Boudh Railway Project: ବୌଦ୍ଧରେ ରେଳ ଚଳାଚଳକୁ ନୂଆ ଗତି: ଟନେଲ ଓ ଭାୟାଡକ୍ଟ ଦେଇ ଗଡ଼ିଲା ପରୀକ୍ଷାମୂଳକ ଇଞ୍ଜିନ

6 days ago 6
ARTICLE AD BOX

ପୁରୁଣାକଟକ: ବୌଦ୍ଧ ଜିଲ୍ଲାରେ ରେଳଚଳାଚଳ ପୁରୁଣାକଟକ​​​ ପର୍ଯ୍ୟନ୍ତ ହେଇଥିବା ବେଳେ ଟନେଲ ପାଇଁ ପୁରୁଣାକଟକରୁ ଦଶପଲ୍ଲା ଯାଏଁ ରେଳ ଗଡ଼ି ପାରିନାହିଁ। ତେବେ ଦୁଇଟି ଭାୟାଡକ୍ଟ ସହ ୭ ନମ୍ବର ଟନେଲ ମଧ୍ୟ ଦେଇ ଗଡ଼ିଲା ପରୀକ୍ଷାମୂଳକ ରେଳ ଇଞ୍ଜିନ। ୬୦ ସ୍ପିଡ୍‌ରେ ଟନେଲର ଅନ୍ଧାର କାଟି ଆଲୋକ ଆଡ଼କୁ ମାଡ଼ି ଚାଲିଲା ଟ୍ରେନ୍।

ଜାରି ରହିଛି ପାରିପାର୍ଶ୍ୱିକ ନିର୍ମାଣ କାର୍ଯ୍ୟ 

ଠିକା ସଂସ୍ଥା ପକ୍ଷରୁ ଏହି ପରୀକ୍ଷାମୂଳକ ଇଞ୍ଜିନ ରୋଲ୍ ହେଇଥିବା ବେଳେ ଆଉ ମାତ୍ର କିଛି ଦିନର ଅପେକ୍ଷା। ପୁରୁଣାକଟକ ଷ୍ଟେସନରୁ ଚାରିଛକ ଷ୍ଟେସନକୁ ଟ୍ରେନ୍ ଗଡ଼ିବା ପାଇଁ ଷ୍ଟେସନ୍ ଓ ରେଳ ଟ୍ରାକ୍ ନିର୍ମାଣ ପ୍ରସ୍ତୁତି ସରିସାରିଛି। ଏବେ ଜାରି ରହିଛି ପାରିପାର୍ଶ୍ୱିକ ନିର୍ମାଣ କାର୍ଯ୍ୟ। ଚଳିତ ମାସ କିମ୍ବା ଆସନ୍ତା ମାସରେ ପୁରୁଣାକଟକ ଠାରୁ ଚାରିଛକ ପର୍ଯ୍ୟନ୍ତ ସୁରକ୍ଷାବ୍ୟବସ୍ଥା ଯାଞ୍ଚ ହେବ। ଆସିବେ ରେଳ ସେଫ୍ଟି କମିସନର। ଯଦି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସଫଳ ହୁଏ, ତେବେ ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଚାରିଛକ ଷ୍ଟେସନକୁ ଗଡ଼ିବ ରେଳ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଆଉ ପଦେ ଆଗକୁ ଆଗେଇବ । ପୁରୁଣାକଟକରୁ ଦଶପଲ୍ଲା ରେଳ ଚଳାଚଳ ହେଲେ ବାଣିଜ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Death: ସଡ଼କ ଦୁର୍ଘଟଣାରେ ବିଏସଏଫ ଯବାନଙ୍କ ଶୋଚନୀୟ ମୃତ୍ୟୁ, ସାତ ଘଣ୍ଟା ଜାତୀୟ ରାଜପଥ ଅବରୋଧ

Read Entire Article
LEFT SIDEBAR AD

Hidden in mobile, Best for skyscrapers.