CAFE-3 Rules: ନୂଆ ଇନ୍ଧନ ମିତବ୍ୟୟିତା ନିୟମ: ଓଜନିଆ ଗାଡ଼ି ପାଇଁ ବଡ଼ ଲକ୍ଷ୍ୟ-ଇଭିକୁ ସ୍ବତନ୍ତ୍ର ମାନ୍ୟତା

2 days ago 2
ARTICLE AD BOX

ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କର୍ପୋରେଟ୍‌ ହାରାହାରି ଇନ୍ଧନ ମିତବ୍ୟୟିତା (କାଫେ-୩) ନିୟମ ଜାରି କରାଯାଇଛି। ଦୀର୍ଘ ୨୭ ମାସର ବିଚାରବିମର୍ଶ, ଆଲୋଚନା ପର୍ଯ୍ୟାଲୋଚନା ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ହସ୍ତକ୍ଷେପ ପରେ ଏହି ନିୟମ ଆସିଛି। ନୂଆ ନିୟମ ଅନୁସାରେ ଗାଡ଼ିର ଓଜନ ଅନୁସାରେ ତାହାର ପ୍ରଦୂଷଣ ସ୍ତର ଧାର୍ଯ୍ୟ କରାଯାଇଛି। ଗାଡ଼ିର ଓଜନ ପାଇଁ ୧୨୨୯ କେଜିକୁ ଆଧାର ଭାବେ ଗ୍ରହଣ କରାଯିବ। ଓଜନିଆ ଗାଡ଼ିଗୁଡ଼ିକ ପାଇଁ ପ୍ରଦୂଷଣ ଲକ୍ଷ୍ୟ ବଡ଼ ଓ ଛୋଟ ଗାଡ଼ିଗୁଡ଼ିକ ପାଇଁ ଛୋଟିଆ ଲକ୍ଷ୍ୟ ରହିବ। ୨୦୨୭ ଏପ୍ରିଲରୁ ୨୦୩୨ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ନୂଆ ବିଜ୍ଞପ୍ତି ଜାରି ହେବା ସହ ଛୋଟ କାର୍‌ ପାଇଁ ସ୍ବତନ୍ତ୍ର ରିହାତି ପାଇଁ ହେଉଥିବା ଦାବିରେ ମଧ୍ୟ ଯବନିକା ପଡ଼ିଛି। ଓଜନକୁ ଆଧାର ଭାବେ ଗ୍ରହଣ କରି ସରକାର ସେହି ବିବାଦକୁ ସମ୍ପୂର୍ଣ୍ଣ ଏଡ଼ାଇଯାଇଛନ୍ତି। କିନ୍ତୁ ଏଭଳି ଫର୍ମୁଲା ଆଣିଛନ୍ତି ଯାହା ଦ୍ବାରା ଛୋଟ କାର୍‌ ଉପକୃତ ହୋଇପାରିବେ। ଇଲେକ୍ଟ୍ରିକ୍‌ ଯାନ (ଇଭି)କୁ ସ୍ବତନ୍ତ୍ର ଭାବେ ଗ୍ରହଣ କରାଯାଇଛି। ଗୋଟିଏ ଇଭିକୁ ତିନିଟି ଅନ୍ୟ ଗାଡ଼ିର ପ୍ରଦର୍ଶନ ସହ ତୁଳନା କରାଯିବ। ପ୍ଲଗ୍‌-ଇନ୍‌ ହାଇବ୍ରିଡ୍‌କୁ ୧.୧ ଗୁଣା ଓ ଷ୍ଟ୍ରଙ୍ଗ୍‌ ହାଇବ୍ରିଡ୍‌କୁ ୧.୬ ଗୁଣା ଲାଭ ମିଳିବ।

