ARTICLE AD BOX
ଭୁବନେଶ୍ୱର: ଆମ ସରକାର ଆସିବା ପରେ ସମାଜର ସବୁ ବର୍ଗର ଉନ୍ନତି ପାଇଁ ପଦକ୍ଷେପ ନେବା ସହିତ ଆଦିବାସୀଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଆମ ପାଇଁ ରାଜନୀତି କ୍ଷମତା ଭୋଗ କରିବାର ମାଧ୍ୟମ ନୁହେଁ, ବରଂ ଅନ୍ତିମ ଧାଡ଼ିରେ ଥିବା ଗରିବ ଲୋକର ସେବା କରିବାର ମାଧ୍ୟମ। ଆପଣମାନେ ଅନ୍ତିମ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚି ଲୋକଙ୍କ ପାଇଁ କାମ କରନ୍ତୁ। ଜନଜାତିଙ୍କ ବିକାଶକୁ ତ୍ବରାନ୍ବିତ କରନ୍ତୁ। ‘ହଁ, ଆମେ ପାରିବା’ ମନୋବୃତ୍ତି ନେଇ ଲୋକଙ୍କ ସେବା କରନ୍ତୁ। ନିଶ୍ଚିତ ରୂପେ ସଫଳତା ମିଳିବ।
Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇ ଏହା କହିଛନ୍ତି। ଆଜି ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କଠାରୁ ଆଞ୍ଚଳିକ ସମସ୍ୟାଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଶୁଣିବା ପରେ କହିଥିଲେ, ଆପଣମାନେ ଧୈର୍ଯ୍ୟର ସହ କାମ କରନ୍ତୁ। ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଦୃଷ୍ଟିକୁ ସମସ୍ୟା ଆଣନ୍ତୁ।
ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଜନଜାତିଙ୍କ କଲ୍ୟାଣ ପାଇଁ ୧୮,୩୭୧କୋଟି ଟଙ୍କା ପ୍ରଦାନ କରୁଛନ୍ତି। ଏହାକୁ କିପରି ଠିକ୍ ଭାବେ ବିନିଯୋଗ କରାଯିବ ସେନେଇ ଦୃଷ୍ଟି ଦେବାକୁ ହେବ। ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଷ୍ଠାର ସହ ଜନଜାତି କଲ୍ୟାଣ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ସଚିବ ଅନୁ ଗର୍ଗ କହିଥିଲେ, ଆମର ଉନ୍ନୟନ ପରିଷଦରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୩୬ ଭିଜନ୍କୁ ହାସଲ କରିବାକୁ ହେଲେ, ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ। ବୈଠକରେ ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂହ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ସଚିବ ବି. ପରମେଶ୍ୱରନ ପ୍ରମୁଖ ଉପସ୍ଥିତ ଥିଲେ।
Weekly Horoscope 2026 July 19 to 25: ଜାଣନ୍ତୁ ଏ ସପ୍ତାହର ରାଶିଫଳ

6 hours ago
2


