍ତାକାଲି ଦିଲ୍ଲୀର କନ୍ନଟ୍ ପ୍ଲେସ୍‌ସ୍ଥିତ ସେଣ୍ଟ୍ରାଲ ପାର୍କରେ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ବନ୍ଦ କରିବାକୁ ଦାଖଲ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତେବେ ଆନ୍ଦୋଳନ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ସ୍ଥିତି ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଦିଲ୍ଲୀ ପୁଲିସ କୋର୍ଟଙ୍କୁ ଆଶ୍ୱାସନା ଦେଇଛି।

ପାଳିକା ବଜାରର ଲାଇସେନ୍ସପ୍ରାପ୍ତ ରାସ୍ତାକଡ଼ ବ୍ୟବସାୟୀ ଅନିଲ କୁମାର ଗୁପ୍ତା ଏହି ଆନ୍ଦୋଳନ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଆନ୍ଦୋଳନ ଯୋଗୁଁ କନ୍ନଟ୍ ପ୍ଲେସ୍‌ରେ ବ୍ୟବସାୟିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବା ସହ ବ୍ୟବସାୟୀ ଓ ସେଠାରେ କାର୍ଯ୍ୟରତ ଅନ୍ୟ ଲୋକଙ୍କ ସମସ୍ୟା ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ। ଶୁଣାଣି ସମୟରେ ଦିଲ୍ଲୀ ପୁଲିସ ଏହି ଆଶଙ୍କାକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେବ ବୋଲି କୋର୍ଟଙ୍କୁ ଜଣାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୩ରେ ହେବ।

ଏକାଠି ହେବାକୁ ସେ ନାଗରିକମାନଙ୍କୁ ଆହ୍ୱାନ


ସିଜେପି ସଦସ୍ୟ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ଗିରଫକୁ ବିରୋଧ କରି ଦୀପକେ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି। ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଜାତୀୟ ପତାକା ତ୍ରିରଙ୍ଗା ସହ କନ୍ନଟ୍ ପ୍ଲେସ୍‌ରେ ଏକାଠି ହେବାକୁ ସେ ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି। ତ୍ରିରଙ୍ଗା ଉଡ଼ାଇବା କୌଣସି ଅପରାଧ ନୁହେଁ ବୋଲି କହିବା ସହ ବିଭିନ୍ନ ସହରରେ ତ୍ରିରଙ୍ଗା ଯାତ୍ରା ଆୟୋଜନ ପାଇଁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି। ଏହି ଆନ୍ଦୋଳନ ଡାକରା ପାଇଁ ତାଙ୍କୁ ମଧ୍ୟ ଗିରଫ କରାଯାଇପାରେ ବୋଲି ଦୀପକେ ଆଶଙ୍କା ପ୍ରକାଶ କରିଛନ୍ତି।

ସିଜେପିର ତ୍ରିରଙ୍ଗା ଯାତ୍ରା ପୂର୍ବରୁ ଅକ୍ଟୋବର ୧୬ ଓ ୧୭ରେ ବନ୍ଦ ରହିବ ସେଣ୍ଟ୍ରାଲ ପାର୍କ

Read Entire Article
LEFT SIDEBAR AD

Hidden in mobile, Best for skyscrapers.