ARTICLE AD BOX
ଛତ୍ରପୁର(ବସନ୍ତ କୁମାର ମହାରଣା): ୧୬ନମ୍ବର ଜାତୀୟ ରାଜପଥର ଗଞ୍ଜାମଜିଲ୍ଲା ଅନ୍ତର୍ଗତ ଚମାଖଣ୍ଡ ଥାନା ଅଧୀନ ଜଗନ୍ନାଥପୁର ନିକଟରେ ରାସ୍ତା ଉପରେ ଥିବା ଏକ ଟ୍ରକ୍କୁ ଏକ ଘରୋଇ ଯାତ୍ରୀବାହୀ ବସ୍ ଧକ୍କା ଦେଇଛି। ଏଥିରେ ବସ୍ଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ସମେତ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
Bus Accident: ଝାରପୋଖରିଆରେ ଓଲଟିଲା ଦିଲ୍ଲୀ ଯାଉଥିବା ‘ଶ୍ୟାମଳୀ’ ବସ୍: ୨ ଗୁରୁତର, ୧୫ ଆହତ
ଆଜି (ବୁଧବାର) ଅପରାହ୍ଣରେ ’ମୁକ୍ତେଶ୍ୱର’ ନାମକ ଏକ ଯାତ୍ରୀବାହୀ ବସ୍ ପ୍ରାୟ ୪୦ରୁ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିଲା। ଜଗନ୍ନାଥପୁର ଛକ ନିକଟରେ ରାସ୍ତା ଉପରେ ଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କାଟି ଏତେ ଜୋର୍ ଥିଲା ଯେ ବସ୍ର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।
Nilagiri Bus Accident: ନୀଳଗିରିରେ ବଙ୍ଗୀୟ ପର୍ଯ୍ୟଟକଙ୍କ ବସ୍ ଓଲଟିଲା: ୩୦ରୁ ଅଧିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
ସ୍ଥାନୀୟ ଲୋକେ ପୁଲିସ, ଅଗ୍ନିଶମ କର୍ମଚାରୀମାନେ ଆହତ ଯାତ୍ରୀ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ପଠେଇଥିଲେ। ଉକ୍ତ ରାସ୍ତା ଦେଇ ଯାଉଥିବା ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଅଟକି ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଚମାଖଣ୍ଡି ପୁଲିସ ଦୁଇ ଦୁର୍ଘଟଣା ଗାଡିକୁ ଜବତ କରିଛି। ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

1 day ago
3


