Bus Fire: ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଡେଇଁପଡ଼ି ଜୀବନ ବଞ୍ଚାଇଲେ ଚାଳକ

1 hour ago 2
ARTICLE AD BOX

ସୁନ୍ଦରଗଡ଼,ବିଶ୍ରା(ଦେବ କୁମାର ଦେ):ସୁନ୍ଦରଗଡ଼ଜିଲ୍ଲା ବିଶ୍ରା ବ୍ଲକ ଅନ୍ତର୍ଗତ ଜରାଇକେଲା ଅଞ୍ଚଳର ଜାମାଲ ଗାଁରେ ଆଜି ସକାଳ ପ୍ରାୟ ୯ଟା ବେଲେ ଏଶ୍ୱର୍ଯ୍ୟା ବସ୍‌ରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ସର୍ଟସର୍କିଟ୍‌ ଯୋଗୁଁ ବସ୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି। ଅଳ୍ପ ସମୟ ମଧ୍ୟରେ ନିଆଁ ସମ୍ପୂର୍ଣ୍ଣ ବସ୍‌କୁ ଗ୍ରାସ କରିବାରୁ ବସ୍‌ଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ୯ଟା ବେଳେ ବସ୍‌ ଚାଳକ ବସ୍‌ଟିକୁ ଷ୍ଟାର୍ଟ କରିବା ପରେ ହଠାତ୍‌ ଏଥିରେ ନିଆଁ ଲାଗିଯାଇଥିଲା। ନିଆଁ ଦ୍ରୁତଗତିରେ ବ୍ୟାପିବାରୁ ଚାଳକ ଜଣକ ବସ୍‌ରୁ ଡେଇଁପଡ଼ି କୌଣସିମତେ ନିଜ ଜୀବନ ବଞ୍ଚାଇଥିଲେ।

କେହି ମୃତାହତ ହୋଇଥିବା ସୂଚନା ନାହିଁ

ତେବେ ଘଟଣା ସମୟରେ ବସ୍‌ରେ କୌଣସି ଯାତ୍ରୀ ନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ନାହିଁ। ପ୍ରାଥମିକ ଭାବେ ଶର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ।

Dead Body: ଦୁଧେଇ ନଦୀରୁ ମହିଳାଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.