Cancer Treatment: କ୍ୟାନସର ଚିକିତ୍ସା ପରେ ଗଳା ଦରଜ ହେଉଛି କି? ଏହା କ’ଣ କ୍ୟାନସର ଫେରିବାର ସଙ୍କେତ?

4 days ago 4
ARTICLE AD BOX

ନୋଏଡା:କ୍ୟାନସର ଚିକିତ୍ସା ସରିବା ପରେ ଗଳାରେ ଯନ୍ତ୍ରଣା, ଜ୍ୱଳନ କିମ୍ବା ଖରାପ ଲାଗିବା ଅନେକ ରୋଗୀଙ୍କୁ ଚିନ୍ତାରେ ପକାଇଥାଏ। କିନ୍ତୁ ଗଳା ଦରଜ ହେବା ମାତ୍ରାରୁ କ୍ୟାନସର ପୁଣି ଫେରିଆସିଛି ବୋଲି ଧରିନେବା ଠିକ୍ ନୁହେଁ। ଏହା ପଛରେ ଚିକିତ୍ସାଜନିତ ପାର୍ଶ୍ୱପ୍ରତିକ୍ରିୟାଠାରୁ ଆରମ୍ଭ କରି ସଂକ୍ରମଣ ପର୍ଯ୍ୟନ୍ତ ଅନେକ କାରଣ ଥାଇପାରେ।

ଆହୁରି ପଢ଼ନ୍ତୁ:ଛାତରୁ ପଡ଼ି ପଞ୍ଚାୟତ ଆକାଉଣ୍ଟାଣ୍ଟଙ୍କ ମୃତ୍ୟୁ

କ୍ୟାନସର ଚିକିତ୍ସା ସରିବା ପରେ ରୋଗୀ ଏବଂ ପରିବାର ମଧ୍ୟରେ ଏକ ପ୍ରକାରର ଆଶ୍ୱସ୍ତି ଆସିଥାଏ। ହେଲେ ଚିକିତ୍ସା ସମାପ୍ତ ହେବା ସହିତ ଶରୀରର ସମସ୍ତ ଲକ୍ଷଣ ତୁରନ୍ତ ଦୂର ହୋଇଯାଏ ନାହିଁ। ବିଶେଷକରି ଗଳାରେ ଯନ୍ତ୍ରଣା, ଶୁଖିଲାପଣ, ଜ୍ୱଳନ କିମ୍ବା ଗିଳିବା ସମୟରେ ଅସୁବିଧା କିଛି ସମୟ ପର୍ଯ୍ୟନ୍ତ ରହିପାରେ। ଏହି ପ୍ରଶ୍ନ ଅନେକ କ୍ୟାନସର ସର୍ଭାଇଭରଙ୍କ ମନରେ ଆସିଥାଏ। ତେବେ କେବଳ ଗଳା ଦରଜ ହେବାକୁ ଦେଖି କ୍ୟାନସର ରିକରେନ୍ସ ହୋଇଛି ବୋଲି କୁହାଯାଇପାରେ ନାହିଁ।

ନୋଏଡାର ମେଦାନ୍ତା ହସ୍ପିଟାଲର ସିନିୟର କନସଲଟାଣ୍ଟ ମେଡିକାଲ ଅଙ୍କୋଲୋଜିଷ୍ଟ ଡା. ଅଙ୍କୁର ନନ୍ଦନ ବର୍ଶ୍ନେୟଙ୍କ ଅନୁସାରେ, ଗଳାରେ ଅସୁବିଧା ହେବାର କାରଣ ବୁଝିବା ପାଇଁ ରୋଗୀଙ୍କ କ୍ୟାନସରର ପ୍ରକାର, କେଉଁ ଅଂଶରେ ଚିକିତ୍ସା ହୋଇଥିଲା, କେଉଁ ପ୍ରକାରର ଚିକିତ୍ସା ନିଆଯାଇଥିଲା ଏବଂ ଅନ୍ୟ ଲକ୍ଷଣ ରହିଛି କି ନାହିଁ ସବୁକିଛି ଦେଖିବା ଆବଶ୍ୟକ।

କ୍ୟାନସର ଚିକିତ୍ସା ଯୋଗୁଁ ମଧ୍ୟ ହୋଇପାରେ ଗଳାରେ ଯନ୍ତ୍ରଣା

କେମୋଥେରାପି

କେମୋଥେରାପି ଯୋଗୁଁ ମୁହଁ ଓ ଗଳାରେ ଇନଫ୍ଲାମେସନ୍ ବା ପ୍ରଦାହ, ଘା’ ଏବଂ ଜ୍ୱଳନ ହୋଇପାରେ। ଫଳରେ ଖାଦ୍ୟ ଗିଳିବା ସମୟରେ ଅସୁବିଧା କିମ୍ବା ଗଳାରେ ଦରଜ ଅନୁଭବ ହୋଇପାରେ।

ରେଡିଓଥେରାପି

ବିଶେଷକରି ମୁଣ୍ଡ ଓ ଗଳା ଅଞ୍ଚଳରେ ରେଡିଓଥେରାପି ନିଆଯାଇଥିଲେ ମୁହଁ ଓ ଗଳାର ଭିତର ଟିସ୍ୟୁ ସହିତ ଲାଳ ତିଆରି କରୁଥିବା ଗ୍ରନ୍ଥି ମଧ୍ୟ ପ୍ରଭାବିତ ହୋଇପାରେ। ଏହା ଯୋଗୁଁ ଲାଳ କମିଯାଇ ମୁହଁ ଓ ଗଳା ଅସ୍ୱାଭାବିକ ଭାବେ ଶୁଖିଲା ଲାଗିପାରେ। ଏପରି ଶୁଖିଲାପଣ ଗିଳିବାରେ ଅସୁବିଧା ସହିତ ଗଳାରେ ଖସଖସ, ଜ୍ୱଳନ କିମ୍ବା ଦରଜ ସୃଷ୍ଟି କରିପାରେ। ଏହି ସମୟରେ ଅତ୍ୟଧିକ ଝାଳ, ଖଟା କିମ୍ବା ବହୁତ ଗରମ ଖାଦ୍ୟ ମଧ୍ୟ ଗଳାକୁ ଅଧିକ ଇରିଟେଟ୍ କରିପାରେ।

