Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_j27iptv73mqf0j52947ppro7vi, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Mine: ଚୋର ହାତରେ ଚାବିକାଠି: ଟ୍ରକ୍‌, ଜେସିବି ଲଗାଇ ନେଇଗଲେ ଟନ୍‌ ଟନ୍‌ କୋଇଲା - CGPT.IN

Mine: ଚୋର ହାତରେ ଚାବିକାଠି: ଟ୍ରକ୍‌, ଜେସିବି ଲଗାଇ ନେଇଗଲେ ଟନ୍‌ ଟନ୍‌ କୋଇଲା

1 hour ago 3
ARTICLE AD BOX

ଅନୁଗୋଳ/ତାଳଚେର: ଅନୁଗୋଳ ହଣ୍ଡପା ରେଳ ଷ୍ଟେସନ ନିକଟରେ ବେଆଇନ ଭାବେ ଘରୋଇ ଜମିରେ ନିର୍ମାଣ ହୋଇଥିଲା କୋଇଲା ଷ୍ଟକ୍‌ୟାର୍ଡ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଘଟଣାର ତଦନ୍ତ କରାଯିବା ପରେ ଖଣି ବିଭାଗ ପକ୍ଷରୁ ଉକ୍ତ କୋଇଲା ଷ୍ଟକ୍‌ୟାର୍ଡକୁ ତତ୍କାଳ ଜବତ କରାଯାଇଥିଲା। ହେଲେ, ଜବତ କୋଇଲାର କଷ୍ଟଡିଆନ୍‌ ବା ଜିମାଦାର ଦାୟିତ୍ବ ଉକ୍ତ ଷ୍ଟକ୍‌ୟାର୍ଡର ଠିକାଦାରଙ୍କୁ ଦେବା ପରେ ଏବେ ‘ବିଲେଇକୁ ମାଛ ଜଗିବା ପାଇଁ ଦେବା’ ଭଳି ହୋଇଥିବା ଅଭିଯୋଗ ହୋଇଛି। ଏହି ସମଗ୍ର ପ୍ରକରଣରେ ଖଣି ବିଭାଗର ଭୂମିକା ସନ୍ଦେହ ଘେରରେ ରହିଛି। 

Poetry session: ସମ୍ବାଦ ସାହିତ୍ୟଘର ପକ୍ଷରୁ ମନୋଜ୍ଞ ମଞ୍ଜୁଳ କବିତା ଆସର

ହଣ୍ଡପା‌ରେ ବେଆଇନ କୋଇଲା ଷ୍ଟକ୍‌ୟାର୍ଡ ଚାଲିଥିବା ଖବର ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଥିଲା ଖଣି ବିଭାଗ। ଗତ ୨୪ ତାରିଖରେ ଖଣି ବିଭାଗର ସ୍କ୍ବାଡ୍‌ ବିନା ଲାଇସେନ୍ସରେ ହଣ୍ଡପା ରେଳ ସାଇଡିଂ ବାହାରେ ପ୍ରାୟ ୧,୭୦୦ ଟନ୍‌ କୋଇଲା ମହଜୁଦ ହୋଇଥିବା ଦେଖିବାକୁ ପାଇଥିଲେ। ତତ୍କାଳ ସେମାନେ ମହଜୁଦ କୋଇଲାକୁ ଜବତ କରିଥିଲେ। ଏହି ଜବତ କୋଇଲାର ମୂଲ୍ୟ ୪୨ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ସରକାରୀ କାଗଜପତ୍ରରୁ ଜଣାପଡ଼ିଛି। ତେବେ ଆଶ୍ଚର୍ଯ୍ୟର କଥା, ଜବତ କୋଇଲାକୁ ଉକ୍ତ ବେଆଇନ ଷ୍ଟକ୍‌ୟାର୍ଡର ହ୍ୟାଣ୍ଡଲିଂ କଣ୍ଟ୍ରାକ୍ଟର ବା ପରିଚାଳନା ଠିକାଦାର ଗୋଦାବରୀ କମୋଡିଟିଜ୍‌ ଲିମିଟେଡ୍‌ର ହେପାଜତରେ ଛାଡ଼ି ଦିଆଯାଇଥିଲା। ଏସବୁ ଭିତରେ ଅଗଷ୍ଟ ୨୭ ତାରିଖ ରାତିରୁ ୨୮ ତାରିଖ ପୂର୍ବାହ୍ଣ ମଧ୍ୟରେ ଜବତ ହୋଇଥିବା ବିପୁଳ ପରିମାଣର କୋଇଲା ଗାଏବ ହୋଇଥିବା ଦେଖିବାକୁ ମିଳିଛି। ଜେସିବି ଓ ଟ୍ରକ୍‌ ଲଗାଇ ବେଆଇନ ଷ୍ଟକ୍‌ୟାର୍ଡରୁ ଏହାର କର୍ତ୍ତୃପକ୍ଷ ଟନ୍‌ ଟନ୍‌ କୋଇଲା ନେଇଯାଇଥିବା ଅଭିଯୋଗ ହୋଇଛି। ଷ୍ଟକ୍‌ୟାର୍ଡରୁ କୋଇଲା ପରିବହନ ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। 

ହଣ୍ଡପା ଷ୍ଟକ୍‌ୟାର୍ଡରୁ ଜବତ ହୋଇଥିଲା ୧,୭୦୦ ଟନ୍‌ 
ସନ୍ଦେହଘେରରେ ଖଣି ବିଭାଗର ଭୂମିକା

Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ

ଅପରପକ୍ଷରେ ବେଆଇନ ଷ୍ଟକ୍‌ୟାର୍ଡ କାରଣରୁ ହଣ୍ଡପା ରେଳ ସାଇଡିଂକୁ ଏହି ସଂସ୍ଥାର କୋଇଲା ପରିବହନ ଅନୁମତିକୁ ବାତିଲ କରିଥିଲା ଖଣି ବିଭାଗ। ଏହା ବଦଳରେ ଉକ୍ତ ସଂସ୍ଥାକୁ ହିନ୍ଦୋଳ ରେଳ ସାଇଡିଂକୁ କୋଇଲା ପରିବହନ ପାଇଁ ଅନୁମତି ଦିଆଯାଇଥିଲା। ତେବେ ଏହାର ଦିନକ ପରେ ଉକ୍ତ ସଂସ୍ଥାକୁ କେଉଁ ସ୍ବାର୍ଥ‌ରେ ପୁଣି ହଣ୍ଡପା ରେଳ ସାଇଡିଂକୁ କୋଇଲା ପରିବହନ ପାଇଁ ଅନୁମତି ମିଳିଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂପର୍କରେ ପଚାରିବାରୁ ତାଳଚେର ଖଣି ଉପନିର୍ଦ୍ଦେଶକ ଦେବେନ୍ଦ୍ରନାଥ ଦଳାଇ କହିଛନ୍ତି ଯେ ରେଳ ସାଇଡିଂ ବାହାରେ କୋଇଲା ମହଜୁଦ ରଖାଯାଇଥିବା କାରଣରୁ ଉକ୍ତ ଷ୍ଟକ୍‌ୟାର୍ଡକୁ ଜବତ କରାଯାଇଛି। ଏଥି ସହିତ ଉକ୍ତ ସଂସ୍ଥାକୁ ବେଆଇନ କାର୍ଯ୍ୟ ପାଇଁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ପଠାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.