Breakfast: ସାଇ ନିର୍ମଳାଙ୍କ ଜଳଖିଆରୁ ଆରମ୍ଭ ହୁଏ ସୁନ୍ଦର ଦିନଟିଏ

1 day ago 2
ARTICLE AD BOX

ପ୍ରତ୍ୟେକ ସଫଳ ବ୍ୟବସାୟ ପଛରେ ଥାଏ ଏକ ସ୍ୱପ୍ନ, ସମସ୍ୟାର ସମାଧାନ ଖୋଜିବାର ଇଚ୍ଛା ଏବଂ ସମାଜ ପାଇଁ କିଛି ଭଲ କରିବାର ସଂକଳ୍ପ। ବେଙ୍ଗାଲୁରୁର ୫୮ ବର୍ଷୀୟା ସାଇ ନିର୍ମଳା ରଘୁନାଥନ୍‌ ପେରୁମଲଙ୍କ କାହାଣୀ ଏହାର ଏକ ଜ୍ଜ୍ୱଳନ୍ତ ଉଦାହରଣ। ଜଣେ ମେକାନିକାଲ୍ ଇଞ୍ଜିନିୟର ଭାବେ କ୍ୟାରିୟର୍‌ ଆରମ୍ଭ କରି ପରେ ସଫ୍ଟୱେର୍‌ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି କାମ କରିଥିଲେ ସାଇ ନିର୍ମଳା। ଏହି ସମୟରେ ସେ ଅନୁଭବ କଲେ ଯେ, ବ୍ୟସ୍ତ ଜୀବନଶୈଳୀ କାରଣରୁ ପରିବାରଗୁଡ଼ିକ ଏକାଠି ବସି ଘରୋଇ ପାରମ୍ପରିକ ଖାଦ୍ୟ ଉପଭୋଗ କରିବାର ଅଭ୍ୟାସ ଧୀରେ ଧୀରେ ହରାଇବାକୁ ଲାଗିଛନ୍ତି। ଏହି ଚିନ୍ତାଧାରା ତାଙ୍କୁ ଏକ ନୂଆ ପଥର ସନ୍ଧାନ ଦେଇଥିଲା। ଫଳସ୍ୱରୂପ, ୨୦୦୭ ମସିହାରେ ସେ କର୍ପୋରେଟ୍ ଚାକିରି ଛାଡ଼ି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉଦ୍ୟମୀ ଭାବେ ନିଜ ଯାତ୍ରା ଆରମ୍ଭ କଲେ।
ସାଇ ନିର୍ମଳାଙ୍କ ଶୈଶବ କଟିଥିଲା ପାରମ୍ପରିକ ଦକ୍ଷିଣ ଭାରତୀୟ ଖାଦ୍ୟର ସୁଗନ୍ଧ ଓ ସ୍ୱାଦ ମଧ୍ୟରେ। ଘରେ ପ୍ରସ୍ତୁତ ହେଉଥିବା ଇଡ୍‌ଲି, ଦୋସା, ଆଡାଇ, ଉପମା ଭଳି ବ୍ୟଞ୍ଜନ କେବଳ ଖାଦ୍ୟ ନୁହେଁ, ବରଂ ପରିବାରର ପରମ୍ପରା ଓ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ ଥିଲା। ପରବର୍ତ୍ତୀ ସମୟରେ ସେ ଦେଖିଲେ ଯେ ସହରୀଆ ଜୀବନର ବ୍ୟସ୍ତତା ଓ ଚାକିରିର ଚାପ ଯୋଗୁଁ ଅନେକ ପରିବାର ପାଖରେ ଏହିସବୁ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ନାହିଁ। ଏହି ଚିନ୍ତାଧାରାରୁ ପ୍ରେରିତ ହୋଇ ୨୦୨୦ ମସିହାରେ ବେଙ୍ଗାଲୁରୁର ଏକ ୬୦୦ ବର୍ଗଫୁଟ୍‌ର ରୋଷେଇଘରରୁ ‘ଶସ୍ତା ବ୍ରେକ୍‌ଫାଷ୍ଟ ସଲ୍ୟୁସନ୍’ ନାମରେ ଏକ ଛୋଟ ଉଦ୍ୟମର ଶୁଭାରମ୍ଭ କରିଥିଲେ। ଏଠାରେ ଇଡ୍‌ଲି ଓ ଦୋସାର ଆଣ ସହିତ ବାଜରା ପୋଙ୍ଗଲ, ଚାଉଳ ପୋଙ୍ଗଲ ପ୍ରିମିକ୍ସ୍‌, ସାମ୍ବର ଓ ରସମ୍ ପାଉଡର୍‌ ଭଳି ପାରମ୍ପରିକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଥିଲା। ୨୦୨୧ ମସିହାରେ ଏହି ଉଦ୍ୟମ ‘ନିରାଘ ଫୁଡ୍ସ୍‌ ପ୍ରାଇଭେଟ୍ ଲିମିଟେଡ୍’ ଭାବେ ପଞ୍ଜିକୃତ ହେଲା।

