Celebrity Shreya: ସେଲିବ୍ରିଟି ଶ୍ରେୟା

1 week ago 4
ARTICLE AD BOX

‘ଲକ୍‌ ଅପ୍‌ ୨’ ରିଆଲିଟି ସୋ’ ଜିଣିବା ପରେ ଶ୍ରେୟା କାଲରା ଚର୍ଚ୍ଚିତ ସେଲିବ୍ରିଟି ପାଲଟିଛନ୍ତି। ଜଣେ ଅଳ୍ପ ପରିଚିତ ସାମାଜିକ ଗଣମାଧ୍ୟମ କଣ୍ଟେଣ୍ଟ କ୍ରିଏଟର୍‌ ଯେଉଁଭଳି ଭାବେ ଅନେକ ଜଣାଶୁଣା ଟେଲିଭିଜନ୍‌ ତାରକାଙ୍କୁ ପଛରେ ପକାଇ ପ୍ରଥମ ହୋଇଗଲେ ତାହା ଅନେକଙ୍କୁ ଚକିତ କରିଛି। ପୁରସ୍କାର ସ୍ବରୂପ ସେ ଟ୍ରଫି ସହିତ ଏକ କୋଟି ଟଙ୍କା ଜିଣିଛନ୍ତି। ଶ୍ରେୟା ୧୯୯୭ ମସିହା ଜାନୁଆରି ୧୪ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ହୋଇଥିଲେ। ସେ ଅଳ୍ପ ବୟସରୁ ଫ୍ୟାସନ୍, ନୃତ୍ୟ ଓ ଅଭିନୟ କରିବା ଲାଗି ଖୁବ୍ ଆଗ୍ରହୀ ହୋଇଯାଇଥିଲେ। ତେବେ ସେ ପାଠପଢ଼ାକୁ ପ୍ରାଥମିକତା ଦେଇଥିଲେ। କୁଇନ୍‌ସ କଲେଜରୁ ବି.କମ୍. ଡିଗ୍ରି ହାସଲ କରିବା ପରେ ସେ ଇନ୍ଦୋରର ପିଆଇଏମ୍‌ଆର୍‌ରେ ଏମ୍‌ବିଏ କରିଥିଲେ। ତା’ ପରେ ୨୦୧୮ରୁ ସେ ଟିକ୍‌ଟକ୍‌ରେ ନୃତ୍ୟ ଓ ଫ୍ୟାସନ୍‌ ଭିଡିଓ ଛାଡ଼ିବା ଆରମ୍ଭ କଲେ।

Education: ଘୁ.ଉଦୟଗିରିରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର; କାମଚଳାରେ ଚାଲିଛି ଶିକ୍ଷା ବିଭାଗ

ତାଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ବ ତଥା ମନୋରଞ୍ଜନଧର୍ମୀ ଭିଡିଓ କାରଣରୁ େସ ଟିକ୍‌ଟକ୍‌ର ପ୍ରସିଦ୍ଧତମ କ୍ରିଏଟର୍‌ଙ୍କ ତାଲିକାରେ ସାମିଲ ହୋଇପାରିଥିଲେ। ୨୦୨୦ରେ ଟିକ୍‌ଟକ୍‌ ଭାରତରେ ନିଷେଧ ହେବା ପରେ ସେ ନିରାଶ ନ ହୋଇ ଇନ୍‌ଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ୍‌ରେ ନୂଆ କରି ନିଜର କଣ୍ଟେଣ୍ଟ କ୍ରିଏଟର୍‌ ଯାତ୍ରା ଆରମ୍ଭ କଲେ। ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୨୩ ଲକ୍ଷରୁ ଅଧିକ ଅନୁଗାମୀ ଅଛନ୍ତି। ‘ଡୋଣ୍ଟ୍‌ ସ୍ପିଲ୍‌ ଠୁ ମଚ୍‌’ କାର୍ଯ୍ୟକ୍ରମ ଜରିଆରେ ସେ ପଡ୍‌କାଷ୍ଟିଂ ଜଗତକୁ ମଧ୍ୟ ପ୍ରବେଶ କରିଛନ୍ତି। ତାଙ୍କ ପ୍ରଥମ ଟିଭି କାର୍ଯ୍ୟକ୍ରମ ଥିଲା ୨୦୨୦ ମସିହାର ‘ଏମ୍‌ଟିଭି ରୋଡିଜ୍‌ ରିଭଲ୍ୟୁସନ୍‌’। ସେଥିରେ ସେ ବେଶୀ ସମୟ ତିଷ୍ଠି ପାରି ନଥିଲେ।  ଉଲ୍ଲେଖଯୋଗ୍ୟ ଯେ ରିତେଶ ଦେଶମୁଖ ଓ ଫରାହ ଖାଁଙ୍କ ଦ୍ବାରା ଉପସ୍ଥାପିତ ‘ଲକ୍‌ ଅପ୍‌ ୨’ କାର୍ଯ୍ୟକ୍ରମର ଫିନାଲେକୁ କେବଳ ଶିବାଙ୍ଗୀ ଯୋଶୀ ଓ ଶ୍ରେୟା କାଲରା ଉନ୍ନୀତ ହୋଇଥିଲେ। ଶ୍ରେୟା ସାତଟି ଅତିରିକ୍ତ ଭୋଟ ପାଇ ବିଜୟୀ ମୁକୁଟ ପିନ୍ଧିଥିଲେ।

Tur dal: ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍‌ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.