Buddhist Guru: ଦ୍ବିତୀୟ ‌ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ଜୟନ୍ତୀ ଆଜି: ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଟେଣ୍ଡର ବିବାଦ

1 hour ago 2
ARTICLE AD BOX

ଝାରସୁଗୁଡ଼ା: ଆସନ୍ତାକାଲି ଦ୍ବିତୀୟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ପବିତ୍ର ଜୟନ୍ତୀ। ଗତବର୍ଷ ଭଳି ଏବର୍ଷ ମଧ୍ୟ ଗୁରୁଙ୍କ ଜୟନ୍ତୀରେ ତାଙ୍କ ଆବିର୍ଭାବସ୍ଥଳ ଭିକମପାଲିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ। ବୌଦ୍ଧ ଧର୍ମାବଲମ୍ବୀମାନେ ଭିକମପାଲିରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଗୁରୁ ପଦ୍ମସମ୍ଭବଙ୍କ ସ୍ମୃତିରକ୍ଷା ନେଇ ପୁଣି ଆଲୋଚନା ହେବ। ଏହି ପରିପ୍ରେକ୍ଷୀରେ ଗୁରୁ ପଦ୍ମସମ୍ଭବ ଜନ୍ମପୀଠ ସୁରକ୍ଷା ଟ୍ରଷ୍ଟର କର୍ମକର୍ତ୍ତା ଗତକାଲି ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଭେଟି ପ୍ରତିମୂର୍ତ୍ତି ସ୍ଥାପନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Agriculture: କୃଷି ସଚିବ ଆସିବେ ଏସିଆ ମହାଦେଶର ସର୍ବବୃହତ୍ ସୁକିନ୍ଦା ବିହନ ଫାର୍ମ

ଦ୍ବିତୀୟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ଆବିର୍ଭାବସ୍ଥଳ ଲଖନପୁର ବ୍ଲକ୍‌ର ହୀରାକୁଦରେ ଜଳମଗ୍ନ ପଦ୍ମପୁରରେ ବୋଲି ୩ ବର୍ଷ ତଳୁ ଆନ୍ତର୍ଜାତିକ ସ୍ତରରେ ପ୍ରମାଣିତ ହୋଇସାରିଛି। ଏହାକୁ ନେଇ ପ୍ରଥମେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ତାଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନେଇଥିଲା। ସେପଟେ ସ୍ଥାନୀୟ ଅଞ୍ଚଳବାସୀ ତଥା ଝାରସୁଗୁଡ଼ା ସହରର ବୁଦ୍ଧିଜୀବୀଙ୍କୁ ନେଇ ଗତବର୍ଷ ଗଠିତ ହୋଇଥିଲା ଦ୍ବିତୀୟ ବୌଦ୍ଧଗୁରୁ ପଦ୍ମସମ୍ଭବ ଜନ୍ମପୀଠ ସୁରକ୍ଷା ଟ୍ରଷ୍ଟ। ଏହି ଟ୍ରଷ୍ଟ ପକ୍ଷରୁ ଗତବର୍ଷ ପ୍ରଥମ କରି ଭିକମପାଲିରେ ଦୁଇଦିନ ଧରି ତାଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ତଥା ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ଐତିହାସିକ ଏବଂ ଗବେଷକମାନେ ସାମିଲ ହୋଇ ଅନେକ ଅନାଲୋଚିତ ଇତିହାସ ସାମନାକୁ ଆଣିଥିଲେ। ସେମାନେ ମଧ୍ୟ ପଦ୍ମପୁରକୁ ତାଙ୍କ ଆବିର୍ଭାବସ୍ଥଳ ଭାବେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆସନ୍ତାକାଲି ପବିତ୍ର ବାହୁଡ଼ା ଦଶମୀ ତିଥିରେ ଗୁରୁ ପଦ୍ମସମ୍ଭବଙ୍କ ଜୟନ୍ତୀ ପାଳନ ପାଇଁ ଭିକମପାଲିରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। 

ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଟେଣ୍ଡର ବିବାଦ
ପ୍ରଶାସନର ଦ୍ବାରସ୍ଥ ହେଲା ସ୍ମୃତିରକ୍ଷା ଟ୍ରଷ୍ଟ
ଫାଇବର୍‌ ନୁହେଁ, ବ୍ରୋଞ୍ଜ ପ୍ରତିମୂର୍ତ୍ତି ହିଁ ସ୍ଥାପନ ହେବ: ପିଡି

