ARTICLE AD BOX
ବାଲିଶଙ୍କରା: ଅନେକ ଦିନ ହେବ ଭୋକ ଉପବାସରେ ଏଣେତେଣେ ଘୁରି ବୁଲୁଥିବା ଛତିଶଗଡ଼ ରାଜ୍ୟର ଜଣେ ଅସହାୟ ବୃଦ୍ଧା ଶେଷରେ ସାହାଯ୍ୟର ହାତ ପାଇଛନ୍ତି।
ସୂଚନାଯୋଗ୍ୟ, ବାଲିଶଙ୍କରା ଡାକ୍ତରଖାନା ନିକଟସ୍ଥ ଭାଟିପଡାରେ ଗତ ୭ ତାରିଖ ସନ୍ଧ୍ୟା ୭ଟାରେ ଝିପି ଝିପି ବର୍ଷାରେ ଘୁରି ବୁଲୁଥିଲେ ଜଣେ ବୃଦ୍ଧା । ବୃଦ୍ଧାଙ୍କ ଅବସ୍ଥା ଦେଖି ସ୍ଥାନୀୟ ଦୋକାନୀ ବେଦବ୍ୟାସ ମହାକୁଳ ତାଙ୍କୁ ଅଟକାଇଥିଲେ। ଏହାପରେ ବୃଦ୍ଧାଙ୍କ ଠାରୁ ସମସ୍ତ ଘଟଣା ପଚାରି ବୁଝି ସମ୍ବାଦ ପ୍ରତିନିଧି ପ୍ରଦୀପ ନନ୍ଦଙ୍କୁ ଅବଗତ କରାଇଥିଲେ | ଖବରପାଇ ସାମ୍ବାଦିକ ପ୍ରଦୀପ ନନ୍ଦ ଘଟଣାସ୍ଥଳରେ ପହଞ୍ଚି କ୍ଷୁଧାରେ ଥିବା ବୃଦ୍ଧଙ୍କୁ ଫଳ, ବିସ୍କୁଟ ଓ ଟିଫିନ ଖାଇବାକୁ ଦେଇଥିଲେ। ଏହାପରେ ବୃଦ୍ଧଙ୍କ ପରିଚୟ, ଠିକଣା ଓ ସମସ୍ତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ |
ହସ୍ପିଟାଲ୍ କ୍ବାର୍ଟରରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକଙ୍କୁ ପଚରାଉଚରା
ବୃଦ୍ଧା ଜଣକ ହେଲେ ଓଡ଼ିଶା ସୀମାନ୍ତ ଛତିଶଗଡ଼ ରାଜ୍ୟର ଜାମବାହାଲ ଗ୍ରାମର ଫୁଲମତୀ କାଲୋ (୬୨) | ତାଙ୍କ ସ୍ୱାମୀଙ୍କ ନାମ ବଳଦେବ ଖେରୁଆଳ (୬୫) | ଏମାନେ ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି | ଦ୍ବୟ ସ୍ୱାମୀ-ସ୍ତ୍ରୀଙ୍କ ପିଲାଛୁଆ ନାହାନ୍ତି | ବୃଦ୍ଧାଙ୍କ ଘରଦ୍ୱାର ନଥିବା ଜାଣିଲା ପରେ ଯଥାଶୀଘ୍ର ଥଇଥାନର ବ୍ୟବସ୍ଥା କରିବା ପାଇଁ ତଲସରା ପୁଲିସର ସହାୟତା ପାଇଁ ସ୍ଥାନୀୟ ବିଜେପି ମଣ୍ଡଳ ବିଧାୟକ ପ୍ରତିନିଧି ରବିଚନ୍ଦ୍ର ପଟେଲ ଏବଂ ସମାଜସେବୀ ବନମାଳୀ ବାରସତୀଆ ତଲସରା ଥାନା ଅଧିକାରୀ ଯଶୋବନ୍ତି ବାଗଙ୍କୁ ସୂଚନା ଦେଇଥିଲେ | ଘଟଣାସ୍ଥଳରେ ପୁଲିସ ପହଞ୍ଚିବାରେ ବିଳମ୍ବ ଦେଖି ସାମ୍ବାଦିକ ପ୍ରଦୀପ ନନ୍ଦ କନକ ନ୍ୟୁଜ ପ୍ରତିନିଧି ଦେବାଶିଷ କବି ଏବଂ ସମ୍ବାଦ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସୁନ୍ଦରଗଡ଼ ଏସପି ଓ ଜିଲ୍ଲାପାଳ ତତ୍ପରତା ଦେଖାଇଥିଲେ। ଗାଡି ପଠାଇ ଉକ୍ତ ବୃଦ୍ଧାଙ୍କ ଥଇଥାନ ପାଇଁ ସୁନ୍ଦରଗଡ଼ ସଖି କେନ୍ଦ୍ର ସହ ଯୋଗାଯୋଗ କରିଥିଲେ।

1 hour ago
1


