ARTICLE AD BOX
ବେଜିଂ:ଦକ୍ଷିଣ ଚୀନ୍ ସାଗରର ବିବାଦୀୟ ସମୁଦ୍ରରେ ସଂଘର୍ଷ ପରେ ଚୀନ୍ ମଙ୍ଗଳବାର ଫିଲିପାଇନ୍ସ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛି। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ରେନାଇ ରିଫରେ ଫିଲିପାଇନ୍ସର ଉଦ୍ଦେଶ୍ୟମୂଳକ ଉତ୍ତେଜନା ଏବଂ ଆକ୍ରମଣ ଉପରେ ଗମ୍ଭୀର ପ୍ରତିବାଦ ଜଣାଇବା ପାଇଁ ଫିଲିପାଇନ୍ସ ରାଷ୍ଟ୍ରଦୂତଙ୍କୁ ଜରୁରୀକାଳୀନ ସମନ ଜାରି କରାଯାଇଛି। ଫିଲିପାଇନ୍ସ ପକ୍ଷରୁ ପ୍ରଥମେ ଉତ୍ତେଜନା ସୃଷ୍ଟି କରାଯାଇଥିଲା, ତେବେ ଦୋଷକୁ ଓଲଟାଇ ଦିଆଯାଇ ତଥ୍ୟକୁ ବିକୃତ କରି ମନ୍ଦ ଉଦ୍ଦେଶ୍ୟ ରଖି ପ୍ରସଙ୍ଗର ପ୍ରଚାର କରାଯାଇ ଚୀନ୍ ମୁଣ୍ଡରେ ଅଠାବୋଳିବାର ପ୍ରୟାସ କରାଯାଉଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି।
ଫିଲିପାଇନ୍ ନାବିକଙ୍କୁ ବାଡ଼ିରେ ଆକ୍ରମଣ
ଫିଲିପାଇନ୍ସ କହିଛି ଯେ, ଦକ୍ଷିଣ ଚୀନ୍ ସାଗରର ଏକ ବିବାଦୀୟ ଆଉଟପୋଷ୍ଟ ନିକଟରେ ମୁହାଁମୁହିଁ ହେବା ସମୟରେ ଚୀନ୍ ତଟରକ୍ଷୀ ବାହିନୀ ଜଣେ ଫିଲିପାଇନ୍ ନାବିକଙ୍କୁ ବାଡ଼ିରେ ଆକ୍ରମଣ କରିଛି। ଆମେରିକା ଚୀନ୍ର କାର୍ଯ୍ୟକୁ ନିନ୍ଦା କରିଛି। ଫିଲିପାଇନ୍ସର ପ୍ରମୁଖ ସହଯୋଗୀ ରାଷ୍ଟ୍ରମାନେ ଏହି ସଂଘର୍ଷକୁ ନିନ୍ଦା କରିଛନ୍ତି, ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ ଚୀନ୍ର ଅସ୍ଥିରକାରୀ ଏବଂ ବିପଜ୍ଜନକ ଆଚରଣକୁ ନିନ୍ଦା କରିଛନ୍ତି।
AI Minister: କନିଷ୍କ ନାରାୟଣ ବ୍ରିଟେନର ପ୍ରଥମ ଏଆଇ ମନ୍ତ୍ରୀ
ଏକ ଅନ୍ତର୍ଜାତୀୟ ରାୟ ସତ୍ତ୍ୱେ ବେଜିଂ ପ୍ରାୟ ସମଗ୍ର ଦକ୍ଷିଣ ଚୀନ୍ ସାଗର ଉପରେ ସାର୍ବଭୌମତ୍ୱ ଦାବି କରୁଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ବାଣିଜ୍ୟ ପଥ ହୋଇଥିବାବେଳେ ଚୀନ୍ ଦାବିର କୌଣସି ଆଇନଗତ ଆଧାର ମଧ୍ୟ ନାହିଁ। ଫିଲିପାଇନ୍ସ ସମେତ ଏହି ଅଞ୍ଚଳରେ ଚୀନ୍ ଭଳି ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଆଞ୍ଚଳିକ ଦାବି କରୁଛନ୍ତି। ଫଳରେ ବିଭିନ୍ନ ଦେଶର ପାଟ୍ରୋଲିଂ ଯୋଗୁଁ ଏହି ଜଳପଥରେ ନିୟମିତ ଭାବରେ ବିବାଦ ଘଟୁଛି।

5 hours ago
1


