ARTICLE AD BOX
ନେପାଳ ପରେ ଚୀନରେ ପ୍ରାକୃତିକ ବିପର୍ଯ୍ୟୟ। ଚୀନର ଜିନଜିଆଙ୍ଗ ଅଞ୍ଚଳର ସୀମା ନିକଟରେ ଥିବା ଏକ ବନ୍ଦର ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୪୬ ଜଣ ନିଖୋଜ ଥିବା ଜଣାପଡ଼ିଛି।
Symbolic photoନୂଆଦିଲ୍ଲୀ: ନେପାଳ ପରେ ଚୀନରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି। ପଡ଼ୋଶୀ ରାଷ୍ଟ୍ର ଚୀନର ଜିନଜିଆଙ୍ଗ ଅଞ୍ଚଳର ସୀମା ନିକଟରେ ଥିବା ଏକ ବନ୍ଦର ଅଞ୍ଚଳରେ ଏହି ଭୟଙ୍କର ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ତେବେ ଭୂସ୍ଖଳନରେ ୪୯ ଜଣ ଭାରତୀୟ ନାଗରିକଙ୍କ ସମେତ ମୋଟ୍ ୫୪୬ ଜଣ ନିଖୋଜ ଥିବା ଜଣାପଡ଼ିଛି।
ଉଦ୍ଧାର କାର୍ଯ୍ୟ ଜାରି
ଭୂସ୍ଖଳନ ପରେ ଘଟଣାସ୍ଥଳରେ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଘଟଣାରେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।
Nepal floods: ନେପାଳ ଜଳ ପ୍ରଳୟ: ବନ୍ୟା ବିପଦ ଟଳିନି, ମୃତ୍ୟୁସଂଖ୍ୟା ୬୭୫କୁ ବୃଦ୍ଧି
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 hours ago
1


