Chilika: ଚିଲିକା ଆଉ ରୋଜଗାର ଦେଉନି: ମତ୍ସ୍ୟଜୀବୀଙ୍କ ଘରେ ଚୁଲି ଜଳୁନି, ଦାଦନ ପାଇଁ ବସ୍‌ ଲାଗିଲା

5 days ago 4
ARTICLE AD BOX

ବ୍ରହ୍ମଗିରି: ରାଜ୍ୟରେ ଦାଦନ ଯନ୍ତ୍ରଣା ସବୁବେଳେ ଲାଗି ରହିଛି। ନିଜର ପରିବାରକୁ ଦି ଓଳି ଦି ମୁଠା ଖାଇବାକୁ ଦେବାକୁ ଯାଇ କିଏ ଠିକାଦାରର ନିର୍ଯାତନା ସହୁଛି ତ ଆଉ କିଏ ଶବ ହୋଇ ଗାଁକୁ ଫେରୁଛି। ଏହି ପ୍ରସଙ୍ଗ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ଆରୋପ ଓ ପ୍ରତ୍ୟାରୋପ ହୋଇଆସୁଛି। ଏମିତି ଘଟଣା କୃଷ୍ଣପ୍ରସାଦ ବ୍ଲକ୍‌ ଅରଖକୁଦା ମେରାଇନ୍‌ ଥାନା ଅରଖକୁଦାରେ ଦେଖିବାକୁ ମିଳିଛି। ଚିଲିକା ରୋଜଗାର ଦେଉନି। ପ୍ରାକୃତିକ ମୁହାଣ ଖୋଲିବା ପରେ କେତେବେଳେ ପାଣି ପୂରା ଭରି ଯାଉଛି। ଆଉ କେତେବେଳେ ସବୁ ଶୁଖିଲା ପଡ଼ୁଛି। ଉପକୂଳ ଅ‌ଞ୍ଚଳ ପଟୁମାଟିରେ ପୋତି ହୋଇଗଲାଣି। ରୋଜଗାରର ଅନ୍ୟ କୌଣସି ବିକଳ୍ପ ହିଁ ନାହିଁ। ଚିଲିକା ଏକମାତ୍ର ରୋଜଗାର ପନ୍ଥା। 

Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ

ଚିଲିକାରୁ ରୋଜଗାର ନ ମିଳିଲେ ଘରେ ଚୁଲି ଜଳେ ନାହିଁ। ସମସ୍ତେ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାର ଅରଖକୁଦାରେ ବସବାସ କରିଥାନ୍ତି। ଏବେ ଚିଲିକାରେ କୌଣସି ରୋଜଗାର ମିଳୁ ନ ଥିବାରୁ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଆଜି ଅରଖକୁଦା ଗାଁରୁ ୫ଶହ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ। ପ୍ରଥମ ଦଫାରେ ୪ଟି ବସ୍‌ ଭର୍ତ୍ତିକରି ଏମାନଙ୍କୁ ଠିକାଦାର ନେଇଯାଇଛି। କେରଳ, ଗୋଆ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟକୁ ଦାଦନ ଖଟିବାକୁ ଆଜି ଲୋକେ ଯାଇଛନ୍ତି। ବିଶେଷକରି ଅଧିକ ଲୋକେ କେରଳ ଓ ଗୋଆକୁ ଦାଦନ ଖଟିବାକୁ ଯାଇଥାନ୍ତି। ସେଠାରେ ସମୁଦ୍ରରେ ମାଛ ଧରିଥାନ୍ତି। ଗତ ୩ ମାସ ପୂର୍ବେ ଏହି ଗାଁର ଜଣେ ବ୍ୟକ୍ତି କେରଳରେ ମାଛ ଧରୁଥିବା ବେଳେ ଟାପାରୁ ପଡ଼ି ସମୁଦ୍ରରେ ଜୀବନ ଯାଇଛି। ଏହା ପୂର୍ବରୁ ଅନେକ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଦାଦନ ଖଟିବା ବେଳେ ଯାଇସାରିଛି। ଏବେ କିଛି ଉପାୟ ହିଁ ନାହିଁ। ଦାଦନ ଏକମାତ୍ର ଭରସା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Book released: ‘ଅମ୍ଳାନ ସୃତି’ ବହିର ଉନ୍ମଚନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.