Check: ଚେକ୍ ବାଉନ୍ସ ମାମଲା: ଦୋଷୀଙ୍କୁ ୬ ମାସ ଜେଲ୍, ୪ ଲକ୍ଷ ଜରିମାନା

1 hour ago 1
ARTICLE AD BOX

ବାରିପଦା: ଏକ ଚେକ୍ ବାଉନ୍ସ ମାମଲାର ବିଚାର କରି ବାରିପଦା  ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ଶୁଭ୍ରାଂଶୁ ଠାକୁର ଦୋଷୀ ଝାରପୋଖରୀ ଥାନା ଅନ୍ତର୍ଗତ ଗୋଷାଣୀପାଳ ଗ୍ରାମର ନୀଳକଣ୍ଠ ସାହୁଙ୍କୁ  ୬ ମାସ ଜେଲ୍ ଦଣ୍ଡ ସହ ୪ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି l ଜରିମାନା ଅନାଦେୟ ହେଲେ ଅଧିକ ୧ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି।

ଆହୁରି ପଢନ୍ତୁ: China couple trade wedding: ବାହାଘରରେ ନୂଆ ଟ୍ରେଣ୍ଡ୍‌! ଅତିଥିଙ୍କୁ ଉପହାର ବଦଳରେ ଟଙ୍କା

ସୂଚନାଯୋଗ୍ୟ ଯେ, ନୀଳକଣ୍ଠ ସାହୁ ବ୍ୟବସାୟ ପାଇଁ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସାରସକଣା ଶାଖାରୁ ୨ ଲକ୍ଷ ଟଙ୍କା ଋଣ ନେଇଥିଲେl ଏହି ଋଣ ପରିଶୋଧ ପାଇଁ ସେ ୨,୯୪,୩୬୮.୦୦ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। ମାତ୍ର ଚେକ୍‌ଟି ବାଉନ୍ସ ହୋଇଯିବାରୁ ସାରସକଣା ଶାଖାର ପରିଚାଳିକା ବାରିପଦା ଜେ.ଏମ୍.ଏଫ୍.ସି. କୋର୍ଟରେ ଏକ ମାମଲା (ଆଇ.ସି.ସି. ନଂ- ୦୪/୧୫/୨୦୨୪) ଫାଇଲ୍ କରିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଏହି ରାୟ ପ୍ରଦାନ କରିଥିବା ବେଳେ ବ୍ୟାଙ୍କ ତରଫରୁ  ଆଇନଜୀବୀ ବଟକୃଷ୍ଣ ପାଢ଼ୀ ଏହି ମାମଲା   ପରିଚାଳନା କରୁଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.