ARTICLE AD BOX
ମୁନି ପିପଳାଦ ଏକ ପୌରାଣିକ ଚରିତ୍ର। ତାଙ୍କର ଆଶ୍ଚର୍ଯ୍ୟ ସୁନ୍ଦର ଜୀବନ କଥା, ତପସ୍ୟା ଓ ସଂସାର ନିମିତ୍ତ କଲ୍ୟାଣକାରୀ ବର ପ୍ରାର୍ଥନା, ତାଙ୍କୁ ଏକ ଅସାମାନ୍ୟ ମନୁଷ୍ୟଋଷିର ମର୍ଯ୍ୟାଦା ପ୍ରଦାନ କରିଛି। ମହର୍ଷି ଦଧୀଚି ଓ ମାତା ସୁବର୍ଚ୍ଚାଶା (ଗଭସ୍ତିନୀ)ଙ୍କର ପୁତ୍ର ଥିଲେ ମୁନି ପିପଳାଦ। ଏକଦା ବୃତ୍ତ୍ରାସୁର ନାମକ ଏକ ଭୟଙ୍କର ରାକ୍ଷସକୁ ବଧ କରିବା ନିମିତ୍ତ ଇନ୍ଦ୍ରଙ୍କ ଅନୁରୋଧରେ ଅସ୍ତ୍ର ନିର୍ମାଣ କରିବା ନିମିତ୍ତ ମହର୍ଷି ଦଧୀଚି, ତାଙ୍କର ଅସ୍ଥି ଦାନ କରି ସ୍ବର୍ଗାରୋହଣ କଲେ। ଏହି ସମୟରେ ମହର୍ଷି ଦଧୀଚିଙ୍କର ପତ୍ନୀ ଗଭସ୍ତିନୀ ଅନ୍ତଃସତ୍ତ୍ବା ଥିଲେ। ସେ ସତୀ ହେବାପାଇଁ ନିଜର ଜରାୟୁକୁ ଛିନ୍ନ କରି, ଭାବୀ ସନ୍ତାନକୁ ଏକ ଅଶ୍ବତ୍ଥ ବୃକ୍ଷ କୋରଡ଼ରେ ରଖି ଦେହତ୍ୟାଗ କଲେ। ଗଲାବେଳେ ସେ ତାଙ୍କ ସନ୍ତାନର ଜନ୍ମ ପରେ ତା’ର ରକ୍ଷଣାବେକ୍ଷଣର ଦାୟିତ୍ବ ଅଶ୍ବତ୍ଥ (ପିପଳ) ବୃକ୍ଷକୁ ଦେଇଗଲେ।
Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା
ଦଧୀଚିଙ୍କ ଆଶ୍ରମ ନିକଟରେ ଥିବା ସମସ୍ତ ବନସ୍ପତି, ମୃଗ, ଶୁକ ଆଦି ପଶୁପକ୍ଷୀ ଶିଶୁଟି ଜନ୍ମ ହେଲା ମାତ୍ରେ ତାର ଯତ୍ନ ନେବା ଆରମ୍ଭ କଲେ। ବୃକ୍ଷମାନେ ପକ୍ବଫଳ, ମୃଗମାନେ କୋମଳ ତୃଣ, ପତ୍ରମାନେ ଜଳ ଦେଇ; ଶୁକ ସାରୀମାନେ ଗୀତ ଗାଇ ଶିଶୁକୁ ପାଳନ କରିବାକୁ ଲାଗିଲେ। ଯେହେତୁ ସେ ପିପଳ ବୃକ୍ଷ ଗର୍ଭରେ ଜନ୍ମିତ, ଶିଶୁଟିର ନାମକରଣ କଲେ ପିପଳାଦ। ଶିଶୁଟି କ୍ରମଶଃ ବଡ଼ ହେଲା। କିନ୍ତୁ ବୃକ୍ଷଲତା, ପଶୁପକ୍ଷୀଙ୍କଠାରୁ ନିଜକୁ ସଂପୂର୍ଣ୍ଣ ଭିନ୍ନ ଜାଣି, ସେ ଦିନେ ପିପଳବୃକ୍ଷକୁ ପଚାରିଲା–ମୁଁ ମନୁଷ୍ୟ ଶିଶୁ। ତୁମଠାରୁ କିପରି ଜନ୍ମ? ମୋର ପିତାମାତା କିଏ?
