ARTICLE AD BOX
ଜଗତସିଂହପୁର: ଆଜି (ବୁଧବାର) ସକାଳ ପ୍ରାୟ ୯ଟା ସମୟରେ ପାରାଦ୍ବୀପ ଲକ୍ ଥାନା ଅନ୍ତର୍ଗତ ଜିରୋ ପଏଣ୍ଟ ରେ ଚଡ଼ଉ କରି ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି ପାରାଦୀପ ଅବକାରୀ ଥାନା। ଅଭିଯୁକ୍ତ ନିକଟରୁ ୩୨ ଗ୍ରାମର ହେରୋଇନ୍ ଓ ଗୋଟିଏ ସୁଜୁକି ଆସେସ୍ ସ୍କୁଟି(ଓଡି-୨୧-ଟି-୫୪୮୮) ଜବତ କରାଯାଇଛି।
Brown Sugar Seized ୧୪ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ଅବକାରୀ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ପାରାଦ୍ବୀପଗଡ଼ କଟାକୁଲା ଗ୍ରାମର ପ୍ରମୋଦ ପାଳ (୨୯) ଗତ କିଛି ଦିନ ଧରି ଜିରୋ ପଏଣ୍ଟ ଓ ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିଲେ। ଆଜି ଧରିବା ନିମନ୍ତେ ଅବକାରୀ ବିଭାଗ ଜାଲ ବିଛାଇଥିଲା। ଗ୍ରାହକଙ୍କୁ ଅପେକ୍ଷା କରିଥିବା ସୂଚନା ପାଇ ପାରାଦୀପ ଅବକାରୀ ଥାନାର ଉପ ନିରିକ୍ଷକ ଧର୍ମପଦ ଦାସଙ୍କ ନେତୃତ୍ବରର ଏକ ଟିମ୍ ଗଠନ ହୋଇଥିଲା। ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ପାରାଦୀପ ଅବକାରୀ ଥାନାର କର୍ମଚାରୀ ଏବଂ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ମାଡିବସିଥିଲେ।
ନିଶା କାରବାରରେ ମାତିଛନ୍ତି ଯୁବଗୋଷ୍ଠୀ: ଭଦ୍ରକରୁ ୨୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ, ୨ ଗିରଫ
ଜବତ ହେରୋଇନ୍ ସହ ସ୍କୁଟି ର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୪ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ କୁଜଙ୍ଗଙ୍କ ନିକଟରେ ହାଜର କରାଯାଇଥିଲା। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ପରେ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

5 days ago
4


