CJI: ସଂସଦରେ ମଧ୍ୟସ୍ଥତା ପରିଷଦ ବିଲ୍ ଆଗତ ହେଉ: ପ୍ରଧାନ ବିଚାରପତି

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ ମଧ୍ୟସ୍ଥତା ପରିଷଦ (ଆର୍ବିଟ୍ରେସନ କାଉନସିଲ ଅଫ ଇଣ୍ଡିଆ-ଏସିଆଇ) ଗଠନରେ ହେଉଥିବା ବିଳମ୍ବକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ସଂଶୋଧିତ ବିଲ୍‌ ଶୀଘ୍ର ସଂସଦରେ ଉପସ୍ଥାପନ କରାଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଘୋଷଣା ଏବଂ ପ୍ରକୃତ କାର୍ଯ୍ୟକାରିତା ମଧ୍ୟରେ ଥିବା ବ୍ୟବଧାନ ଭାରତକୁ ଏକ ବିଶ୍ୱସ୍ତରୀୟ ମଧ୍ୟସ୍ଥତା କେନ୍ଦ୍ର (ଗ୍ଲୋବାଲ ଆର୍ବିଟ୍ରେସନ ହବ୍) ଭାବେ ଗଢ଼ିତୋଳିବା ସ୍ୱପ୍ନକୁ କ୍ଷତି ପହଞ୍ଚାଉଛି ବୋଲି ସେ ସୂଚନା ଦେଇଛନ୍ତି। ‘ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍ବିଟ୍ରେସନ ଆଣ୍ଡ ମିଡିଏସନ’ (ଆଇଆଇଏଏମ)ର ରୌପ୍ୟ ଜୟନ୍ତୀ ସମ୍ମିଳନୀକୁ ଉଦ୍‌ଘାଟନ କରି ସିଜେଆଇ ଏହି ବକ୍ତବ୍ୟ ରଖିଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି ଯେ, ଜଷ୍ଟିସ କେ.ଭି. ବିଶ୍ୱନାଥନ କମିଟିର ସୁପାରିସ ଆଧାରରେ ପ୍ରସ୍ତୁତ ‘ଆର୍ବିଟ୍ରେସନ ଆଣ୍ଡ କନସିଲିଏସନ (ସଂଶୋଧନ) ବିଲ୍‌’ର ଚିଠା ପ୍ରସ୍ତାବ ୨୦୨୪ ଅକ୍ଟୋବରରୁ ଜନସାଧାରଣଙ୍କ ମତାମତ ପାଇଁ ଜାରି କରାଯାଇଥିଲେ ସୁଦ୍ଧା ତାହା ଏପର୍ଯ୍ୟନ୍ତ ପଡ଼ିରହିଛି। ଆଶା କରାଯାଉଛି ଯେ ଏହି ବିଲ୍‌ର ଏକ ନୂତନ ରୂପ ଏବେ ସଂସଦରେ ଆଗତ କରାଯିବ। ସିଙ୍ଗାପୁରର ଉଦାହରଣ ଦେଇ ସେ କହିଛନ୍ତି ଯେ, ସିଙ୍ଗାପୁର ଆନ୍ତର୍ଜାତୀୟ ମଧ୍ୟସ୍ଥତା କେନ୍ଦ୍ରର ସଫଳତା ପଛରେ କେବଳ ଗୋଟିଏ ଆଇନ ନୁହେଁ, ବରଂ ଦଶନ୍ଧି ଦଶନ୍ଧିର ସ୍ଥିର ବ୍ୟବସ୍ଥା ଓ କାର୍ଯ୍ୟକାରିତାର ଶୃଙ୍ଖଳା ରହିଛି, ଯାହା ଭାରତ ଆପଣେଇବା ଆବଶ୍ୟକ। ବିବାଦର ସମାଧାନ ପାଇଁ ସାଲିସ ଅପେକ୍ଷା ମଧ୍ୟସ୍ଥତା ଅଧିକ ନିରବ ଓ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିଥାଏ ବୋଲି ସିଜେଆଇ କହିଛନ୍ତି।

Arrest: ନାବାଳିକାଙ୍କୁ ୪ ଦିନ ଧରି ଯୌନ ନିର୍ଯାତନା; ୨୧ ଗିରଫ

ଏହା ସହିତ ବିବାଦ ସମାଧାନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାରକୁ ନେଇ ପ୍ରଧାନବିଚାରପତି ସତର୍କ କରାଇବା ସହ ଏହା ଉପରେ ଅତ୍ୟଧିକ ନିର୍ଭର ନ କରିବାକୁ ପରାମର୍ଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.