ARTICLE AD BOX
ଭୁବନେଶ୍ବର: ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ) ପକ୍ଷରୁ ମେଗର ଆର୍୩୦ ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍ ଏବଂ ଟେଷ୍ଟିଂ ସିଷ୍ଟମ୍କୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି (ଗୁରୁବାର) ଖାରବେଳ ଭବନ ପରିସରରେ ଉଦ୍ଘାଟନ କରିଛନ୍ତି।
OPTCL ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରି ଉଦ୍ଘାଟିତ
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଏହି ଅତ୍ୟାଧୁନିକ ଉପକରଣର ବ୍ୟବହାର ଫଳରେ କେବୁଲ୍ ତ୍ରୁଟି ଖୋଜିବା ଏବଂ ଅଳ୍ପ ସମୟ ମଧ୍ୟରେ ମରାମତି ହୋଇପାରିବ। ବିଦ୍ୟୁତ୍ ସରବରାହରେ ବାଧା ସୃଷ୍ଟି ହେଲେ ତାହାକୁ ଶୀଘ୍ର ପୁନଃସ୍ଥାପନ କରାଯାଇପାରିବ, ଯାହା ଫଳରେ ରାଜ୍ୟର ବିଦ୍ୟୁତ୍ ସଞ୍ଚାର ବ୍ୟବସ୍ଥାର ନିର୍ଭର ଯୋଗ୍ୟତା, ସ୍ଥିରତା ଏବଂ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିବ।
BDA-OPTCL: ବିଡିଏ-ଓପିଟିସିଏଲ୍ ମଧ୍ୟରେ ସମନ୍ବୟ ଅଭାବ: ରୋଲ ବଲ୍ ଷ୍ଟାଡିୟମ୍କୁ ବିଦ୍ୟୁତ୍ ଭୟ
ଭୂତଳ ବିଦ୍ୟୁତ୍ କେବୁଲ୍ର ରକ୍ଷଣାବେକ୍ଷଣ ଏବଂ ତ୍ରୁଟି ଚିହ୍ନଟ କ୍ଷମତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓପିଟିସିଏଲ ଏହି ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ୯. ୮ କୋଟି ଟଙ୍କାରେ କ୍ରୟ କରିଛି। ଏହା ଏକ ଭ୍ୟାନ୍-ମାଉଣ୍ଟେଡ୍ ଅତ୍ୟାଧୁନିକ ବ୍ୟବସ୍ଥା, ଯାହା ଭୂତଳ ବିଦ୍ୟୁତ୍ କେବୁଲ୍ର ତ୍ରୁଟିକୁ ଶୀଘ୍ର, ସଠିକ୍ ଏବଂ ନିରାପଦ ଭାବରେ ଚିହ୍ନଟ କରିବାରେ ସକ୍ଷମ। ଏହି ବ୍ୟବସ୍ଥାରେ ଟିଡ଼ିଆର୍ ,ଏଆରଏମ, ଉଚ୍ଚ ଭୋଲ୍ଟେଜ୍ ତ୍ରୁଟିର ଚିହ୍ନଟ, କେବୁଲ୍ ର ତ୍ରୁଟି ପରୀକ୍ଷା ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବସ୍ଥା ରହିଛି। ଉଚ୍ଚ ଭୋଲ୍ଟେଜ୍ ଭୂତଳ କେବୁଲ୍ର ତ୍ରୁଟିକୁ କମ୍ ସମୟ ମଧ୍ୟରେ ସଠିକ୍ ଭାବରେ ଚିହ୍ନଟ କରି ମରାମତି ହୋଇପାରିବ।
ଆଜିର କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଏବଂ ଓପିଟିସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା ଉପସ୍ଥିତ ଥିଲେ।

1 hour ago
3


