ARTICLE AD BOX
ଜଗତସିଂହପୁର: ‘ରାତି ପ୍ରାୟ ସାଢ଼େ ୧୦ଟା। ଆମେ ଜାହାଜର ଉପରଭାଗ ଡେକ୍ରେ ଡ୍ୟୁଟି ସ୍ଥାନରେ ବିଶ୍ରାମ ନେଉଥିଲୁ। ଅନ୍ୟମାନେ ଭିତରେ ଥିଲେ। ହଠାତ ଜୋରରେ ଗର୍ଜନ କରି ଜରୁରିକାଳୀନ ସାଇରନ୍ ବାଜି ଉଠିଲା। ସେତେବେଳକୁ ଜାହାଜ ୩୦ରୁ ୪୦ ପ୍ରତିଶତ ବୁଡ଼ି ସାରିଥିଲା। ଚାରିଆଡ଼େ ଅନ୍ଧାର ଆଉ ପାଣି। ମନରେ ସେତେବେଳକୁ ଭୟ ଓ ଆତଙ୍କ। ଆମେ ମୋଟ ୧୦ ଜଣ ତଳକୁ ଡେଇଁଲୁ। ଚାହୁଁଚାହୁଁ ମାତ୍ର ୮ରୁ ୧୦ ମିନିଟ୍ ଭିତରେ ଆଖି ଆଗରେ ୧୪ ଜଣ ଜାହାଜ ସହ ଜଳସମାଧି ନେଇ ସାରିଥିଲେ। ଆମେ ଦୁଇ ଜଣ ଲାଇଫ୍ ରାଫ୍ଟରରେ ପଶି ଯାଇଥିଲୁ। ବାକି ୮ ଜଣ ଜାହାଜ ବୁଡ଼ିବା ସମୟରେ ଯେଉଁ ଭଉଁରି ସୃଷ୍ଟି ହୁଏ ତହିଁରେ ଗଭୀର ସମୁଦ୍ରରେ ବୁଡି ଯାଇଥିଲେ।’
Raksha Bandhan 2026: ଶ୍ରୀ ଜଗନ୍ନାଥଙ୍କୁ ରାଖୀ ବାନ୍ଧିଲେ ୨୦୦୦ରୁ ଅଧିକ ମହିଳା
ପାରାଦୀପରୁ ଲୁହାପଥର ଗୁଣ୍ଡ ନେଇ ଯାଉଥିବା ଚୀନ ଜାହାଜ ‘ଓସେନ୍ ୱିନର’ ଆଣ୍ଡାମାନ ନିକଟରେ ବୁଡ଼ିଯିବା ପରେ ଉଦ୍ଧାର ୨ ଚୀନ ନାବିକ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷା ଅନୁବାଦକ, କନ୍ସିଲେଟର (ମେଳ କରାଇବା ବ୍ୟକ୍ତି) ପାରାଦୀପରେ ପହଞ୍ଚି ଉଦ୍ଧାର ଚୀନ ନାବିକଙ୍କଠାରୁ ଦିନତମାମ କଥା ଶୁଣିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ଆଖି ଆଗରେ ଲୋମଟାଙ୍କୁରା ଘଟଣା ଘଟିଗଲା ବୋଲି କହିଛନ୍ତି। ଜୀବନ ବଞ୍ଚି ଯାଇଥିବାରୁ ସେମାନେ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ପରିବାର ଲୋକଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତାକାଲି ସେମାନେ କୋଲକାତା ଯିବେ ଏବଂ ସେଠାରୁ ଚୀନ ଫେରିବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ କୋଷ୍ଟଗାର୍ଡ, ଚୀନର ୨ ଜାହାଜ ଓ ନୌସେନା ବିମାନ ମଝି ସମୁଦ୍ରରେ ତଲାସି ଜାରି ରଖିଥିଲେ ମଧ୍ୟ ଏଯାଏଁ ଜାହାଜ କିମ୍ବା ନିଖୋଜ ୨୨ ଜଣ କର୍ମଚାରୀଙ୍କର କୌଣସି ପତ୍ତା ପାଇପାରି ନାହାନ୍ତି। ନୌବିଶେଷଜ୍ଞଙ୍କ କହିବା ଅନୁସାରେ, ମାତ୍ର ୮ ମିନିଟ୍ ଭିତରେ ବିଶ୍ବର କେଉଁ ସ୍ଥାନରେ ଜାହାଜ ବୁଡ଼ିବାର ନଜିର ନାହିଁ। ‘ଓସେନ୍ ୱିନର’ ବିରଳତମ ଘଟଣା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
୧୮୮୭ରେ ବୁଡ଼ିଥିଲା ଯାତ୍ରୀବାହୀ ଜାହାଜ; ୭୦୦ରୁ ଅଧିକ ପ୍ରାଣ ହରାଇଥିଲେ
Poetry session: ସମ୍ବାଦ ସାହିତ୍ୟଘର ପକ୍ଷରୁ ମନୋଜ୍ଞ ମଞ୍ଜୁଳ କବିତା ଆସର
