Chintan shivir: ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ଦୁଇଦିନିଆ ଚିନ୍ତନ ଶିବିର ଆରମ୍ଭ

5 days ago 4
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଦୁଇଦିନିଆ ‘ଚିନ୍ତନ ଶିବିର’ ବୁଧବାରଠାରୁ ଆରମ୍ଭ ହୋଇଛି। ନୂଆଦିଲ୍ଲୀର ସେବା ତୀର୍ଥଠାରେ ଚାଲିଥିବା ଏହି ବୈଠକ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ଏଥିରେ ସରକାରଙ୍କ ଚାଲୁଥିବା କାର୍ଯ୍ୟର ସମୀକ୍ଷା ସହ ଆଗାମୀ ଦିନର ପ୍ରାଥମିକତା ଓ ‘ବିକଶିତ ଭାରତ-୨୦୪୭’ର ଲକ୍ଷ୍ୟ ନେଇ ଆଲୋଚନା ହେଉଛି।

ପ୍ରଥମ ଦିନ ମନ୍ତ୍ରୀମାନେ ନିଜ ନିଜ ମନ୍ତ୍ରଣାଳୟର କାମ, ଯୋଜନାର ଅଗ୍ରଗତି ଓ ଆଗାମୀ ଯୋଜନା ସମ୍ପର୍କରେ ପ୍ରେଜେଣ୍ଟେସନ୍ ଦେଉଛନ୍ତି। ଦ୍ୱିତୀୟ ଦିନ ଏହାର ସମୀକ୍ଷା କରାଯିବ। ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାର ମୂଲ୍ୟାୟନ କରି ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବ ବୋଲି ରିପୋର୍ଟରେ କୁହାଯାଇଛି। ଏଥିରେ ‘ଏକ୍ସେଲେଣ୍ଟ’, ‘ଗୁଡ୍’, ‘ଆଭରେଜ୍’ ଓ ‘ପୁଅର୍’ ଭଳି ଚାରିଟି ବର୍ଗରେ ମୂଲ୍ୟାୟନ କରାଯିବା ନେଇ ମଧ୍ୟ ସୂଚନା ମିଳିଛି।

ଚଳିତ ଚିନ୍ତନ ଶିବିରରେ ଯୁବପିଢ଼ି ସହ ସରକାରଙ୍କ ଯୋଗାଯୋଗ, ସରକାରୀ ଯୋଜନାର କାର୍ଯ୍ୟକାରିତା, ଶାସନ ବ୍ୟବସ୍ଥାରେ ସୁଧାର ଓ ପ୍ରଭାବଶାଳୀ ଯୋଗାଯୋଗ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଛି। ମନ୍ତ୍ରଣାଳୟ, ବିଭାଗ, କ୍ୟାବିନେଟ୍ ସଚିବାଳୟ ଓ ନୀତି ଆୟୋଗର କାର୍ଯ୍ୟକୁ ଏକାଠି କରି ଆଗାମୀ ନୀତି ଓ ପଦକ୍ଷେପ ନିର୍ଦ୍ଧାରଣ କରାଯିବ।

ଏଭଳି ଚିନ୍ତନ ଶିବିର ୨୦୨୧ରେ ମଧ୍ୟ ଆୟୋଜିତ ହୋଇଥିଲା। ସେହି ବର୍ଷ କେନ୍ଦ୍ରୀୟ ମନ୍ତ୍ରିପରିଷଦ ସହ ମୋଟ ୫ଟି ଚିନ୍ତନ ଶିବିର ହୋଇଥିଲା। ପ୍ରଥମଟି ୧୪ ସେପ୍ଟେମ୍ବରରେ ହୋଇଥିବା ବେଳେ ଶେଷ ଶିବିର ନଭେମ୍ବରରେ ହୋଇଥିଲା। ପ୍ରତ୍ୟେକ ଅଧିବେଶନ ପ୍ରାୟ ୫ ଘଣ୍ଟା ଚାଲିଥିଲା।

ରାଜ୍ୟ ଗୃହମନ୍ତ୍ରୀଙ୍କ ‘ଚିନ୍ତନ ଶିବିର’ରେ ‘ଏକ ଦେଶ, ଏକ ପୁଲିସ ଗଣବେଶ’ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଏଥିରେ ମନ୍ତ୍ରୀମାନଙ୍କ କାର୍ଯ୍ୟକ୍ଷମତା, ସମୟ ଓ ସମ୍ବଳର ଉପଯୁକ୍ତ ବ୍ୟବହାର, ଯୋଜନାର ନିରୀକ୍ଷଣ ଏବଂ ଶାସନ ବ୍ୟବସ୍ଥାରେ ସୁଧାର ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପରେ ୭୭ ଜଣ ମନ୍ତ୍ରୀଙ୍କୁ ୮ଟି ଗୋଷ୍ଠୀରେ ବିଭକ୍ତ କରି ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗରେ କାମ କରାଯାଇଥିଲା। ୨୦୨୧ରୁ ‘ବିକଶିତ ଭାରତ-୨୦୪୭’ ପାଇଁ ପ୍ରସ୍ତୁତି ଚାଲିଛି। ସେତେବେଳେ ବରିଷ୍ଠ ସଚିବମାନଙ୍କୁ ନେଇ ୧୦ଟି ବିଷୟଭିତ୍ତିକ ଗୋଷ୍ଠୀ ଗଠନ କରାଯାଇଥିଲା। ଦୀର୍ଘ ଓ ସ୍ୱଳ୍ପକାଳୀନ ଯୋଜନାର ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ସେମାନଙ୍କ ଦାୟିତ୍ୱ ଥିଲା। ଏହାପରେ ମଧ୍ୟ ‘ବିକଶିତ ଭାରତ’ର ବିଭିନ୍ନ ଦିଗ ନେଇ କ୍ୟାବିନେଟ୍‌ରେ ଏକାଧିକ ପ୍ରେଜେଣ୍ଟେସନ୍ ଓ ଆଲୋଚନା ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.