BMC: ଦୋକାନ ଘର, ପିଣ୍ଡି ଆବଣ୍ଟନ ବେଳେ ପାଟିତୁଣ୍ଡ: ମଞ୍ଚ ଆଗକୁ ଆସି ଜବାବ ମାଗିଲେ ଦୋକାନୀ

5 days ago 6
ARTICLE AD BOX

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଉଠାଦୋକାନୀଙ୍କୁ ଦୋକାନଘର(ଭେଣ୍ଡିଂ କିଓସ୍କ), ପିଣ୍ଡି ଆବଣ୍ଟନ ବେଳେ ଆଜି ପ୍ରବଳ ପାଟିତୁଣ୍ଡ ହୋଇଛି। ଯୋଗ୍ୟଙ୍କୁ କାଟି ଅଯୋଗ୍ୟଙ୍କୁ ଦୋକାନଘର ବଣ୍ଟାଯାଇଥିବା ଦୋକାନୀମାନେ ଅଭିଯୋଗ କରିଛନ୍ତି। ମେୟରଙ୍କ ଆଗରେ ଏଭଳି ପାଟିତୁଣ୍ଡ ଓ ଯୁକ୍ତିତର୍କ ଦେଖିବାକୁ ମିଳିଛି। ଏହି ପାଟିତୁଣ୍ଡ ଭିତରେ ବହୁ ସମୟ ଧରି ଦୋକାନ ବଣ୍ଟନ ବନ୍ଦ ରହିବା ପରେ ମେୟର ସୁଲୋଚନା ଦାସ ଏହାର ପୁନଃଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଯାଞ୍ଚ ସରିନି, ଅଭିଯୋଗ ଆସିଥିବା ଅଞ୍ଚଳର ଦୋକାନୀଙ୍କୁ ଦୋକାନଘର ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Business Perspective: ବଣିଜ ବିଚାର: କ୍ରୀଡ଼ା ସାମଗ୍ରୀ ଉଦ୍ୟୋଗ, ରାଜ୍ୟର ସ୍ଥିତି, ସୁଯୋଗ ଓ ସମ୍ଭାବନା

ମଞ୍ଚ ଆଗକୁ ଆସି ଜବାବ ମାଗିଲେ ଦୋକାନୀ
ଅନେକ ଅଯୋଗ୍ୟ ଘର ପାଇଥିବା ଅଭିଯୋଗ
‌ନୀଳାଦ୍ରିବିହାର ଦୋକାନ ବଣ୍ଟନ ସ୍ଥଗିତ, ପୁନଃଯାଞ୍ଚ ନିର୍ଦ୍ଦେଶ

ଭୁବନେଶ୍ବର ମହାନଗର ନିଗମ ଏକାମ୍ର ହଲ୍‌ରେ ଆଜି ବିଭିନ୍ନ ୱାର୍ଡରୁ ୧୦୦ରୁ ଅଧିକ ଉଠାଦୋକାନୀଙ୍କୁ ଦୋକାନଘର, ପିଣ୍ଡି ଆବଣ୍ଟନ କରାଯାଉଥିଲା। ବୈଠକରେ ମେୟର ଶ୍ରୀମତୀ ଦାସଙ୍କ ସମେତ ୬୫ ନମ୍ବର ୱାର୍ଡ କର୍ପୋରେଟର ରଶ୍ମିରଂଜନ ପାଟ୍ଟଶାଣୀ, ୪୫ ନମ୍ବର ୱାର୍ଡ କର୍ପୋରେଟର ଅମରେଶ ଜେନା, ୮ ନମ୍ବର ୱାର୍ଡ କର୍ପୋରେଟର ଲାଲମୋହନ ଟୁଡୁଙ୍କ ସମେତ ଅନେକ ୱାର୍ଡର କର୍ପୋରେଟର ଉପସ୍ଥିତ ଥିଲେ। ୪୫ ନମ୍ବର ୱାର୍ଡର ଶ୍ରମିକ ଷ୍ଟାଣ୍ଡ, ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ମଙ୍ଗଳାମନ୍ଦିର, ଡୁମୁଡୁମା ଆଦି ଅଞ୍ଚଳରେ ଦୋକାନ ବଣ୍ଟନ କରାଯାଉଥିଲା। ନୀଳାଦ୍ରିବିହାର ଦୋକାନଘର ବଣ୍ଟନ ବେଳେ ଅନେକ ଉଠାଦୋକାନୀ ତାଲିକାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ଦୃଢ଼ ବିରୋଧ କରିଥିଲେ। ମଞ୍ଚ ଆଗକୁ ଆସି ପାଟିତୁଣ୍ଡ କରିଥିଲେ। ୩୦ ବର୍ଷରୁ ଅଧିକ ‌ହେବ ଦୋକାନ କରିଥିଲେ ବି ଆମକୁ ଦୋକାନ ନ ମିଳି, ଅଯୋଗ୍ୟଙ୍କୁ ମିଳିଛି ବୋଲି ଅଭିଯୋଗ କରିଥିଲେ। ଅନେକ ଅଜଣା ବ୍ୟକ୍ତି ଦୋକାନ ଘର ପାଇଥିବା ଅଭିଯୋଗ କରିଥିଲେ।

Belarus potash deal: ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ

ଡେପୁଟି କମିସନର ଅଜୟ କୁମାର ମହାନ୍ତି ଯୁକ୍ତି ବାଢ଼ିଥିଲେ କି ଆମେ ଆବେଦନ ପାଇଁ ସମୟ ଦେଇଥିଲୁ। ଯେଉଁମାନେ କାଗଜପତ୍ର ଦାଖଲ କରିଛନ୍ତି, ଯାଞ୍ଚ ପରେ ସେମାନଙ୍କୁ ଦୋକାନଘର ବଣ୍ଟନ କରାଯାଇଛି। ଯେଉଁମାନେ ଦାଖଲ କରିନାହାନ୍ତି, ସେମାନଙ୍କୁ ଦୋକାନଘର ଦିଆଯାଇନି ବୋଲି କହିଥିଲେ। ଏହାକୁ ନେଇ ଅଧିକାରୀ ଓ ଉଠାଦୋକାନୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ମା ମଙ୍ଗଳା ବଜାର କମିଟିର ସଭାପତି ଜଗବନ୍ଧୁ ବେହେରା କହିଥିଲେ ଯେ ଆମେ ଏକାଧିକ ଥର ସମସ୍ତ କାଗଜପତ୍ର ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଦେଇଛୁ। ଏହା ସତ୍ତ୍ବେ ଦୋକାନଘର ଆବଣ୍ଟନ ବେଳେ ତଞ୍ଚକତା କରାଯାଇଛି। ମେୟର ଉଠାଦୋକାନୀମାନଙ୍କୁ ବୁଝାଇବା ସହ ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଆସିବା ପରେ ନୀଳାଦ୍ରିବିହାର ଅଞ୍ଚଳର ୭ରୁ ଅଧିକ ଦୋକାନୀଙ୍କୁ ଦୋକାନଘର ବଣ୍ଟନ ସ୍ଥଗିତ ରଖାଯାଇଛି। ପୁନଃଯାଞ୍ଚ ନସରିବା ପର୍ଯ୍ୟନ୍ତ ଏହି ଦୋକାନଘର ବଣ୍ଟାହେବନି ବୋଲି ନିଷ୍ପତ୍ତି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.