ARTICLE AD BOX
ଗାଧୋଇବାକୁ ଯାଇ ତେନ୍ତୁଳି ଘାଇରେ ବୁଡ଼ି ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ଦିନକ ପରେ ଉଦ୍ଧାର ହୋଇଛି। ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ସ୍ଥିତ ତେନ୍ତୁଳି ଘାଇରେ ଏହି ଅଘଟଣ ଘଟିଛି। ମୃତ ଯୁବକ ହେଲେ ମୁନିସିଂ ଗ୍ରାମର ନୀଳକଣ୍ଠ ନାୟକ।
Missing Youth’s Body Recovered a Day After Drowning in Tentuli Ghai Photograph: (sambad.in)ପାରଳାଖେମୁଣ୍ଡି: ଗାଧୋଇବାକୁ ଯାଇ ତେନ୍ତୁଳି ଘାଇରେ ବୁଡ଼ି ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ଦିନକ ପରେ ଉଦ୍ଧାର ହୋଇଛି। ଗଜପତିଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ସ୍ଥିତ ତେନ୍ତୁଳି ଘାଇରେ ଏହି ଅଘଟଣ ଘଟିଛି। ମୃତ ଯୁବକ ହେଲେ ମୁନିସିଂ ଗ୍ରାମର ନୀଳକଣ୍ଠ ନାୟକ।
ଗ୍ରାମରେ ଶୋକର ଛାୟା
ସୂଚନା ଅନୁଯାୟୀ, ନୀଳକଣ୍ଠ ଗତକାଲି ସନ୍ଧ୍ୟାରେ ଗାଧୋଇବା ପାଇଁ ତେନ୍ତୁଳି ଘାଇକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ହଠାତ୍ ସେ ପାଣିରେ ବୁଡ଼ି ଯାଇଥିଲେ। ନିକଟରେ ଥିବା ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଏନେଇ ରା.ଉଦୟଗିରି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ଓ ରା.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନୀଳକଣ୍ଠଙ୍କ କୌଣସି ସନ୍ଧାନ ମିଳିନଥିଲା। ଅନ୍ଧାର ଯୋଗୁଁ ରାତିରେ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା। ଆଜି ପୁଣିଥରେ ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ଘାଇରେ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟର ଅପରେସନ ପରେ ନୀଳକଣ୍ଠଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଦୁଃଖଦ ଘଟଣାକୁ ନେଇ ମୁନିସିଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

58 minutes ago
1


