Brown Sugar: ରାତି ଅଧରେ ବ୍ରାଉନ ସୁଗାର ବେପାରୀଙ୍କୁ ମାଡ଼ିବସିଲା ପୁଲିସ

1 hour ago 1
ARTICLE AD BOX

ତାଳଚେର: ବାଲେଶ୍ୱରରୁ ବ୍ରାଉନ ସୁଗାର ଆସୁଥିଲା ତାଳଚେର। ବିଳମ୍ବିତ ରାତିରେ ଖବର ପାଇ ମାଡ଼ି ବସିଲା ପୁଲିସ। ୨୦ ଗ୍ରାମ ବ୍ରାଉନ ସୁଗାର ସହ ୪ ଗିରଫ। ସୂଚନା ମୁତାବକ, ତାଳଚେର ସ୍ଥିତ ଘଣ୍ଟପଡା ଓଭର ବ୍ରିଜ୍ ତଳେ ଏକ କାରରେ ବାଲେଶ୍ୱରରୁ ତାଳଚେରକୁ ବ୍ରାଉନ ସୁଗାର ଆସୁଥିବାର ଖବର କୋଲିୟାରୀ ପୁଲିସ ପାଇଥିଲା। ପରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି କାରକୁ ଧରିବାରେ ସଫଳ ହେବା ସହ କାର ଭିତରେ ଥିବା ଡ୍ରଗ୍ସ ବେପାରୀମାନକୁ ମାଡ଼ି ବସିଥିଲା କୋଲିୟାରୀ ପୁଲିସ। 

ସମସ୍ତ ଅଭିଯୁକ୍ତ ତାଳଚେର ଅଞ୍ଚଳର

କାର୍ ଭିତରୁ ୨୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଥିଲା କୋଲିୟାରୀ ପୁଲିସ।ଏହି ଘଟଣାରେ ସମ୍ପୃକ୍ତ ଥିବା କାରକୁ ଜବତ କରିବା ସହିତ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଗିରଫ ସମସ୍ତ ଅଭିଯୁକ୍ତ ତାଳଚେର ଅଞ୍ଚଳର ହୋଇଥିବା ଜଣାପଡିଛି ।

Triranga: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ‘ହର୍ ଘର୍ ତ୍ରିରଙ୍ଗା ’ ଅଭିଯାନ ଜନ ଆନ୍ଦୋଳନରେ ପରିଣତ ହୋଇଛି: ମୁଖ୍ୟମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.