ARTICLE AD BOX
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ‘ଲେହରା ଦୋ ତିରଙ୍ଗା’ କାର୍ଯ୍ୟକ୍ରମ ପୂର୍ବରୁ ନୂଆଦିଲ୍ଲୀ ପୌର ପରିଷଦ (ଏନ୍ଡିଏମ୍ସି) କନ୍ନଟ ପ୍ଲେସ୍ର ସେଣ୍ଟ୍ରାଲ ପାର୍କକୁ ଅକ୍ଟୋବର ୧୬ ଓ ୧୭ ତାରିଖରେ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରଖିବାକୁ ଘୋଷଣା କରିଛି। ପ୍ରଶାସନିକ କାରଣ ଦର୍ଶାଇ ଏନ୍ଡିଏମ୍ସି ଏନେଇ ନୋଟିସ୍ ଜାରି କରିଛି।
ସିଜେପିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଅକ୍ଟୋବର ୧୬ ତାରିଖ ଅପରାହ୍ଣ ୫ଟାରେ ସେଣ୍ଟ୍ରାଲ ପାର୍କରେ ଜାତୀୟ ପତାକା ଧରି ଏକାଠି ହେବାକୁ ସମର୍ଥକଙ୍କୁ ଆହ୍ୱାନ ଦେଇଛନ୍ତି। ଯନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ଯାଇ ଦଳର ଦୁଇ ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା ତିହାର ଜେଲ୍ରେ ନ୍ୟାୟିକ ହାଜତରେ ଥିବାରୁ ସେମାନଙ୍କ ସମର୍ଥନରେ ଏହି କାର୍ଯ୍ୟକ୍ରମ ଡକାଯାଇଛି। ଏହି ସମୟରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ କରିଥିବା ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ୍ସ ଫେଡେରେସନ୍ (ଏଆଇଏସ୍ଏଫ୍) ଓ ଅଲ୍ ଇଣ୍ଡିଆ ୟୁଥ୍ ଫେଡେରେସନ୍ (ଏଆଇୱାଇଏଫ୍)ର ସଦସ୍ୟଙ୍କୁ ଗୁରୁବାର ଦିଲ୍ଲୀ ପୁଲିସ ଅଟକ ରଖିଛି। ସେମାନେ କନ୍ନଟ୍ ପ୍ଲେସ୍ରୁ ଜାତୀୟ ପତାକା ଧରି ତ୍ରିରଙ୍ଗା ପଦଯାତ୍ରା କରୁଥିବା ବେଳେ ପୁଲିସ ସେମାନଙ୍କୁ ଏକ ବସ୍ରେ ଉଠାଇ ନେଇଥିଲା। ଅନ୍ୟପକ୍ଷରେ, ଅକ୍ଟୋବର ୧୬ରେ ସିଜେପିର ପ୍ରସ୍ତାବିତ ଆନ୍ଦୋଳନକୁ ରୋକିବା ପାଇଁ ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ତେବେ ଆଇନଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପୁଲିସ ଅଦାଲତଙ୍କୁ ଆଶ୍ୱାସନା ଦେଇଛି।
ୟେମେନର ରାଷ୍ଟ୍ରପତି ଭବନ ପରିସରରେ କ୍ଷେପଣାସ୍ତ୍ର ମାଡ଼ କଲା ହୁତି, ୪ ମୃତ

4 hours ago
1


