Braj Mohan Ram’s BJP Vote-Bank Remark ନୂତନ ରାଜ୍ୟପାଳ ବ୍ରଜମୋହନଙ୍କ ‘ବିଜେପି ସଂଗଠନ’ ମନ୍ତବ୍ୟକୁ ନେଇ ବିବାଦ, କଟାକ୍ଷ କଲେ ନବୀନ ଓ କଂଗ୍ରେସ

45 minutes ago 1
ARTICLE AD BOX

ଭୁବନେଶ୍ବର:  ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମଙ୍କ ଏକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଝାଡ଼ଖଣ୍ଡରେ ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ଶ୍ରୀ ରାମ କହିଛନ୍ତି, ମୁଁ ଝାଡ଼ଖଣ୍ଡରେ ବିଜେପି ଦଳିତ ମୋର୍ଚ୍ଚାର ସଭାପତି ଭାବେ ଦାୟିତ୍ବ ତୁଲାଇଛି ଏବଂ ସଂଗଠନକୁ ମଜଭୁତ କରିବା ପାଇଁ କାମ କରିଛି। ଓଡ଼ିଶାରେ ବି ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ଅଛି। ଦାୟିତ୍ବ ନେଲା ପରେ ଏହାକୁ ଅଧିକ ସକ୍ରିୟ କରିବା ପାଇଁ ଚେଷ୍ଟା କରିବି। ବିଜେପିକୁ କିପରି ଅଧିକ ଭୋଟ୍‌ ମିଳିବ, ସେଥି ପାଇଁ ଚେଷ୍ଟା କରିବି।

Brajmohan Ram Governor of Odisha ଝାଡ଼ଖଣ୍ଡ ବିଜେପି ଏସ୍‌ସି ମୋର୍ଚ୍ଚା ସଭାପତି ବ୍ରଜମୋହନ ରାମ ହେଲେ ଓଡ଼ିଶାର ୩୮ତମ ରାଜ୍ୟପାଳ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟାକ୍ଷ କରି କହିଛନ୍ତି, ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ମନୋନୀତ ବ୍ରଜମୋହନ ରାମଙ୍କୁ ହାର୍ଦ୍ଦିକ ସ୍ବାଗତ। ଦଳୀୟ କାର୍ଯ୍ୟ କରିବା ପାଇଁ ମନୋନୀତ ରାଜ୍ୟପାଳଙ୍କ ଉତ୍ସାହକୁ ଓଡ଼ିଶାବାସୀ ଦେଖୁଛନ୍ତି। ଆଶା, ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଟିକେ ଉତ୍ସାହ ଓ ଶକ୍ତି ପ୍ରଦାନ କରିବେ। ଏହା ଦ୍ବାରା ସେ ନିରପେକ୍ଷ ଭାବେ ଏବଂ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା କରି ନିଜ ଦାୟିତ୍ବ ସମ୍ଭାଳିବେ।

Governor of Odisha: ବ୍ରଜମୋହନ ଓଡ଼ିଶା ରାଜ୍ୟପାଳ: ବଦଳିଲେ ଆଉ ୫ ରାଜ୍ୟପାଳ
କଂଗ୍ରେସ ପକ୍ଷରୁ କୁହାଯାଇଛି, ରାଜ୍ୟପାଳ ପରି ମର୍ଯ୍ୟାଦାପୂଣ୍ଣ ପଦବି ପାଇବା ପରେ ଓଡ଼ିଶାରେ ବିଜେପିର ଭୋଟ ବଢ଼ାଇବା ପାଇଁ କାମ କରିବେ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏହା ବିଜେପିର ଅସଲ ଚରିତ୍ରକୁ ସ୍ପଷ୍ଟ କରୁଛି। ବିଜେପି ସରକାର ଦେଶର ଗୋଟିଏ ପରେ ଗୋଟିଏ ସାମ୍ବିଧାନିକ ସଂସ୍ଥାକୁ ଦଳର କବଜା କରିଚାଲିଛନ୍ତି। ତେବେ ଏତେ ଉଚ୍ଚ ପଦବିରେ ଯୋଗ ଦେବାକୁ ଯାଉଥିବା ପୂର୍ବରୁ କେହି ଏପରି ଖୋଲାଖୋଲି ଦଳୀୟ ରାଜନୀତି କରିନଥିଲେ। ଏପରି ବ୍ୟକ୍ତିଙ୍କୁ କେନ୍ଦ୍ର ତୁରନ୍ତ ପ୍ରତ୍ୟାହାର କରନ୍ତୁ କିମ୍ବା ହାଇକୋର୍ଟ ମୁଖ୍ୟ ବିଚାରପତି ତାଙ୍କୁ ଶପଥ କରାଇବାରେ ନିଜର ଆପତ୍ତି ଦର୍ଶାନ୍ତୁ ବୋଲି ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.