Bus Accident: ତେଲକୋଇ-କାଞ୍ଜିପାଣି ବାରବାଙ୍କ ଘାଟିରେ ବସ୍ ଦୁର୍ଘଟଣା, ଟଳିଲା ବଡ଼ ବିପଦ

1 month ago 12
ARTICLE AD BOX

ତେଲକୋଇ:କେନ୍ଦୁଝର‌‌‌ ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ତେଲକୋଇ-କାଞ୍ଜିପାଣି ପୂର୍ତ୍ତ ରାସ୍ତା ବାରବାଙ୍କ ଘାଟିରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶ୍ରୀ ଦୁର୍ଗା ମାଧବ ନାମକ ଘରୋଇ ଯାତ୍ରୀବାହୀ ବସଟି ପ୍ରତିଦିନ ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଅଞ୍ଚଳରୁ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଘାଟିଚଢ଼ିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସଟି ଘାଟି ଚଢ଼ିବା ପରିବର୍ତ୍ତେ ତଳକୁ ଖସିବା ଆରମ୍ଭ କରିଥିଲା, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ବିପଦରୁ ରକ୍ଷା ମିଳିଯାଇଛି।

ଦୁଇ ଜଣ ଯାତ୍ରୀ ଆହତ

ଦ୍ରୁତଗତିରେ ଘାଟି ତଳକୁ ଖସି ଆସୁଥିବା ବସଟିକୁ ସେ ଘାଟିର ବିପରୀତ ଦିଗକୁ ଖସାଇବାରୁ ବସଟି ଓଲଟି ପଡିଥିଲା। ଖବର ପାଇ ତେଲକୋଇ ଦମକଳବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସରେ ୩୫ରୁ ଊର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରୁଥିଲେ। ଦୁଇ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

Waterfall: ଦେବଗିରି ପାହାଡ଼ରେ ପ୍ରକୃତିର ନୂଆ ରୂପ

Read Entire Article
LEFT SIDEBAR AD

Hidden in mobile, Best for skyscrapers.