ARTICLE AD BOX
ନୂଆଦିଲ୍ଲୀ: ବିଶ୍ବର ତିନି ପ୍ରମୁଖ ଶକ୍ତି ଆମେରିକା, ରୁଷ୍ ଓ ଚୀନ୍ର ରାଷ୍ଟ୍ରମୁଖ୍ୟ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯୋଜନା ଚାଲିଥିବା ବେଳେ ଏହାର ରୂପରେଖକୁ ନେଇ ମତଭେଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ତ୍ରିପାକ୍ଷିକ ବୈଠକ ଚଳିତ ମାସରେ ଚୀନ୍ର ସେନ୍ଝେନ୍ ସହରରେ ହୋଇପାରେ। ତେବେ ବୈଠକରେ ମୁକ୍ତ ଆଲୋଚନା ପରିବର୍ତ୍ତେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଓ ପ୍ରସ୍ତୁତ ବକ୍ତବ୍ୟ ଉପରେ ଚୀନ୍ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ଏହାକୁ ଆମେରିକା ଗ୍ରହଣ କରିବାକୁ ରାଜି ନୁହେଁ।
ଆହୁରି ପଢନ୍ତୁ :Award: ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର: ଓଡ଼ିଶାକୁ ଜାତୀୟ ସ୍ୱୀକୃତି
‘ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ର ରିପୋର୍ଟ ଅନୁଯାୟୀ, ଚୀନ୍ ଚାହୁଛି ତିନି ରାଷ୍ଟ୍ରମୁଖ୍ୟ ପୂର୍ବରୁ ପ୍ରସ୍ତୁତ ବକ୍ତବ୍ୟ ପଢ଼ିବେ। ବୈଠକରେ ହଠାତ୍ କୌଣସି ପ୍ରସଙ୍ଗ ଉଠାଇ ମୁକ୍ତ ଭାବେ ଆଲୋଚନା କରିବାର ସୁଯୋଗ ଯେପରି ନ ରହେ, ସେଥିପାଇଁ ବେଜିଂ ଏଭଳି ବ୍ୟବସ୍ଥା ଚାହୁଛି। ଏହାଦ୍ବାରା ବୈଠକର ଆଲୋଚନା ଓ ନିଷ୍କର୍ଷ ପୂର୍ବରୁ ନିର୍ଦ୍ଧାରିତ ରହିବ। କିନ୍ତୁ ଟ୍ରମ୍ପ ପ୍ରଶାସନ ତିନି ନେତାଙ୍କ ମଧ୍ୟରେ ଅଧିକ ମୁକ୍ତ ଓ ସିଧାସଳଖ ଆଲୋଚନା ଚାହୁଛି।
ଆହୁରି ପଢନ୍ତୁ :Afghanistan: ଇତିହାସ ରଚିଲେ ଆଫଗାନିସ୍ତାନର ରହମତ : ଟେଷ୍ଟ୍ ମାନ୍ୟତା: ଖସିଲେ ପନ୍ତ, ଗିଲ୍
ନଭେମ୍ବର ୧୮ ଓ ୧୯ରେ ସେନ୍ଝେନ୍ରେ ହେବାକୁ ଥିବା ଏସିଆ-ପାସିଫିକ୍ ଇକୋନୋମିକ୍ କୋଅପରେସନ୍ (ଏପିଇସି) ସମ୍ମିଳନୀ ଅବସରରେ ଏହି ବୈଠକ ଆୟୋଜନ ନେଇ ଆଲୋଚନା ଚାଲିଛି। ଗତ ମାସରେ ପୁଟିନ ଏଭଳି ଏକ ତ୍ରିପାକ୍ଷିକ ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାପରେ ତିନି ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ତେବେ ଏଯାଏଁ ବୈଠକର ତାରିଖ କିମ୍ବା ଚୂଡ଼ାନ୍ତ କାର୍ଯ୍ୟସୂଚୀ ସ୍ଥିର ହୋଇନାହିଁ।