ସେପଟେ ତାଙ୍କ ସ୍ମୃତିରକ୍ଷା ଦିଗରେ ପ୍ରଶାସନିକ ଅବହେଳାକୁ ନେଇ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ଝାରସୁଗୁଡ଼ାରେ ରହୁଥିବା ବୌଦ୍ଧ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଅର୍ଥ ମଞ୍ଜୁର ହେବାର ପ୍ରାୟ ଅଢ଼େଇ ବର୍ଷ ପରେ ବି ପ୍ରତିମୂର୍ତ୍ତି ସ୍ଥାପନ ହେଉନଥିବାରୁ ଏହାକୁ ନେଇ ଟ୍ରଷ୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏ ନେଇ ସ୍ମୃତିରକ୍ଷା ଟ୍ରଷ୍ଟର ବରିଷ୍ଠ ସଦସ୍ୟ ତଥା ପ୍ରାଧ୍ୟାପକ ତପନ ବାରିକଙ୍କ ନେତୃତ୍ବରେ ଏକ ଟିମ୍ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ବିଶ୍ବରଞ୍ଜନ ନାୟକଙ୍କୁ ଭେଟି ଆଲୋଚନା କରିଛି। ପ୍ରତିମୂର୍ତ୍ତି ସ୍ଥାପନ ନେଇ ଦୁଇଥର ଟେଣ୍ଡର ପ୍ରକ୍ରିୟା ପରେ ବି ଲଖନପୁର ବ୍ଲକ୍‌ ପ୍ରଶାସନର ସ୍ଥାଣୁତା ନେଇ ଶ୍ରୀ ନାୟକଙ୍କ ନିକଟରେ ଅଭିଯୋଗ କରିଥିଲା ଟ୍ରଷ୍ଟ। ଆଲୋଚନା ସମୟରେ ପୂର୍ବ ଯୋଜନା ଅନୁଯାୟୀ, ବ୍ରୋଞ୍ଜ ପ୍ରତିମୂର୍ତ୍ତି ବଦଳରେ ଫାଇବର ମୂର୍ତ୍ତି ସ୍ଥାପନ ନେଇ ଚାଲୁଥିବା ଚକ୍ରାନ୍ତ ବିଷୟରେ ମଧ୍ୟ ଅବଗତ କରାଯାଇଥିଲା। ବ୍ରୋଞ୍ଜ ପ୍ରତିମୂର୍ତ୍ତି ସମେତ ଏହାର ପେଡେଷ୍ଟାଲ୍ ଏବଂ ଅନ୍ୟ ଭିତ୍ତିଭୂମି ସକାଶେ ୧ କୋଟି ଟଙ୍କାର ଅନୁଦାନ ଆସି ପଡ଼ିରହିଛି। ତେଣୁ ଫାଇବର ନୁହେଁ, ପୂର୍ବ ଯୋଜନା ଅନୁଯାୟୀ ବ୍ରୋଞ୍ଜ ମୂର୍ତ୍ତି ହିଁ ସ୍ଥାପନ କରିବାକୁ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି।

Fire: ପ୍ରଚଣ୍ଡ ଗରମ ପରେ ଫ୍ରାନ୍ସ ଓ ସ୍ପେନ୍‌ରେ ଜଙ୍ଗଲ ନିଆଁ: ୧୦ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

ବ୍ଲକ୍‌ ପ୍ରଶାସନ ସହ ଆଲୋଚନା ପରେ ଫାଇବର ନୁହେଁ, ବ୍ରୋଞ୍ଜ ପ୍ରତିମୂର୍ତ୍ତି ହିଁ ସ୍ଥାପନ ହେବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ନାୟକ ଆଜି ସ୍ପଷ୍ଟ କରିଛନ୍ତି। ହେଲେ ଏହାକୁ ନେଇ ଦୁଇଥର ଟେଣ୍ଡର ହୋଇଥିବା ପ୍ରସଙ୍ଗରେ ସେ କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି। ଗତବର୍ଷ ଭିକମପାଲିରେ ଜୟନ୍ତୀ ପାଳନ ସମୟରେ ପ୍ରାୟ ଅଢ଼େଇ ଟନ୍ ଓଜନର ଗୁରୁ ପଦ୍ମସମ୍ଭବଙ୍କ ଏକ ମାର୍ବଲ ପ୍ରତିମୂର୍ତ୍ତି ନୟାଗଡ଼ ଅଞ୍ଚଳରୁ ଅଣାଯାଇଥିବା ବେଳେ ତାହା ସେଠାକାର କଲ୍ୟାଣ ମଣ୍ଡପରେ ଅସ୍ଥାୟୀ ଭାବେ ରଖାଯାଇ ପୂଜାର୍ଚ୍ଚନା କରାଯାଉଛି। ଏହି ସ୍ଥିତିରେ ପ୍ରଶାସନ ପକ୍ଷରୁ ଉକ୍ତ ପ୍ରତିମୂର୍ତ୍ତି ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଯୋଗାଇ ଦେବା ସହିତ ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରିବାକୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.