TMC: ବାଚସ୍ପତିଙ୍କ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଦ୍ରୋହୀ ଟିଏମ୍‌ସି ନେତା

ଆରମ୍ଭରେ ଚାରିଜଣ ଗୃହିଣୀଙ୍କୁ ନେଇ କମ୍ପାନିର କାର୍ଯ୍ୟ ଆରମ୍ଭ ହୋଇଥିଲା। ନିରାଘ ଫୁଡ୍‌ସର ବିଶେଷତା ହେଉଛି, ଏହାର କୌଣସି ଉତ୍ପାଦରେ ପ୍ରିଜର୍‌ଭେଟିଭ୍ କିମ୍ବା କୃତ୍ରିମ ରସାୟନ ବ୍ୟବହାର କରାଯାଏ ନାହିଁ। ଚାଉଳ ଓ ବିରି ଡାଲିକୁ ପୃଥକ ଭାବେ ଭିଜାଇ, ପେଷି ଏବଂ ପ୍ରାକୃତିକ ଉପାୟରେ କିଣ୍ବନ କରାଯାଏ, ଯାହା ଖାଦ୍ୟର ପୌଷ୍ଟିକତା, ସ୍ୱାଦ ଓ ଗୁଣବତ୍ତାକୁ ଅକ୍ଷୁଣ୍ଣ ରଖିଥାଏ। ତାଙ୍କର ବ୍ୟବସାୟର ପ୍ରଥମ ବଜାର ଥିଲା ହ୍ୱାଟସ୍ଆପ୍ ଗ୍ରୁପ୍ ଏବଂ ପଡ଼ୋଶୀମାନଙ୍କ ଦ୍ବାରା ପ୍ରଚାର। ପରେ ଆମାଜନ୍‌, ଫ୍ଲିପ୍‌କାର୍ଟ, ଜିଓମାର୍ଟ ଏବଂ ୨୦୨୩ ମସିହାରେ ସ୍ୱିଗି ଇନଷ୍ଟାମାର୍ଟ ସହ ଯୋଡ଼ି ହେବାପରେ ନିରାଘ ଫୁଡ୍‌ସର ପରିଚୟ ସାରା ଦେଶରେ ପହଞ୍ଚିଥିଲା। ୨୦୨୫ ମସିହାରେ ଦ୍ରୁତ ବାଣିଜ୍ୟ (କ୍ୱିକ୍ କମର୍ସ) ପ୍ଲାଟ୍‌ଫର୍ମଗୁଡ଼ିକରେ ବିସ୍ତାର କରିବା ପରେ କମ୍ପାନିର ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହୋଇଥିଲା।
ଆଜି ନିରାଘ ଫୁଡ୍‌ସର ଉତ୍ପାଦନ କେନ୍ଦ୍ର ୧୦,୦୦୦ ବର୍ଗଫୁଟ୍‌କୁ ବିସ୍ତାରିତ ହୋଇଛି। କର୍ମଚାରୀ ସଂଖ୍ୟା ୪ରୁ ବଢ଼ି ପ୍ରାୟ ୬୦ରେ ପହଞ୍ଚିଛି ଏବଂ ସଂସ୍ଥା ପ୍ରାୟ ୨୫ ପ୍ରକାରର ପାରମ୍ପରିକ ଖାଦ୍ୟ ସାମଗ୍ରୀ ଉତ୍ପାଦନ କରୁଛି। ସବୁଠୁ ବଡ଼ କଥା ହେଉଛି, ଏହି ସଂସ୍ଥା କେବଳ ଏକ ସଫଳ ଖାଦ୍ୟ ବ୍ରାଣ୍ଡ ନୁହେଁ; ଏହା ଅନେକ ମହିଳାଙ୍କ ପାଇଁ ଆତ୍ମନିର୍ଭରଶୀଳତାର ନୂଆ ଦିଗ ଖୋଲିଦେଇଛି। ଭଲ ଚିନ୍ତାଧାରା, ଗୁଣବତ୍ତା ଓ ସମାଜ ପ୍ରତି ଦାୟିତ୍ୱବୋଧ ଥିଲେ ଏକ ଛୋଟ ରୋଷେଇଘରରୁ ଆରମ୍ଭ ହୋଇଥିବା ସ୍ୱପ୍ନ ମଧ୍ୟ ଦେଶବ୍ୟାପୀ ସଫଳତାରେ ପରିଣତ ହୋଇପାରେ।

Neglect: କେବେ ସୁଧୁରିବ ଭଞ୍ଜ ମାର୍କେଟର ଡ୍ରେନେଜ୍ ବ୍ୟବସ୍ଥା? ମୁକ୍ତ ଶୌଚାଳୟ ପାଲଟିଛି ଡ୍ରେନ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.