ARTICLE AD BOX
କେନ୍ଦ୍ରାପଡ଼ା: ବର୍ଷକ ତଳୁ ଚାକିରିରୁ ଅବସର ନେଲେଣି। ତାଙ୍କ ପରେ ଆଉ ଜଣେ ଆସି ଅଧୢକ୍ଷ ଦାୟିତ୍ବରୁ ଗଲେଣି। କିନ୍ତୁ ପିଲାମାନଙ୍କୁ ଯେଉଁ ସାର୍ଟିଫିକେଟ୍ ଦିଆଯାଇଛି, ସେଥିରେ ବର୍ଷକ ତଳେ ଅବସର ନେଇଥିବା ଅଧୢକ୍ଷଙ୍କ ଦସ୍ତଖତ ରହିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ନାମଲେଖା ଫି’ ବାବଦକୁ ୯ଲକ୍ଷରୁ ଅଧିକ ଟଙ୍କା ଆଦାୟ କରି ବିବାଦ ଘେରକୁ ଆସିଥିବା କେନ୍ଦ୍ରାପଡ଼ା ଇଭିନି˚ +୨ ମାଧୢମିକ ବିଦ୍ୟାଳୟରେ ବର୍ତ୍ତମାନର ଅଧୢକ୍ଷା ଥାଉଥାଉ ପୂର୍ବତନ ଅଧକ୍ଷଙ୍କ ଦସ୍ତଖତରେ ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟ୍ ଓ ମାର୍କସିଟ୍ ଦିଆଯାଇ ଶତାଧିକ ପିଲାଙ୍କ ଭବିଷ୍ୟତ ସହ ଖେଳାଯିବା ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି। କେବଳ ସେତିକି ନୁହେଁ, ସାର୍ଟିଫିକେଟ୍ ପିଛା ପିଲାଙ୍କଠାରୁ ଶହେ ଟଙ୍କା ଲେଖାଏଁ ଆଦାୟ କରାଯାଇଛି; ଯାହାର ରସିଦ୍ ମଧୢ ଦିଆଯାଇ ନାହିଁ। ଏଭଳି ବେନିୟମ କାମକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ ଖୋଦ୍ କଲେଜ ଅଧୢକ୍ଷା ଦମୟନ୍ତୀ ମହାରଣା ସାର୍ଟିଫିକେଟ୍ ଭୁଲ୍ ଥିବା ସ୍ବୀକାର କରିଛନ୍ତି।
TMC: ବାଚସ୍ପତିଙ୍କ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଦ୍ରୋହୀ ଟିଏମ୍ସି ନେତା
ପୁଣି ବିବାଦରେ ଇଭିନି˚ କଲେଜ
୨୨୬ପିଲାଙ୍କ ଭବିଷ୍ୟତ ସହ ଖେଳ
ଚଳିତବର୍ଷ ଇଭିନି˚ କଲେଜର +୨ କଳା ରେଗୁଲାର୍ରେ ୨୩୯ ଓ ଏକ୍ସ-ରେଗୁଲାର୍ରେ ୨୪ପିଲାଙ୍କୁ ମିଶାଇ ମୋଟ ୨୬୩ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧୢରୁ ୨୨୬ଜଣ ପାସ୍ କରିଥିଲେ। ପାସ୍ କରିଥିବା ଏହି ଛାତ୍ରଛାତ୍ରୀଙ୍କୁ ଉଚ୍ଚମାଧୢମିକ ଶିକ୍ଷା ପରିଷଦ ପକ୍ଷରୁ ଯେଉଁ +୨ କଳା ସାର୍ଟିଫିକେଟ୍ ଓ ମାର୍କସିଟ୍ ଦିଆଯାଇଛି; ସେଥିରେ ସା˚ଘାତିକ ତ୍ରୁଟି ରହିଛି। ସାର୍ଟିଫିକେଟ୍ରେ କଲେଜର ମୁଖ୍ୟ ଭାବେ ବର୍ତ୍ତମାନର ଅଧୢକ୍ଷା ଦମୟନ୍ତୀ ମହାରଣାଙ୍କ ଦସ୍ତଖତ ପରିବର୍ତ୍ତେ ପୂର୍ବତନ ଅଧୢକ୍ଷ ଦିଲ୍ଲୀପ ମହାନ୍ତିଙ୍କ ଦସ୍ତଖତ ରହିଛି। ଶ୍ରୀ ମହାନ୍ତି ୨୦୨୫ ଜୁନ୍ରେ ଚାକିରିରୁ ଅବସର ନେବା ପରେ ତାଙ୍କ ସ୍ଥାନ ଅଧୢାପକ ମନୋଜ କୁମାର ଜେନା ନେଇଥିଲେ। ସେ ଅଧୢକ୍ଷ ଭାବେ ୨୦୨୫ ସେପ୍ଟେମ୍ବର ୧୪ତାରିଖ ଯାଏଁ ଦାୟିତ୍ବରେ ରହିଥିଲେ। ଏହାପରେ ଦମୟନ୍ତୀ ମହାରଣା ୨୦୨୫ ସେପ୍ଟେମ୍ବର ୧୫ରୁ ଅଧୢକ୍ଷା ଦାୟିତ୍ବ ସମ୍ଭାଳି ଆସୁଛନ୍ତି। ମାତ୍ର ଉଦ୍ବେଗର ବିଷୟ ଯେ ଚଳିତବର୍ଷ +୨ କଳା ପାସ୍ କରିଥିବା ପିଲାମାନଙ୍କୁ ବର୍ଷକ ତଳେ ଚାକିରିରୁ ଅବସର ନେଇଥିବା ପୂର୍ବତନ ଅଧୢକ୍ଷଙ୍କ ଦସ୍ତଖତ ଥିବା ସାର୍ଟିଫିକେଟ୍ ଦିଆଯାଇଛି। ଆଗକୁ ପିଲାଙ୍କ ଚାକିରି କ୍ଷେତ୍ରରେ ମଧୢ ଉକ୍ତ ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟ୍ ସମସ୍ୟା ସୃଷ୍ଟି କରିପାରେ। ସେପଟେ ବିନା ରସିଦ୍ରେ ୧୦୦ଟଙ୍କା ଲେଖାଏଁ ସାର୍ଟିଫିକେଟ୍ ବାବଦକୁ ପିଲାଙ୍କ ଠାରୁ ଆଦାୟ କରାଯିବା ଉପରେ ବି ସନ୍ତୋଷଜନକ ଉତ୍ତର ମିଳିନାହିଁ।
Horoscope 2026 July 20: ଜାଣନ୍ତୁ ଆଜିର ରାଶିଫଳ
ଅଧୢକ୍ଷା ଶ୍ରୀମତୀ ମହାରଣା କହିଛନ୍ତି ଯେ ସାର୍ଟିଫିକେଟ୍ରେ ମୋର ଦସ୍ତଖତ ରହିବା କଥା। ଭୁଲ୍ରେ ପୂର୍ବତନ ଅଧୢକ୍ଷଙ୍କର ରହିଯାଇଛି। ତେଣୁ ଆଉଥରେ ମୋର ଡିଜିଟାଲ୍ ଦସ୍ତଖତ କାଉନ୍ସିଲ୍କୁ ପଠାଯାଇଛି। ସେଠାରୁ ସାର୍ଟିଫିକେଟ୍ ଛାପାଯାଇ ଆସିବା ପରେ ପିଲାଙ୍କୁ ତ୍ରୁଟିଶୂନ୍ୟ ସାର୍ଟିଫିକେଟ୍ ଦିଆଯିବ। ବିନା ରସିଦରେ ଟଙ୍କା ଆଦାୟ ସମ୍ପର୍କରେ ଅବଗତ ନ ଥିବା ଅଧୢକ୍ଷା ସଫେଇ ଦେଇଛନ୍ତି।

1 day ago
1