ପିପଳବୃକ୍ଷ ଦଧୀଚିଙ୍କର ମହାଦାନ, ମାତା ଗଭସ୍ତିନୀଙ୍କର ମୃତ୍ୟୁ ଆଦି ସମସ୍ତ କାହାଣୀ ପିପଳାଦଙ୍କୁ ଶୁଣାଇଲେ। ଜନ୍ମରୁ ପିତାମାତା ହୀନ ତଥା ଏପରି ଅନାଥ ହେବା କଥା ଶୁଣି ସେ ଶୋକରେ ଅଧିର ହୋଇ ପଡ଼ିଲେ। ଏକ ସମୟରେ ଦେବର୍ଷି ନାରଦ ସେଠାରେ ଆସି ପହଞ୍ଚିଲେ। ପିପଳାଦ ତାଙ୍କୁ ଜନ୍ମରୁ ଏପରି ଦୁଃଖ ଭୋଗ କରିବାର କାରଣ ସଂପର୍କରେ ପଚାରିବାରୁ, ନାରଦ ତାଙ୍କୁ ଜଣାଇଲେ– ମାତୃଗର୍ଭରେ ଥିବା ସମୟରୁ ତାଙ୍କ ଉପରେ ଶନିଙ୍କର ଅଶୁଭ ଦୃଷ୍ଟି ପଡ଼ିବାରୁ ତାଙ୍କର ଜୀବନରେ ଏପରି ଦୁର୍ଦ୍ଦଶା ଘଟିଲା। ପିପଳାଦ ଏହା ଜାଣିବା ପରେ ଶନିଙ୍କ ଉପରେ ପ୍ରତିଶୋଧ ନେବାପାଇଁ କଠୋର ତପସ୍ୟାରେ ବସିଗଲେ। ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ତାଙ୍କୁ ବାଞ୍ଛିତ ବର ପ୍ରଦାନ କଲେ। ଏହି ବର ଅନୁସାରେ, ପିପଳାଦ ଯାହାକୁ ଚାହିଁ ଜାଳି ଦେବାକୁ ଇଚ୍ଛା କରିବେ ତାକୁ ଜାଳିଦେବେ।
Tur dal: ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ
ବରପ୍ରାପ୍ତ ହେବା ପରେ ପିପଳାଦ ଶନିଦେବଙ୍କୁ ଆହ୍ବାନ କରି ତାଙ୍କୁ ସମ୍ମୁଖରେ ରଖି ତାଙ୍କ ଉପରେ ଦୃଷ୍ଟିପାତ କରି ତାଙ୍କୁ ଜଳାଇବାକୁ ଆରମ୍ଭ କଲେ। ଶନି ଜଳିବାର ଦେଖି ଦେବତାମାନେ ବ୍ୟଥିତ ହୋଇ ଯାଇ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ। ବ୍ରହ୍ମା ଆସି ଶନିଦେବଙ୍କୁ ମୁକ୍ତି ଦେବାପାଇଁ ଦୁଇଟି ଅନ୍ୟବର ନେବାକୁ ପିପଳାଦଙ୍କୁ ପ୍ରବର୍ତ୍ତାଇଲେ। ପିପଳାଦ ଏଥିରେ ରାଜି ହୋଇ ବର ମାଗିଲେ। ପ୍ରଥମ ବରରେ ସେ ମାଗିଲେ– କୌଣସି ଶିଶୁ ପାଞ୍ଚ ବର୍ଷ ନ ହେବା ଯାଏ ତାଙ୍କ ଉପରେ ଶନିଦୃଷ୍ଟି ପଡ଼ିବ ନାହିଁ କି କୌଣସି ଶିଶୁ ମୋ ପରି ଅନାଥ ହେବେ ନାହିଁ। ଦ୍ବିତୀୟ ବର ମାଗିଲେ–ପିପଳବୃକ୍ଷ ମାତେ ମାତୃବତ୍ ପରିପାଳନ କରିଛି। ସୂର୍ଯ୍ୟ ଉଦୟ ପୂର୍ବରୁ େଯ ପିପଳ ମୂଳରେ ଜଳଦାନ କରିବ, ତାକୁ ଶନିଦଶା ଲାଗିବ ନାହିଁ। ଏହା ପରେ ଶନିଙ୍କୁ ଜ୍ବଳନରୁ ମୁକ୍ତ କରିବାପାଇଁ ସେ ବ୍ରହ୍ମଦଣ୍ଡରେ ଶନିଙ୍କର ପାଦକୁ ଆଘାତ କରିବାରୁ ତାଙ୍କର ପାଦରେ କ୍ଷତ ହେଲା। ଫଳରେ ଶନି ଆଉ ଶୀଘ୍ର ଚାଲିପାରିଲେ ନାହିଁ। ଏବଂ ଶରୀରର ଜ୍ବଳନ ଫଳରେ ତାଙ୍କର ରଙ୍ଗ କଳା ହୋଇଗଲା। ଏହାପରେ ପିପଳାଦ ନିଜ ତପସ୍ୟାଲବ୍ଧ ଜ୍ଞାନ ବଳରେ ‘ପ୍ରଶ୍ନ ଉପନିଷଦ’ ରଚନା କରି ସୃଷ୍ଟିର ଜ୍ଞାନ ବର୍ଦ୍ଧନ କଲେ।

1 week ago
6