ଜଗତସିଂହପୁର (ଶୁଭକାନ୍ତ ପଢ଼ିହାରୀ): ‘ଓସେନ୍ ଵିନର’ ଜାହାଜ ବୁଡ଼ି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଅତୀତରେ ଓଡ଼ିଶା ଉପକୂଳରେ ଆଉ ଏକ ଲୋମଟାଙ୍କୁରା ଘଟଣା ଇତିହାସ ପୃଷ୍ଠାକୁ ମନେ ପକାଇଦେଇଛି। ପୁରୀ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ପଶ୍ଚିମବଙ୍ଗରୁ ଯାତ୍ରୀଙ୍କୁ ନେଇ ଆସୁଥିବା ଯାତ୍ରୀବାହୀ ଜାହାଜ ଓଡ଼ିଶା ଉପକୂଳରେ ଝଡ଼ବାତ୍ୟା ଯୋଗୁ ଜଳସମାଧି ନେଇଥିଲା। ସମସ୍ତ ଯାତ୍ରୀ ଓ ନାବିକ ପ୍ରାଣ ହରାଇଥିବା ବେଳେ ମାତ୍ର ଜଣେ କର୍ମଚାରୀ (ଖଲାସି) ବର୍ତ୍ତି ଯାଇଥିଲେ। ବ୍ରିଟିସ ଶାସନ ସମୟର ଏହି ଘଟଣା ସେତେବେଳେ ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଆଲୋଡ଼ନ ସଷ୍ଟି କରିଥିଲା। ସେହି ସମୟରେ ପଶ୍ଚିମବଙ୍ଗର ଲକ୍ଷାଧିକ ଶ୍ରଦ୍ଧାଳୁ ପ୍ରତିବର୍ଷ ରଥଯାତ୍ରା ଓ ଅନ୍ୟ ସମୟରେ ପୁରୀ ଆସୁଥିଲେ। ସେତେବେଳେ ରେଳପଥରେ ସିଧାସଳଖ ପୁରୀକୁ ଆସିବାର ସୁଯୋଗ ନ ଥିଲା। ସଡ଼କ ପଥ ଯାତ୍ରା ଏତେ ସୁଗମ ନ ଥିଲା।
ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିବାକୁ ପଶ୍ଚିମବଙ୍ଗରୁ ପୁରୀ ଆସୁଥିଲେ
୭୦୦ରୁ ଅଧିକ ପ୍ରାଣ ହରାଇଥିଲେ
ରବୀନ୍ଦ୍ରନାଥ ଟାଗୋର ଶୋକ ବ୍ୟକ୍ତ କରି ଲେଖିଥିଲେ କବିତା
Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍ ସହାୟତା ଗ୍ରହଣ କରିବ
ଜାହାଜରେ ଯାତ୍ରୀ କୋଲକାତାରୁ ଚାନ୍ଦବାଲି ଆସୁଥିଲେ ଏବଂ ସେଠାରୁ ସଡ଼କ ପଥରେ ପୁରୀ ଆସୁଥିଲେ। ୧୮୮୭ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ପଶ୍ଚିମବଙ୍ଗରୁ ୭୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସାର ଜନ୍ ଲରେନ୍ସ ଜାହାଜ ଛୋଟୁଲାଲ ଘାଟରୁ ଯାତ୍ରା ଆରମ୍ଭ କରିଥିଲା। ଏଥିରେ ୩୦ ଜଣ କର୍ମଚାରୀ ଥିଲେ। ଚାନ୍ଦବାଲିଠାରୁ ଅଳ୍ପ ଦୂରରେ ସାଗର ଦ୍ବୀପ ନିକଟରେ ଜାହାଜଟି ସାମୁଦ୍ରିକ ଝଡ଼ବାତ୍ୟାରେ ବୁଡ଼ି ଯାଇଥିଲା। ସେଦିନ ଥିଲା ୧୮୮୭, ମେ ୨୫ ତାରିଖ। ଜାହାଜରେ ଅଧିକାଂଶ ମହିଳା ଓ ଶିଶୁ ଥିଲେ। ଅତ୍ୟଧିକ ଯାତ୍ରୀଙ୍କୁ ନେବା ଜାହାଜ ବୁଡ଼ିର ପ୍ରମୁଖ କାରଣ ବୋଲି କୁହାଯାଇଥିଲା। ପ୍ରାଣ ହରାଇଥିବା ଅନେକ ଯାତ୍ରୀ ସମ୍ଭ୍ରାନ୍ତ ପରିବାରର ଥିଲେ। ସେତେବେଳେ ଯାତ୍ରୀଙ୍କୁ ଶୋକ ଜଣାଇ ରବିନ୍ଦ୍ରନାଥ ଟାଗୋର ‘ସିନ୍ଧୁ ତରଙ୍ଗ’ ନାଁରେ ଏକ କବିତା ଲେଖିଥିଲେ। ଏହି ଘଟଣା ପରେ କଲିକତାରୁ ମାଡ୍ରାସ ପର୍ଯ୍ୟନ୍ତ ସିଧାସଳଖ ରେଳ ଲାଇନ୍ ସଂଯୋଗ ଓ ପୁରୀକୁ ଏକ ଲାଇନ୍ ଦିଆଯିବା ପାଇଁ ବାଲେଶ୍ବର ରେଳ କମିଟି ଦାବି କରିଥିଲା। ୧୯୦୦ ମସିହାରେ ଏହି ଦାବି ପୂରଣ ହୋଇଥିଲା।

54 minutes ago
2


