ARTICLE AD BOX
ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ହେଲେ ପରିବେଶ ସବୁଜ ଦିଶିବା ସହ ବାୟୁମଣ୍ଡଳରୁ ଉତ୍ତାପ ହ୍ରାସ ପାଇ ଆର୍ଦ୍ର ବାୟୁ ପ୍ରବାହିତ ହୁଏ। ଏହି ସମୟରେ ଗରମରୁ ଟିକେ ତ୍ରାହି ମିଳେ। ତେବେ ଏହି ଅାଶ୍ବସ୍ତି ସହ ଆସିଥାଏ କିଛି ସମସ୍ୟା। ବର୍ଷା ଯୋଗୁଁ ଖାଲଖମାରେ ପାଣି ଜମି ରହି ମଶାବଂଶ ବୃଦ୍ଧିପାଏ। ଫଳରେ ଭୂତାଣୁମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୁଏ। ସେମାନଙ୍କ ଦ୍ବାରା ଆକ୍ରାନ୍ତ ହୋଇ ମଣିଷ ରୋଗରେ ପଡ଼େ।
Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା
ଅଧିକାଂଶ ଲୋକଙ୍କର ଧାରଣା ଯେ ମୌସୁମୀକାଳୀନ ସଂକ୍ରମଣ ଅର୍ଥ ଜ୍ବର, ଦେହହାତ ପୀଡ଼ା, କାଶ ଓ ପେଟ ଗୋଳମାଳ। ହେଲେ ଅନେକେ ହୁଏତ ଜାଣି ନ ଥିବେ, ସାଧାରଣ ମନେ ହେଉଥିବା ସଂକ୍ରମଣ ବେଳେ ବେଳେ ମସ୍ତିଷ୍କ ଓ ସ୍ନାୟବିକ ବ୍ୟବସ୍ଥାକୁ ମଧ୍ୟ ନିଶାଣ କରିଥାଏ। ସେଭଳି ହେଲେ ରୋଗର ଉପସର୍ଗରେ ଦ୍ରୁତ ଅବନତି ଘଟେ। ଫଳରେ ମାମୁଲି ଜ୍ବର ମଧ୍ୟ ବଡ଼ ଅସୁବିଧା କରାଏ। ଏ ଧରଣର ସଂକ୍ରମଣର ଆଗୁଆ ନିଦାନ କରାଯାଇ ତୁରନ୍ତ ଚିକିତ୍ସା କଲେ ସୁସ୍ଥତା ଫେରିଆସେ। ତେବେ ସମସ୍ୟା ହେଉଛି, ଏବେ ସାଧାରଣ ସଂକ୍ରମଣ ଆଉ ସାଧାରଣ ହୋଇ ନାହିଁ। ବ୍ଲଡ୍ ବ୍ରେନ୍ ବ୍ୟାରିୟର୍ କୁହାଯାଉଥିବା ଏକ ବିଶେଷ ବାଡ଼ ମଧ୍ୟରେ ମସ୍ତିଷ୍କ ସୁରକ୍ଷିତ ଥାଏ। ଏହି ବାଡ଼ ଜୀବାଣୁଙ୍କୁ ଦୂରେଇ ରଖେ। କିନ୍ତୁ କେତେକ ଭୂତାଣୁ ଓ ଜୀବାଣୁ ଏହି ସୁରକ୍ଷା ବାଡ଼ ଅତିକ୍ରମ କରିଯାଆନ୍ତି। ଆଉ କେତେକ ରୋଗ ପ୍ରତିରୋଧକ ବ୍ୟବସ୍ଥା ସହ ଭୀଷଣ ଲଢ଼େଇ କରିବାରୁ ମସ୍ତିଷ୍କ ଚାରିପଟେ ପ୍ରଦାହ ଘଟେ। ସେଥିପାଇଁ ଡାକ୍ତରମାନେ କହନ୍ତି, ଏ ଜ୍ବରକୁ କେବଳ ଜ୍ବର ବୋଲି ଭାବିଲେ ହେବ ନାହିଁ। ଜ୍ବର ସହ ମସ୍ତିଷ୍କ ସମ୍ପୃକ୍ତ ହୋଇଗଲେ ଅସୁସ୍ଥତାଜନିତ ଲକ୍ଷଣ ବଦଳିଯାଏ। ହଠାତ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ମୁଣ୍ଡ ଗୋଳମାଳ ହୋଇଯାଏ, ନିଦୁଆ ନିଦୁଆ ଲାଗେ, େବଳେ ବେଳେ ବାତ ମାରିବା ଭଳି ମନେହୁଏ। ପୁଣି କଥା କହିବା ଓ ଚାଲିବାରେ ବି ଅସୁବିଧା ହୁଏ। ଏସବୁ ସାଧାରଣ ଋତୁକାଳୀନ ଭୂତାଣୁ ସଂକ୍ରମଣଜନିତ ଲକ୍ଷଣ ନୁହେଁ। ତେଣୁ ଏ େକ୍ଷତ୍ରରେ ଅବହେଳା କଲେ ଆଗକୁ ସମସ୍ୟା ହୋଇପାରେ।
