Fast Bowler: ଟେଷ୍ଟରେ ହ୍ୟାଟ୍ରିକ୍‌: ମହମୁଦ ପ୍ରଥମ ବାଂଲାଦେଶ ଦ୍ରୁତ ବୋଲର

1 hour ago 1
ARTICLE AD BOX

ଆବୁଧାବି:ବାଂଲାଦେଶ ଦ୍ରୁତ ବୋଲର ହାସନ ମହମୁଦ ରବିବାର ଇତିହାସ ରଚିଛନ୍ତି। ସେ ପ୍ରଥମ ବାଂଲାଦେଶ ଦ୍ରୁତ ବୋଲର ଭାବେ ଟେଷ୍ଟ୍‌ କ୍ରିକେଟ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ଆବୁଧାବିରେ ଚାଲିଥିବା ଆଫ୍‌ଗାନିସ୍ତାନ ବିପକ୍ଷ ଏକ ମାତ୍ର ଟେଷ୍ଟ୍‌ର ତୃତୀୟ ଦିନରେ ସେ ଏହି ସଫଳତା ପାଇଛନ୍ତି। ଆଫ୍‌ଗାନିସ୍ତାନ ପାଳିର ୮୩ତମ ଓଭରର ଲଗାତାର ୩ ବଲ୍‌ରେ ଆଫ୍‌ଗାନିସ୍ତାନ ବ୍ୟାଟର୍‌ ଇସ୍‌ମତ ଆଲାମ, କ୍ବାଇସ ଅହମଦ ଓ ଲିଟନ ଦାସଙ୍କୁ ପ୍ୟାଭିଲିୟନ୍‌ ପଠାଇଥିଲେ।

କ୍ରିକେଟ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ

ଏହି ହ୍ୟାଟ୍ରିକ୍‌ ସହ ୨୬ ବର୍ଷୀୟ ମହମୁଦଙ୍କ ୫/୫୫ ବୋଲିଂ ସଫଳତା ବଳରେ ଆଫ୍‌ଗାନିସ୍ତାନର ପ୍ରଥମ ପାଳି ୨୪୦ରେ ଅଟକି ଯାଇଥିଲା ଏବଂ ବାଂଲାଦେଶ ୧୦୬ ରନ୍‌ର ଅଗ୍ରଣୀ ନେଇଥିଲା। ପୂର୍ବରୁ ବାଂଲାଦେଶ ପ୍ରଥମ ପାଳିରେ ୩୪୬ ରନ୍‌ କରିଥିଲା। ମହମୁଦ ତୃତୀୟ ବାଂଲାଦେଶ ବୋଲର ଭାବେ ଟେଷ୍ଟ୍‌ କ୍ରିକେଟ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ଦୁଇ ସ୍ପିନର ଆଲୋକ କପାଲି (ପାକିସ୍ତାନ ବିପକ୍ଷ, ୨୦୦୩) ଓ ସୋହାଗ ଗାଜି (ନ୍ୟୁଜିଲାଣ୍ଡ ବିପକ୍ଷ, ୨୦୧୩)ରେ ହ୍ୟାଟ୍ରିକ୍‌ ସଫଳତା ପାଇଥିଲେ।

Ranji Trophy: ରଣଜୀ ଟ୍ରଫିରୁ ଓହରିଲା ଅରୁଣାଚଳ: ଫେରିଗଲା ନାଗାଲାଣ୍ଡ

Read Entire Article
LEFT SIDEBAR AD

Hidden in mobile, Best for skyscrapers.