ଆହୁରି ପଢନ୍ତୁ :Attack: ଇରାନ ଉପରେ ଆକ୍ରମଣ ନୁହେଁ, ଚାପ ବଢ଼ାଇବେ ଟ୍ରମ୍ପ : ଆର୍ଥିକ ଅବରୋଧ ଜାରି ରଖିବା ଯୋଜନା
ଟ୍ରମ୍ପ ଏହି ବୈଠକରେ ଚୀନ୍ର ପରମାଣୁ ଅସ୍ତ୍ରଭଣ୍ଡାର ଓ ନିରସ୍ତ୍ରୀକରଣ ପ୍ରସଙ୍ଗ ଉଠାଇବାକୁ ଚାହୁଛନ୍ତି। ଆମେରିକା ଓ ରୁଷ୍ର ପରମାଣୁ ଅସ୍ତ୍ରଭଣ୍ଡାର ତୁଳନାରେ ଚୀନ୍ର ଅସ୍ତ୍ରସଂଖ୍ୟା କମ୍ ଥିଲେ ମଧ୍ୟ ଏହା ଦ୍ରୁତଗତିରେ ବଢ଼ୁଛି। ଏହି କାରଣରୁ ଭବିଷ୍ୟତରେ କୌଣସି ପରମାଣୁ ନିୟନ୍ତ୍ରଣ ଚୁକ୍ତିରେ ଚୀନ୍କୁ ସାମିଲ କରିବାକୁ ଆମେରିକା ଚାହୁଛି। କିନ୍ତୁ ଏଭଳି ଆଲୋଚନାରେ ଭାଗ ନେବାକୁ ବେଜିଂ ଆଗ୍ରହୀ ନଥିବା ରିପୋର୍ଟରେ କୁହାଯାଇଛି।
ଆହୁରି ପଢନ୍ତୁ :Britain: ବ୍ରିଟେନ୍ରେ ଭାରତବିରୋଧୀ କାର୍ଯ୍ୟକଳାପ ନେଇ ରାଷ୍ଟ୍ରପତିଙ୍କୁ ୫୦ ପ୍ରବାସୀ ସଂଗଠନର ଚିଠି
ଅନ୍ୟପକ୍ଷରେ ପୁଟିନ ରୁଷ୍-ୟୁକ୍ରେନ୍ ଯୁଦ୍ଧର ଅନ୍ତ ନେଇ ଆଲୋଚନାକୁ ଗୁରୁତ୍ୱ ଦେଉଛନ୍ତି। ତେବେ ଚୀନ୍ ଏହି ପ୍ରସଙ୍ଗରେ ମଧ୍ୟ ପୂର୍ବରୁ ନିର୍ଦ୍ଧାରିତ ଆଲୋଚନା ଚାହୁଛି। ବେଜିଂର ଜଣେ ଅଧିକାରୀଙ୍କ ଅନୁଯାୟୀ, କାର୍ଯ୍ୟସୂଚୀ ଓ ବୈଠକର ନିଷ୍କର୍ଷ ପୂର୍ବରୁ ସ୍ଥିର ନ ହେଲେ ଜିନ୍ପିଙ୍ଗ୍ ତ୍ରିପାକ୍ଷିକ ବୈଠକ ପରିବର୍ତ୍ତେ ଦୁଇ ଦେଶ ମଧ୍ୟରେ ପୃଥକ୍ ଆଲୋଚନାକୁ ପସନ୍ଦ କରିବେ। ଚୀନ୍ର ଏହି ଆଭିମୁଖ୍ୟ ପଛରେ ବୈଠକର ଅନିଶ୍ଚିତ ପରିସ୍ଥିତିକୁ ଏଡ଼ାଇବା ଉଦ୍ଦେଶ୍ୟ ଥିବା କୁହାଯାଉଛି। ତିନି ନେତାଙ୍କ ଏକାଠି ଫଟୋ ଓ ମିଳିତ ବିବୃତି ମାଧ୍ୟମରେ ଏକ ଐତିହାସିକ କୂଟନୈତିକ ଘଟଣାର ଛବି ସୃଷ୍ଟି କରିବାକୁ ଚୀନ୍ ଆଗ୍ରହୀ ଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହି ବୈଠକ ପ୍ରକୃତରେ କେତେ ଫଳପ୍ରଦ ହେବ, ତାହା ନେଇ ଅନିଶ୍ଚିତତା ରହିଛି।

1 day ago
2


