Car: ୧୫ ହଜାରରେ କିଣା, ଦୁଇ କୋଟି ଡଲାର୍‌ରେ ନିଲାମ!

1 week ago 7
ARTICLE AD BOX

ହଲିଉଡ୍‌ ତାରକା ଷ୍ଟିଭ୍‌ ମ୍ୟାକ୍‌କୁଇନ୍‌ ଥିଲେ ଯାନବାହନପ୍ରିୟ। ତାଙ୍କର ଥିଲା ଅନେକ ସୌଖୀନ କାର୍‌ ଓ ୧୪୦ରୁ ଅଧିକ ‌ମଟରସାଇକେଲ୍‌। ତାଙ୍କର ସେହି କାର୍‌ଗୁଡ଼ିକ ମଧ୍ୟରୁ ଗୋଟାଏ ଦୁଷ୍ପ୍ରାପ୍ୟ ଫେରାରି କାର୍‌ ନିୟୁର୍କରେ ନିଲାମ ହେବ। ଏହାକୁ ନିଲାମ୍‌ କରିବ ବିଖ୍ୟାତ ଯାନବାହନ ନିଲାମକାରୀ ସଂସ୍ଥା ଗୁଡିଙ୍ଗ୍‌ କ୍ରିଷ୍ଟି। ଏ କାର୍‌ ହେଉଛି ୧୯୬୭ରେ ତିଆରି ‘ଫେରାରି ୨୭୫ ଜିଟିବି/୪ଏସ୍‌ ଏନ୍‌ଏଆର୍‌ଟି ସ୍ପାଇଡର୍‌’। ଏହି ମଡେଲର ମାତ୍ର ୧୦ଟି ତିଆରି କରାଯାଇଥିବାରୁ ସେ ସମୟରେ ଏହାର ଖୁବ୍‌ ଚାହିଦା ଥିଲା।

Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ

ସେଥିରୁ ମାତ୍ର ଦୁଇଟି ଥିଲା ବ୍ଲୁ ସେରା ରଙ୍ଗର। ଷ୍ଟିଭ୍‌ ସେଥିରୁ ଗୋଟିଏ କିଣିଥିଲେ। ମାନ୍‌ସନ୍‌ ଗ୍ଲୋବାଲ୍‌ରୁ ଜଣାଯାଏ ଯେ ଷ୍ଟିଭ୍‌ ଏହି ଫେରାରିକୁ ୧୫,୦୦୦ ଡଲାର୍‌ ଦେଇ କିଣିଥିଲେ। ଲସ୍‌ ଏଞ୍ଜେଲସ୍‌ରେ ଏହାକୁ ଷ୍ଟିଭ୍‌ଙ୍କୁ ଡେଲିଭରି ଦିଆଯାଇଥିଲା। କମ୍ପାନିର ଷ୍ଟିଭ୍‌ ଏହି କାର୍‌ରେ କିଛି ସ୍ବତନ୍ତ୍ର ମଡି‌ଫିକେସନ୍‌ ମଧ୍ୟ କରାଇଥିଲେ। ଦିନେ ଷ୍ଟିଭ୍‌ ଏହି କାର୍‌ ଚଳାଇ ପାସିଫିକ୍‌ କୋଷ୍ଟ୍‌ ହାଇୱେରେ ଯିବା ବେଳେ ଧକ୍କା ଲାଗି ପଛ ଅଂଶ ଭାଙ୍ଗି ଯାଇଥିଲା। ମରାମତି ପାଇଁ ସେ ଏହାକୁ କମ୍ପାନିକୁ ପଠାଇଥିଲେ। ଏହାକୁ ମରାମତି ଓ ରଙ୍ଗ କରି ପୁଣି ଷ୍ଟିଭ୍‌ଙ୍କୁ ଡେଲିଭରି ଦିଆଯାଇଥିଲା। ୧୯୬୮ ମସିହାର ସିନେମା ‘ଦି ଟମାସ୍‌ କ୍ରାଉନ୍‌ ଆଫେୟାର୍‌’ରେ ଷ୍ଟିଭ୍‌ ମ୍ୟାକ୍‌କୁଇନ୍‌ ଏହି କାର୍‌ ଚଳାଉଥିବା ଦୃଶ୍ୟ ଅଛି। ଏହି ଫେରାରି କାର୍‌ ୧୫ରୁ ୨୦ ନିୟୁତ ଡଲାର୍‌ ମୂଲ୍ୟରେ ନିଲାମ୍‌ ହେବ ବୋଲି ଅନୁମାନ କରାଯାଉଛି। ନିୟୁର୍କ ସହରରେ ଥିବା ଜେଭିଟ୍‌ସ ସେଣ୍ଟର୍‌ରେ ଆଗାମୀ ନଭେମ୍ବର ୨୦ରୁ ୨୧ ତାରିଖ ମଧ୍ୟରେ ଏହି କାର୍‌ ନିଲାମ କରାଯିବ।

RMC ନିର୍ବାଚନ ପାଇଁ ଅଙ୍କକଷା; ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ

Read Entire Article
LEFT SIDEBAR AD

Hidden in mobile, Best for skyscrapers.