Cancer Risk: ଗରମ ଚା’ ବା କଫି ବଢ଼ାଏ କ୍ୟାନ୍‌ସର!

1 week ago 6
ARTICLE AD BOX

ପ୍ରତିଦିନ ସକାଳେ ଗରମ ଗରମ କଫି କିମ୍ବା ଚା’ କପ୍‌ରେ ଦିନ ଆରମ୍ଭ କରିବା ଅନେକଙ୍କ ଅଭ୍ୟାସ। କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ନିକଟରେ ପ୍ରକାଶିତ ଏକ ବଡ଼ ଧରଣର ଗବେଷଣାରୁ ଜଣାପଡ଼ିଛି ଯେ, ଅଧିକ ଗରମ ଚା’ ବା କଫି ପିଇବା ଦ୍ୱାରା ଖାଦ୍ୟନଳୀ କର୍କଟ ହେବାର ସମ୍ଭାବନା ପ୍ରାୟ ତିନିଗୁଣ ବଢ଼ିଯାଏ।

ଆହୁରି ପଢ଼ନ୍ତୁ: ମନ୍ଧାନା ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ

ବ୍ରିଟେନର ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ନେଇ କରାଯାଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ବ୍ୟକ୍ତିମାନେ ଅଧିକ ଗରମ ପାନୀୟ ପିଇବାକୁ ପସନ୍ଦ କରନ୍ତି ସେମାନଙ୍କଠାରେ ‘ସ୍କ୍ୱାମସ୍ ସେଲ୍ କାର୍ସିନୋମା’ ନାମକ କର୍କଟ ରୋଗ ହେବାର ସମ୍ଭାବନା ସାଧାରଣ ଲୋକଙ୍କ ଅପେକ୍ଷା ତିନିଗୁଣ ଅଧିକ ରହିଥାଏ।
 ବିଶେଷଜ୍ଞଙ୍କ ମତରେ, ପାଟି ଓ ଜିଭ ଅଧିକ ଗରମକୁ ଶୀଘ୍ର ଅନୁଭବ କରିପାରେ। କିନ୍ତୁ ଖାଦ୍ୟନଳୀରେ ସେହିପରି ସ୍ପର୍ଶକାତର ସ୍ନାୟୁ ନଥାଏ। ଫଳରେ ଅଧିକ ଗରମ ତରଳ ପଦର୍ଥ ପିଇବା ସମୟରେ ଖିଦ୍ୟନଳୀର ଭିତର ଅଂଶ କ୍ଷତିଗ୍ରସ୍ତ ହୋଇଥାଏ। ବାରମ୍ବାର ଏପରି ହେଲେ ସେଠାରେ ଦୀର୍ଘସ୍ଥାୟୀ ପ୍ରଦାହ ସୃଷ୍ଟି ହୁଏ। ଯାହା ସମୟକ୍ରମେ କର୍କଟ ରୋଗର ରୂପ ନେଇଥାଏ।
 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କର୍କଟ ଗବେଷଣା ସଂସ୍ଥା ଅନୁଯାୟୀ, ୬୫ ଡିଗ୍ରୀ ସେଲ୍‌ସିୟସ୍‌ରୁ  ଅଧିକ ତାପମାତ୍ରାର ପାନୀୟ ମଣିଷ ଶରୀର ପାଇଁ କ୍ଷତିକାରକ ହୋଇପାରେ। ସେଥିପାଇଁ କଫି ବା ଚା’ ପ୍ରସ୍ତୁତ ହେବା ପରେ ଅତିକମ୍‌ରେ ୩ ରୁ ୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଛାଡ଼ିଦିଅନ୍ତୁ ଯାହାଫଳରେ ଏହାର ଅତ୍ୟଧିକ ତାପମାତ୍ରା କମିଯିବ। ଏଥିସହିତ ଦିନକୁ ଅତ୍ୟଧିକ ଗରମ ପାନୀୟ ପିଇବା ଅଭ୍ୟାସରୁ ଦୂରେଇ ରୁହନ୍ତୁ। ଏହି ଛୋଟ ଅଭ୍ୟାସ ପରିବର୍ତ୍ତନ ଦ୍ୱାରା ଆପଣ ନିଜକୁ ଏକ ମାରାତ୍ମକ ରୋଗରୁ ସୁରକ୍ଷିତ ରଖିପାରିବେ। ତେବେ ଧୂମପାନ, ମଦ୍ୟପାନ ଓ ମେଦବହୁଳତା ଭଳି ଅନ୍ୟାନ୍ୟ କାରଣ ମଧ୍ୟ ଏହି ରୋଗର ମୁଖ୍ୟ କାରଣ ହୋଇଥିବାରୁ ସେଗୁଡ଼ିକ ପ୍ରତି ମଧ୍ୟ ସଚେତନ ରହିବା ଜରୁରୀ।

ଆହୁରି ପଢ଼ନ୍ତୁ: ଟାଟା ମାମଲାରେ ଲଢ଼ିବେ ଦେଶର ଦୁଇ ପ୍ରସିଦ୍ଧ ଆଇନଜୀବୀ: ହରୀଶ ସାଲଭେ ନା ଅଭିଷେକ ମନୁ ସିଂଘଭୀ, କାହାର ଫି' ସବୁଠୁ ଅଧିକ?

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.