ARTICLE AD BOX
ଖୋର୍ଦ୍ଧା: ବ୍ରହ୍ମଗିରି ଥାନା ସାତପଡା ଫାଣ୍ଡି ଆଳୁପାଟଣା ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗାଁ ସାମ୍ନାରେ ଥିବା ମଝି ଚିଲିକା ଏକ ଶବ ଭାବୁଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଚିହ୍ନଟ କରିଛି। ଉଦ୍ଧାର ହୋଇଥିବା ଶବ ନାଚୁଣୀ ଥାନା ସାନନଇରୀ ଗାଁର କୈବଲ୍ୟ ବେହେରାଙ୍କ ଥିବା ନେଇ ବ୍ରହ୍ମଗିରି ଆଇଆଇସି ବାମଦେବ ସ୍ୱାଇଁ ସୂଚନା ଦେଇଛନ୍ତି।
ଆମର ତୁମ ଉପରେ ବିଶ୍ୱାସ ଅଛି, ଦେଶକୁ ତୁମର ଆବଶ୍ୟକତା ଅଛି: ଜେନ୍-ଜିଙ୍କ ଉଦ୍ଦେଶ୍ୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ
ପୁଲିସ ସନ୍ଦେହ କରୁଛି କି, କେବୖଲ୍ୟ ମଝି ଚିଲିକାକୁ ମାଛ ଧରିବାକୁ ଯାଇଥିବା ସମୟରେ କୌଣସି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଫଳରେ ମଝି ଚିଲିକା ପାଣିରେ ସେ ଖସି ପଡ଼ିଥିବା ବେଳେ ତାଙ୍କ ଡ଼ଙ୍ଗା ଭାସିଭାସି ଆସି କୁଳରେ ଲାଗିଛି।ସାତପଡା ଫାଣ୍ଡି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

1 week ago
4


