ARTICLE AD BOX
ଭୁବନେଶ୍ୱର: ଶତାକ୍ଷୀ ମହିଳା ସଂଗଠନ, କଳିଙ୍ଗନଗର ପ୍ରାଙ୍ଗଣରେ ଦୁଇଟି ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ ହଜି ଯାଉଥିବା ଶବ୍ଦ କେତେ ଅପରିହାର୍ଯ୍ୟ ତାହା କବି ହିଁ ଜାଣିପାରେ। ଶବ୍ଦ ଗୁଡିକ ହଜିନଥାନ୍ତି ଶବ୍ଦ ଗୁଡିକ ଘୁରି ବୁଲୁଥାନ୍ତି ତାଙ୍କୁ କବି ଲେଖକ ମାନେ କବିତାରେ, ପ୍ରବନ୍ଧରେ, ନାଟକରେ ଆଣି ସମ୍ମିଳିତ କରିଥାନ୍ତି। ହୃଦୟର ମନୋଭାବକୁ ସମୟ ଅନୁସାରେ ଖଞ୍ଜିବା ହିଁ କବିର କାମ ବୋଲି ପ୍ରଗତିବାଦୀର କାର୍ଯ୍ୟକାରୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ମତ ପ୍ରକାଶ କରିଛନ୍ତି।
ଏଥେନା ବୁକସ ଦ୍ୱାରା ପ୍ରକାଶିତ ଡ଼ ଗିରିଜା ଶଙ୍କର ଶର୍ମାଙ୍କର ଷଷ୍ଠତମ "ହଜି ଯାଉଥିବା ଶବ୍ଦର କବିତା" ପୁସ୍ତକ ଉନ୍ମୋଚନ କରି କହିଛନ୍ତି। ଏହି ଅବସରରେ ଅନ୍ୟ ଏକ କବିତା ପୁସ୍ତକ "ବର୍ଦ୍ଧକ୍ୟ ଭାବନା ଓ ଅନ୍ୟ କବିତା" ମଧ୍ୟ ଉନ୍ମୋଚିତ ହୋଇଥିଲା। ବୁଝିବା ନ ବୁଝିବା ପାଠକ ଉପରେ ନିୖର୍ଭର କରେ ଯିଏ ଯେଉଁ ଭାବରେ କବିତାକୁ ବୁଝିବ ସେଇ କବିତା ସେହି ଅନୁସାରେ ପାଠକ ପାଖରେ ପହଞ୍ଚିବ ବୋଲି ଅନ୍ୟତମ ସମ୍ମାନିତ ଅତିଥି କବି ସୂର୍ଯ୍ୟମିଶ୍ର ପ୍ରକାଶ କରିଛନ୍ତି। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ସାହିତ୍ୟ ଏକାଡେମୀର ଉପସଭାପତି ସଂଗ୍ରାମ ଜେନା କବି ମାନଙ୍କୁ ଉତ୍ସାହିତ କରିବା ସହିତ ପୃଷ୍ଠପୋଷକତା ଏକ ବଡ କଥା ସାହିତ୍ୟ ବଞ୍ଚିବା ପାଇଁ ବୋଲି ବକ୍ତବ୍ୟ ରଖିଥିଲେ।
ବିଶିଷ୍ଟ ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ହଜିଯାଉଥିବା କବିତା ପୁସ୍ତକକୁ ଭାଷା ଆନ୍ଦୋଳନ ଓଡ଼ିଶାର ଆବାହକ ପବିତ୍ର ମହାରଥା ସମୀକ୍ଷା କରିଥିବାବେଳେ ଅନ୍ୟ ଏକ ପୁସ୍ତକ "ବାର୍ଦ୍ଧକ୍ୟ ଭାବନା ଓ ଅନ୍ୟ କବିତା" ପୁସ୍ତକକୁ ଡ଼ ଗିରିଜା ଶଙ୍କର ଶର୍ମା ସମୀକ୍ଷା କରିଥିଲେ। ପୁସ୍ତକ ପ୍ରକାଶକ ରାଜକିଶୋର ଦାସ ପ୍ରକାଶକ ପାଠକ ଓ ଲେଖକର ସମନ୍ଵୟରେ ସାହିତ୍ୟ ବଞ୍ଚେ ବୋଲି ପ୍ରକାଶ କରିଥିଲେ।ସଭାଟିକୁ ଵିଶିଷ୍ଟ ସ୍ତମ୍ଭକାର ଶ୍ରୁତକୀର୍ତ୍ତି ତ୍ରିପାଠୀ ସଞ୍ଚାଳିତ କରିଥିବାବେଳେ ଅକ୍ଷରା ସାହିତ୍ୟ ସଂସଦର ସଭାପତି ତଥା ଶତାକ୍ଷୀ ମହିଳା ସଂଗଠନର ସଭାପତି ମୀରା ରଥ ଧନ୍ୟବାଦ ଅର୍ପଣ କରିଥିଲେ।

1 hour ago
2