Heavy rain: କେରଳରେ ବର୍ଷା ବିପର୍ଯ୍ୟୟ, ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି
ଡାକ୍ତରୀ ଭାଷାରେ ଏଭଳି ଭୂତାଣୁଜନିତ ମସ୍ତିଷ୍କ ସଂକ୍ରମଣକୁ ଏନ୍ସିଫାଲାଇଟିସ୍ କୁହାଯାଏ। ଜାପାନିଜ୍ ଏନ୍ସିଫାଲାଇଟିସ୍ ଭାଇରସ୍, ଚାନ୍ଦିପୁରା ଭାଇରସ୍ ଓ ହାର୍ପିଜ୍ ସିମ୍ପ୍ଲେକ୍ସ ଭାଇରସ୍ ସମେତ କେତେକ ଭାଇରସ୍ ବା ଭୂତାଣୁ ଏଥିପାଇଁ ଦାୟୀ। ଏନ୍ସିଫାଲାଇଟିସ୍ ସାଂଘାତିକ ରୋଗ ହୋଇଥିବାରୁ ଏହା ତୁରନ୍ତ ଚିକିତ୍ସା ଆବଶ୍ୟକ କରେ। ସେହିପରି ପ୍ରବଳ ଜ୍ବର, ଦେହହାତ ଘୋଳାବିନ୍ଧା ଓ ଲୋ ପ୍ଲେଟ୍ଲେଟ୍ କାଉଣ୍ଟ୍ ଡେଙ୍ଗୁର ଲକ୍ଷଣ ବୋଲି ଅଧିକାଂଶ କହନ୍ତି। କେବେ କେବେ ଡେଙ୍ଗୁ ମଧ୍ୟ ମସ୍ତିଷ୍କକୁ ସଂକ୍ରମିତ କରି ଏନ୍ସିଫାଲାଇଟିସ୍ର କାରଣ ହୋଇଯାଏ। ସେତେବେଳେ ବାନ୍ତି ମାଡ଼ିବା, ନିଦୁଆ ଲାଗିବା, ମୁଣ୍ଡ ବିନ୍ଧିବା ଓ ବାତ ମାରିବା ଭଳି ଲକ୍ଷଣ ଦେଖାଯାଏ। ଲଗାତାର ବର୍ଷା ହେଲେ ରାସ୍ତା ଓ ଖୋଲା ସ୍ଥାନ ସବୁ ପାଣିଭର୍ତ୍ତି ହୋଇଯାଏ। ସେହି ପାଣି ସଂକ୍ରମିତ ହୋଇଥିଲେ ବି ସେଥିରେ ପଶି ଚାଲିଲେ କିଛି କ୍ଷତି ହେଲା ଭଳି ଜଣାପଡ଼େ ନାହିଁ। ତେବେ ଏହି ପାଣି ଲେପ୍ଟୋସ୍ପାଇରୋସିସ୍ର ମଧ୍ୟ କାରଣ ହୋଇପାରେ।
ବିଶେଷକରି ମୂଷା କିମ୍ବା ସେହି ଧରଣର ଅନ୍ୟ କୌଣସି ଲେପ୍ଟୋସ୍ପାଇରୋସିସ୍ ଆକ୍ରାନ୍ତ ଜନ୍ତୁଙ୍କ ପରିସ୍ରା ମିଶି ତାହା ସଂକ୍ରମିତ ହୋଇଥାଏ। ଏହା ଏକ ବ୍ୟାକ୍ଟେରିଆ ଦ୍ବାରା ସୃଷ୍ଟ ରୋଗ। ମନୁଷ୍ୟ ଲେପ୍ଟୋସ୍ପାଇରୋସିସ୍ ଆକ୍ରାନ୍ତ ହେଲେ ଜ୍ବର, ମାଂସପେଶୀ ବ୍ୟଥା ଓ କାମଳ ରୋଗ ଭୋଗିଥାଏ। ଯଦି ସଂକ୍ରମଣ ଅଧିକ ହେଲେ, ମସ୍ତିଷ୍କ ବି ଆକ୍ରାନ୍ତ ହୋଇପାରେ। ମୁଣ୍ଡବିନ୍ଧା, ବେକ ଅନମନୀୟତା, ଆଲୋକ ଅସହ୍ୟତା ଓ ବାନ୍ତି ବାନ୍ତି ଲାଗିବା ଏହାର ଲକ୍ଷଣ। ସେ ଯାହାହେଉ, ସାବଧାନତା ଅବଲମ୍ବନ କଲେ ଏହାକୁ ଟାଳି ହେବ। ସେ ସବୁ ହେଲା- ଘରୁ ମଶା ତଡ଼ିବାର ବ୍ୟବସ୍ଥା, ଘର ଆଖପାଖରେ ଜମିଥିବା ପାଣି ନିଷ୍କାସନ, ବିଶୁଦ୍ଧ ପାଣି ପିଇବା, ଜଳପ୍ଳାବିତ ସ୍ଥାନରେ ପଶି ନ ଚାଲିବା ଏବଂ ତଟକା ଖାଦ୍ୟ ଖାଇବା। ଏସବୁ ସତ୍ତ୍ବେ ରୋଗ ନକମିଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

2 hours ago
3