ଆହୁରି ପଢ଼ନ୍ତୁ: ସମ୍ପର୍କରେ ରେଡ୍ ଫ୍ଲାଗ୍: ଇନଷ୍ଟାଗ୍ରାମ ଟ୍ରେଣ୍ଡ୍‌ଠାରୁ ପ୍ରକୃତ ସମସ୍ୟା କିପରି ଚିହ୍ନିବେ?

ସଂକ୍ରମଣ ମଧ୍ୟ ହୋଇପାରେ ଏକ କାରଣ

କ୍ୟାନସର ଚିକିତ୍ସା ସମୟରେ କିଛି ରୋଗୀଙ୍କ ଇମ୍ୟୁନ୍ ସିଷ୍ଟମ୍ ପ୍ରଭାବିତ ହୋଇପାରେ। ବିଶେଷକରି କେମୋଥେରାପି ଯୋଗୁଁ କିଛି ରକ୍ତକଣିକାର ସଂଖ୍ୟା କମିଲେ ସଂକ୍ରମଣ ହେବାର ଆଶଙ୍କା ବଢ଼ିପାରେ। ତେଣୁ ଗଳା ଦରଜ ସହିତ ଜ୍ୱର, ଥଣ୍ଡା ଲାଗିବା, ଅତ୍ୟଧିକ ଦୁର୍ବଳତା କିମ୍ବା ଅନ୍ୟ ସଂକ୍ରମଣର ଲକ୍ଷଣ ଦେଖାଦେଲେ ଏହାକୁ ସାଧାରଣ ଗଳା ସଂକ୍ରମଣ ଭାବି ଅଣଦେଖା କରିବା ଉଚିତ୍ ନୁହେଁ। ଡାକ୍ତରଙ୍କ ପରାମର୍ଶ ବିନା ନିଜେ ଆଣ୍ଟିବାୟୋଟିକ୍ ଖାଇବା ମଧ୍ୟ ଠିକ୍ ନୁହେଁ। କାରଣ ଗଳା ଦରଜର କାରଣ ସବୁବେଳେ ବ୍ୟାକ୍ଟେରିଆଲ୍ ସଂକ୍ରମଣ ହୋଇନପାରେ।

କେଉଁ ଲକ୍ଷଣକୁ ଅଣଦେଖା କରିବେ ନାହିଁ?

ଗଳାରେ ଅସୁବିଧା ଦୀର୍ଘ ସମୟ ଧରି ରହିଲେ, ଧୀରେ ଧୀରେ ବଢ଼ିଲେ କିମ୍ବା ଅନ୍ୟ କିଛି ଚିନ୍ତାଜନକ ଲକ୍ଷଣ ସହ ଦେଖାଦେଲେ ଅଙ୍କୋଲୋଜି ଟିମ୍‌ଙ୍କ ସହ ଯୋଗାଯୋଗ କରିବା ଜରୁରୀ। ଯେପରି ଗଳାରେ ଅସୁବିଧା, କାରଣ ନ ଜଣାପଡ଼ି ଓଜନ କମିବା, ଗଳାରୁ ରକ୍ତ ବାହାରିବା, ସ୍ବରରେ ଦୀର୍ଘସ୍ଥାୟୀ ପରିବର୍ତ୍ତନ, ଗଳାରେ ନୂଆ ଲମ୍ପ୍‌, ଗଳାରେ ଯନ୍ତ୍ରଣା ବଢ଼ିଚାଲିବା, ଶ୍ବାସ ନେବାରେ ଅସୁବିଧା, ଅତ୍ୟଧିକ ଡିହାଇଡ୍ରେସନ୍‌, ଜ୍ବର ପରି ସମସ୍ୟା ଦେଖାଯିବା। କ୍ୟାନସର ଚିକିତ୍ସା ପରେ ପ୍ରତ୍ୟେକ ରୋଗୀଙ୍କ ରିକଭରି ଏକାଭଳି ହୁଏ ନାହିଁ। ତେଣୁ ଗଳା ଦରଜ ହେଲା ବୋଲି ତୁରନ୍ତ କ୍ୟାନସର ଫେରିଆସିଛି ବୋଲି ଭାବି ଭୟଭୀତ ହେବା ଠିକ୍ ନୁହେଁ। ସେହି ସମୟରେ, ଲକ୍ଷଣ ଯଦି ଲଗାତାର ରହୁଛି, ବଢ଼ୁଛି କିମ୍ବା ନୂଆ ଲକ୍ଷଣ ସହ ଦେଖାଦେଉଛି, ତେବେ ଏହାକୁ ଅଣଦେଖା କରିବା ମଧ୍ୟ ଠିକ୍ ନୁହେଁ।

ଆହୁରି ପଢ଼ନ୍ତୁ: ବଡ଼ଘାଟିରେ ଖସିଲା ବିରାଟ ପଥର: ଭୂସ୍ଖଳନ ଆଶଙ୍କା, ଏନ୍‌ଏଚ୍‌-୧୬ରେ ଯାତାୟାତ ପ୍ରଭାବିତ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.