କ୍ରେଡିଟ୍‌-ଡେବିଟ୍‌ ବ୍ୟବସ୍ଥା ଲାଗୁ

ପ୍ରଥମ ଥର ପାଇଁ ଏହି ନିୟମରେ କ୍ରେଡିଟ୍‌-ଡେବିଟ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। ଯେଉଁ କମ୍ପାନିର ପ୍ରଦର୍ଶନ ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଭଲ ରହିବ ସେମାନଙ୍କୁ କ୍ରେଡିଟ୍‌ ମିଳିବ ଓ ଯେଉଁମାନଙ୍କ ଖରାପ ରହିବ ସେମାନଙ୍କ ଖାତାରେ ଡେବିଟ୍‌ କରାଯିବ। ଯେଉଁମାନଙ୍କ କ୍ରେଡିଟ୍‌ ଅଭାବ ରହିବ ସେମା‌ନେ ତାହାକୁ ଶକ୍ତି ମିତବ୍ୟୟିତା ବ୍ୟୁରୋ(ବିଇଇ)ରୁ କିଣିପାରିବେ। ପ୍ରତି କିଲୋମିଟର ପିଛା ଏକ ଗ୍ରାମ୍‌ ଅଙ୍ଗାରକାମ୍ଳର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ ହେବ ଓ ପ୍ରତିବର୍ଷ ତାହାର ୫୦୦ ଟଙ୍କା ବୃଦ୍ଧି ପାଇଁ ୨୦୩୨ ସୁଦ୍ଧା ୪୫୦୦ ଟଙ୍କା ହେବ। ପ୍ରତିବର୍ଷ ଅକ୍ଟୋବର ୧ରୁ ୩୧ ମଧ୍ୟରେ କମ୍ପାନିଗୁଡ଼ିକ ଏହି କ୍ରେଡିଟ୍‌ କିଣିପାରିବେ।

Somalia Pirates: ସୋମାଲିଆରେ ତେଲ ଟ୍ୟାଙ୍କର ଉପରେ ଜଳଦସ୍ୟୁଙ୍କ ଆକ୍ରମଣ: ୫ କ୍ରୁ ସଦସ୍ୟଙ୍କୁ ହତ୍ୟା, ୪ ଆହତ

ତେବେ ଏହି ନିୟମକୁ ନିତି ଆୟୋଗର ପୂର୍ବତନ ସିିଇଓ ଅମିତାଭ କାନ୍ତ କଡ଼ା ସମାଲୋଚନା କରିବା ସହ ଏହାକୁ ପଛୁଆ ମାନସିକତାର ନିୟମ ବୋଲି କହିଛନ୍ତି। ଏକ ବହୁତ ବଡ଼ ସୁଯୋଗକୁ ଭାରତ ହାତଛଡ଼ା କରିଥିବା ସେ କହିଛନ୍ତି। କମ୍ପାନିଗୁଡ଼ିକ ଚାପ ଆଗରେ ନିୟାମକ ସଂସ୍ଥା ନଇଁପଡ଼ିଲେ। ନିଜେ ଆଗକୁ ବାଟ ଦେଖାଇବା ବଦଳରେ ନିୟାମକ କମ୍ପାନିଗୁଡ଼ିକ କଥାକୁ ଅନୁସରଣ କଲେ। ଯେତେବେଳେ ଇଭି ସର୍ବ‌ଶ୍ରେଷ୍ଠ ଲକ୍ଷ୍ୟ ହେବା କଥା ସେତେବେଳେ ତାହାକୁ ଅନ୍ୟ ଏକ ବିକଳ୍ପ ଭାବେ ରଖାଯାଇଛି। ଦେଶରେ ଇଭି ଗ୍ରହଣୀୟତା ୮ ପ୍ରତିଶତ ଅତିକ୍ରମ କରିସାରିଥିବା ବେଳେ ୨୦୩୨ ସୁଦ୍ଧା ସେହି ଲକ୍ଷ୍ୟକୁ ମାତ୍ର ୧୧ ପ୍ରତିଶତ ରଖାଯାଇଛି। ୯୦ ପ୍ରତିଶତ ତୈଳ ଆମଦାନି କରୁଥିବା ଭାରତରେ ଗାଡ଼ି ଶିଳ୍ପକୁ ଇଭି ଭବିଷ୍ୟତ ଆଡ଼କୁ ଅଗ୍ରସର କରାଇବା ବଦଳରେ ଏହି ନିୟମରେ ସେହି ପ୍ରକ୍ରିୟାକୁ ବିଳମ୍ବ କରିବା ଉଦ୍ୟମ ହୋଇଥିବା ସେ ଅଭିଯୋଗ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.