ARTICLE AD BOX
ଚୀନ ବଜାରରେ ଦୁଇଟି ଲୋକପ୍ରିୟ ଖାଦ୍ୟ ସାମଗ୍ରୀର ଏକ ଅସ୍ବାଭାବିକ ମିଳନ ଦେଖିବାକୁ ମିଳିଛି। ଓରିଓ ବିସ୍କୁଟ୍ ପ୍ରସ୍ତୁତ କରୁଥିବା ମଣ୍ଡେଲେଜ୍ ଇଣ୍ଟର୍ନେସ୍ନାଲ୍ କମ୍ପାନି ସେଠାରେ ଏକ ନୂଆ ସ୍ବାଦର ଉତ୍ପାଦ ଉନ୍ମୋଚନ କରିଛି। ଏହା ହେଉଛି କେଏଫ୍ସି ଚିକେନ୍ ସ୍ବାଦଯୁକ୍ତ ଓରିଓ ବିସ୍କୁଟ୍। ଏଥିରେ ଦୁଇଫାଳ ବିସ୍କୁଟ୍ର ସ୍ବାଦ ଅକ୍ଷୁଣ୍ଣ ରହିଥିବା ବେଳେ ମଝିରେ ଥିବା କ୍ରିମ୍ରେ କେଏଫ୍ସି ଚିକେନ୍ର ସ୍ବାଦ ମିଶାଯାଇଛି। ଏଥିରେ ମାଂସ ମିଶାଯାଇ ନାହିଁ। ଏହି ବିସ୍କୁଟ୍ କେବଳ ଚୀନରେ ଉପଲବ୍ଧ।
Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ
ଏହାର କାରଣ ହେଲା କେଏଫ୍ସି ଚିକେନ୍ ସେଠାକାର ସବୁଠାରୁ ଲୋକପ୍ରିୟ ଫାଷ୍ଟଫୁଡ୍ ଦୋକାନ ତାଲିକାରେ ରହିଆସିଛି। ତେଣୁ କେଏଫ୍ସି କମ୍ପାନି ସେଠାରେ ଅଭିନବ ଢଙ୍ଗରେ ପ୍ରଚାର କରିବା ପାଇଁ ଭିନ୍ନ ଭିନ୍ନ ଖାଦ୍ୟ ସାମଗ୍ରୀରେ ଫ୍ରାଏଡ୍ ଚିକେନ୍ ସ୍ବାଦର ମିଶ୍ରଣ କରିଆସୁଛି। ତେବେ ଅତୀତରେ ଏଭଳି ପରୀକ୍ଷାନିରୀକ୍ଷା ଚୀନା କମ୍ପାନିମାନଙ୍କ ମଧ୍ୟରେ ସୀମିତ ଥିଲା। ପ୍ରଥମ ଥର ପାଇଁ ଆଉ ଏକ ଆମେରିକୀୟ କମ୍ପାନି ସହି କେଏଫ୍ସି ଏହି ସ୍ବାଦର ସମ୍ମିଶ୍ରଣ କରିଛି।
Jharkhand exam protest: ଝାଡ଼ଖଣ୍ଡ ପରୀକ୍ଷା ବିବାଦ: ଅନଶନରତ ଛାତ୍ରନେତାଙ୍କ ସ୍ବାସ୍ଥ୍ୟରେ ଅବନତି

1 month ago
14


