CJP Protest: ୧୧୮ ପୁଲିସ କର୍ମଚାରୀ ଆହତ, ୭୮ ଜଣ ପ୍ରଦର୍ଶନକାରୀ ଅଟକ

8 hours ago 1
ARTICLE AD BOX

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଦର୍ଶନକାରୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସୋମବାର ଦିନ ତମାମ ସଂଘର୍ଷରେ ୧୦୦ରୁ ଅଧିକ ପୁଲିସ କର୍ମଚାରୀ ଏବଂ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ଦିଲ୍ଲୀ ପୁଲିସ ଅନୁଯାୟୀ ଅଞ୍ଚଳରେ ‘ସିଜେପି’ର ପ୍ରତିବାଦ ସମୟରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ପ୍ରତିବାଦକାରୀମାନଙ୍କୁ ବାରମ୍ବାର ବୁଝାସୁଝା କରାଯାଇଥିଲା ଏବଂ ଘଉଡ଼ାଇବାକୁ କୁହାଯାଇଥିଲା। କିନ୍ତୁ ସେମାନେ ଶୁଣିବାକୁ ମନା କରିଦେଇଥିଲେ ଏବଂ ସେଠାରେ ଥିବା ନିଷିଦ୍ଧ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିଲେ। 

ପୁଲିସ ଦାବି କରିଛି ଯେ ପ୍ରତିବାଦକାରୀମାନେ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ପୁଲିସ କର୍ମଚାରୀଙ୍କ ଉପରେ ପଥର ଏବଂ ଅନ୍ୟାନ୍ୟ ଜିନିଷ ଫିଙ୍ଗିଥିଲେ। ସରକାରୀ ଯାନବାହାନ ଭଙ୍ଗାରୁଜା କରିଥିଲେ ଏବଂ ହିଂସାକାଣ୍ଡ ଘଟାଇଥିଲେ, ଯାହା ଆଇନ ଶୃଙ୍ଖଳା ଏବଂ ସୁରକ୍ଷାକୁ ପ୍ରଭାବିତ କରିଥିଲା।

୧୧୮ ଜଣ ପୁଲିସ କର୍ମଚାରୀ ଆହତ
ପୁଲିସ ଅନୁଯାୟୀ ଏହି ସଂଘର୍ଷରେ ୧୧୮ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି, ଯେଉଁଥିରେ ସ୍ପେଶାଲ୍ ସିପି, ଜଏଣ୍ଟ ସିପି, ଅତିରିକ୍ତ ସିପି, ଡିସିପି, ଅତିରିକ୍ତ ଡିସିପି ଏବଂ ଏସିପି ପଦାଧିକାରୀ ମଧ୍ୟ ସାମିଲ ଅଛନ୍ତି। ଅନେକ ମହିଳା ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ପ୍ରାୟ ୬୦ ଜଣ ପ୍ରତିବାଦକାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଆହତ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା କରାଯାଉଛି। ପୁଲିସ କହିଛି ଯେ ପ୍ରତିବାଦ ସମୟରେ ୧୫ରୁ ୨୦ ସରକାରୀ ଯାନ ଏବଂ ଅନ୍ୟାନ୍ୟ ସରକାରୀ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।

Iran Protests: ଦୁଷ୍କର୍ମ କରି ଗର୍ଭାଶୟ କାଢ଼ିନେଲେ, ଶରୀରରେ ସିଗାରେଟ୍ ଚେଙ୍କ: ପ୍ରଦର୍ଶନକାରୀଙ୍କ ସହ ଏଭଳି କଲେ ସୁରକ୍ଷା ବାହିନୀ

୭୦ ଜଣ ପ୍ରତିବାଦକାରୀ ଅଟକ 
ଏପର୍ଯ୍ୟନ୍ତ ପ୍ରାୟ ୭୦ ଜଣ ପ୍ରତିବାଦକାରୀଙ୍କୁ ଅଟକ ରଖାଯାଇଛି। ପୁଲିସ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ହିଂସା, ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ଏବଂ ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ସମେତ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନ ଅନୁଯାୟୀ ଏଫଆଇଆର ରୁଜୁ କରି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଦିଲ୍ଲୀ ପୁଲିସ କହିଛି ଯେ ଆଇନ ଶୃଙ୍ଖଳା ବଜାୟ ରଖିବା ଏହାର ଦାୟିତ୍ୱ ଏବଂ ହିଂସା କିମ୍ବା ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ହିଂସାର ତଦନ୍ତ ଜାରି 
ଦିଲ୍ଲୀ ପୁଲିସ ସିଜେପିର 'ଚଲୋ ସଂସଦ' ପ୍ରତିବାଦ ସମୟରେ ଘଟିଥିବା ହିଂସାର ତଦନ୍ତ ଆରମ୍ଭ କରିଛି । ପୁଲିସ ସୂତ୍ର କହୁଛି ଯେ ସଂଘର୍ଷରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରିବା ସହିତ  ତଦନ୍ତକାରୀମାନେ ଅଶାନ୍ତି ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିଲା କି ନାହିଁ ତାହା ମଧ୍ୟ ତଦନ୍ତ କରିବେ। ହିଂସା ସହିତ ଜଡିତ ୭୦ ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି, ଯେତେବେଳେ ବିଭିନ୍ନ ସ୍ଥାନରୁ ମିଳିଥିବା ଅଭିଯୋଗ ଆଧାରରେ ଅନେକ ଏଫଆଇଆର ପଞ୍ଜିକୃତ କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.