Chief Economic Advisor: ପୁରୁଣା ଗାଡ଼ି ପାଇଁ ଇ୧୦ ପେଟ୍ରୋଲ୍‌ ଫେରାଇ ଆଣ: ପ୍ରସ୍ତାବ ଦେଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଇଥାନଲ୍‌ ମିଶା ଇ୨୦ ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିତର୍କରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ ସାମିଲ ହୋଇଛନ୍ତି। ପୁରୁଣା ଗାଡ଼ି ପାଇଁ ଇ୧୦ ତେଲ ଫେରାଇ ଆଣିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ ଗାଡ଼ିର କ୍ଷତି ହେଉଛି ବୋଲି ନୁହେଁ, ବରଂ ଇ୨୦କୁ ନେଇ ଲୋକମାନଙ୍କ ମନରେ ରହିଥିବା ଭୟ ଦୂର କରିବା ପାଇଁ ଇ୧୦ ତେଲ ବିକ୍ରି ହେବା ଉଚିତ୍‌। ଏକ ସମ୍ବାଦପତ୍ର ନିବନ୍ଧରେ ନାଗେଶ୍ବରନ ଲେଖିଛନ୍ତି ଯେ ଇ୨୦ ପେଟ୍ରୋଲ୍‌ ପ୍ରଭାବରେ ଇଞ୍ଜିନର କ୍ଷତି ହେଉଥିବା ନେଇ ବହୁ ଅଭିଯୋଗ ଆସୁଛି। 

ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି

ସେହି ଧାରଣା କିନ୍ତୁ ଠିକ୍‌ ନୁହେଁ। ଇଞ୍ଜିନ ଖରାପ ହେଉଥିବା ନେଇ ଲୋକମାନଙ୍କ ମନରେ ଥିବା ଭୟକୁ ସମର୍ଥନ କରିବା ଭଳି କୌଣସି ପ୍ରମାଣ ନାହିଁ। ପେଟ୍ରୋଲର ଦୁଇ ତୃତୀୟାଂଶ ଶକ୍ତି ଇଥାନଲରେ ରହିଛି। ତେଣୁ ଇ୨୦ ପେଟ୍ରୋଲ ଆପଣଙ୍କୁ ପେଟ୍ରୋଲ ତୁଳନାରେ ଅଳ୍ପ ଦୂର ନେଇପାରେ, କିନ୍ତୁ ତାହା ଦ୍ବାରା ଗାଡ଼ି ଖରାପ ହେବନାହିଁ ବୋଲି ସେ କହିଛନ୍ତି। ପରୋକ୍ଷରେ ସେ ଇ୨୦ ପେଟ୍ରୋଲ୍‌ରେ ମାଇଲେଜ୍‌ କମୁଥିବାକୁ ସ୍ବୀକାର କରିଛନ୍ତି। ଏକ ଲିଟର ପେଟ୍ରୋଲ୍‌ରେ ୨୦ ପ୍ରତିଶତ ଇଥାନଲ ରହୁଛି। ତେଣୁ ମାଇଲେଜ୍‌ରେ ହ୍ରାସ ୬ରୁ ୭ ପ୍ରତିଶତ ମଧ୍ୟରେ ରହିବ , ୩୦ ପ୍ରତିଶତ ନୁହେଁ ବୋଲି ନାଗେଶ୍ବରନ କହିଛନ୍ତି।

ଇ୧୦ ବିକ୍ରି ଜାରି 

 ପେଟ୍ରୋଲ୍‌ ପାଇଁ ଇଞ୍ଜିନ କ୍ଷତି ହେଉଥିବାର କୌଣସି ପ୍ରମାଣ ଭାରତ ଓ ଆମେରିକାରେ ହୋଇଥିବା ବ୍ୟାପକ ପରୀକ୍ଷଣରୁ ସାମନାକୁ ଆସିନାହିଁ। ଇ୨୦ରେ ପୁରୁଣା ଗାଡ଼ି ପ୍ରତିି ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରି ନାଗେଶ୍ବରନ ଜଣାଇଛନ୍ତି ଯେ ପୁରୁଣା ଗାଡ଼ି କାର୍ବୁରେଟରରେ ଚାଲୁଛି। ଇ୨୦ରୁ ଉତ୍ପନ୍ନ ହେଉଥିବା ଅତିରିକ୍ତ ଅମ୍ଳଜାନକୁ ତାହା ଜାଣିପାରିବ ନାହିଁ ଓ ପରିଚାଳନା କରିପାରିବ ନାହିଁଁ। ସେହିପରି ପୁରୁଣା ଗାଡ଼ିର ରବର୍‌ ସିଲ୍‌ଗୁଡ଼ିକ ମଧ୍ୟ ଇଥାନଲ ପାଇଁ ତିଆରି ହୋଇନାହିଁ। ତାହା ଆଉ ଏକ ସମସ୍ୟା। ତେଣୁ ଇଞ୍ଜିନ ଗରମ ଥାଉ ବା ନଥାଉ ସେଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା ରହିଛି। ସେହି ରବର୍‌ ସିଲ୍‌କୁ ଅଳ୍ପ ଦାମ୍‌ରେ ବଦଳାଇହେବ। କିନ୍ତୁ ଭାରତରେ ୮ କୋଟିରୁ ଅଧିକ ପୁରୁଣା ଗାଡ଼ି ରହିଛି। ଯଦି ରବର୍‌ ସିଲ୍‌ ବଦଳାଇବା କାମ ସବୁ ୱାର୍କସପ୍‌ରେ ଆଜିଠାରୁ ଆରମ୍ଭ କରାଯିବ ତେବେ ସେହି କାମ ସରିବାକୁ ଏକ ବର୍ଷ ସମୟ ଲାଗିଯିବ।ପେଟ୍ରୋଲ ପମ୍ପରେ ଉଭୟ ଇ୨୦ ଓ ଇ୧୦ ପେଟ୍ରୋଲ୍‌ ବିକ୍ରି ହେଲେ ଗ୍ରାହକମାନଙ୍କ ମନରେ ରହିଥିବା ଭୟ ଦୂର ହୋଇପାରିବ। ପୁରୁଣା ଗାଡ଼ିଗୁଡ଼ିକରେ ଯନ୍ତ୍ରାଂଶଗୁଡ଼ିକ ଇଥାନଲକୁ ସହ୍ୟ କରିବା ପାଇଁ ପରିବର୍ତନ ନ ହେବା ପର୍ଯ୍ୟନ୍ତ ଇ୧୦ ବିକ୍ରି ଜାରି ରଖାଯାଇପାରିବ।

ଇଥାନଲ ମିଶ୍ରଣକୁ ନେଇ ନାଗେଶ୍ବରନ ଆଉ ଏକ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ କେତେ ଦୂର ଯିବ? ଯଦି ଇ୩୦ ପେଟ୍ରୋଲ ଆସିିବ ତେବେ ଭାରତର ଖାଦ୍ୟ ସୁରକ୍ଷା ଓ ତୈଳ ଆବଶ୍ୟକତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା କଷ୍ଟକର ହୋଇପଡ଼ିବ। କାରଣ ଇଥାନଲ ପାଇଁ ବିଶେଷ କରି ଆଖୁ, ମକା, ଚାଉଳ ଆଦିକୁ ଫିଡ୍‌ ଷ୍ଟକ୍‌ ଭାବେ ବ୍ୟବହାର କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.