BMC Corporation Meeting: ବିଏମ୍‌ସି କର୍ପୋରେସନ୍‌ ବୈଠକ: ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ ନେଇ ଝଡ଼, ଫିଙ୍ଗିଲେ ଚେୟାର, ପାଣି ବୋତଲ

1 week ago 6
ARTICLE AD BOX

ଭୁବନେଶ୍ବର: ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳକୁ ନେଇ ଆଜି ବିଏମ୍‌ସି କର୍ପୋରେସନ୍‌ ବୈଠକରେ ଝଡ଼ ଉଠିଛି। କର୍ପୋରେଟରମାନେ ବୈଠକରେ ଚେୟାର, ପାଣି ବୋତଲ ଫିଙ୍ଗିବା ସହ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସବୁ ୱାର୍ଡରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁ ନଥିବା ବେଳେ ନିମ୍ନମାନର ଲାଇଟ୍‌ ଲଗାଯାଇଥିବା ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି। ମେୟର, ଅଧିକାରୀଙ୍କଠାରୁ ଏହାର ଜବାବ ମାଗିଛନ୍ତି। ନୂଆ ଟେଣ୍ଡର କରାଯାଇଛି, ଅକ୍ଟୋବରରେ ଏହା ଖୋଲାଯିବ ବୋଲି ଅଧିକାରୀମାନେ କହିଥିଲେ। ଏହି ଜବାବ କର୍ପୋରେଟରଙ୍କୁ ଆହୁରି ତତାଇ ଦେଇଥିଲା। ପୂଜାରେ କ’ଣ ଲୋକେ ଅନ୍ଧାରରେ ବୁଲିବେ ଓ ମରିବେ ବୋଲି ତାତ୍ସଲ୍ୟ କରିବା ସହ ତୁରନ୍ତ ଏ ଅବ୍ୟବସ୍ଥା ସଜାଡ଼ ବୋଲି କହିଥିଲେ। ମେୟର ବି ଷ୍ଟ୍ରିଟ୍‌ ଲାଇଟ୍‌ ଅବ୍ୟବସ୍ଥା ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ବିଗିଡ଼ିବା ସହ ତୁରନ୍ତ ଏହାର ମରାମତି ନିର୍ଦ୍ଦେଶ ଦେଇଥିଲେ।

Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ

ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଆଜି ବିଏମ୍‌ସିର ୪୪ତମ ସାଧାରଣ ପରି‌ଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କର୍ପୋରେଟର ନୃପେଶ କୁମାର ନାୟକ ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ ପ୍ରସଙ୍ଗ ଉଠାଇ ଏହାର ଜବାବ ମାଗିଥିଲେ। ପରେ ଅନ୍ୟ ସମସ୍ତ କର୍ପୋରେଟର ଏହାକୁ ସମର୍ଥନ ଜଣାଇ ପ୍ରବଳ ହଙ୍ଗାମା କରିଥିଲେ। ଅଭିଯୋଗ କରିଥିଲେ, ଆଲୋକୀକରଣ ବିଏମ୍‌ସିର ମୌଳିକ ସେବା ଅନ୍ତଭୃକ୍ତ। କିନ୍ତୁ ଆଜି ଯେଉଁ ୱାର୍ଡକୁ ଗଲେ, ସେଠି ଅନ୍ଧାର। ପ୍ରତି ୱାର୍ଡରେ ୬୦ ପ୍ରତିଶତ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି। ପ୍ରମୁଖ ଛକମାନ ଅନ୍ଧାର କିଟିକିଟି। ଠକ ସଂସ୍ଥାକୁ ଷ୍ଟ୍ରିଟ୍‌ ଲାଇଟ୍‌ ଟେଣ୍ଡର ଦେଇ ଆଜି ଏ ଦଶା ଭୋଗିବାକୁ ପଡ଼ୁଛି। ଯେଉଁଠି ୪୦ ୱାଟ୍‌ର ଲାଇଟ୍‌ ଲାଗିବା କଥା ସେଠି ୨୦ ୱାଟ୍‌ ଲଗାଇ ଅର୍ଥ ହରିଲୁଟ୍‌ କରାଯାଇଛି। ଏହାର ମାନ ପରୀକ୍ଷା ପାଇଁ ଲକ୍ସ ମେଜ‌ରମେଣ୍ଟ ମେସିନ୍‌ ରହିଛି। କିନ୍ତୁ ଯେଉଁ ସଂସ୍ଥା ଲାଇଟ୍‌ ଲଗାଉଛି, ସେହି ସଂସ୍ଥାକୁ ବଲ୍‌ବ ଓ ଷ୍ଟ୍ରିଟ୍‌ ଲାଇଟ୍‌ର ମାନ ପରୀକ୍ଷା କରିବାକୁ ଦେଇ ବିଏମ୍‌ସି ଚୁପ୍‌ ହୋଇ ବସିଛି। ଦୁର୍ଭାଗ୍ୟ କି ଆଜି ପର୍ଯ୍ୟନ୍ତ ଏହି ଠକ ସଂସ୍ଥାଙ୍କ ବିରୋଧରେ ବିଏମ୍‌ସି କୌଣସି କାର୍ଯ୍ୟାନୁଷ୍ଠାନ ନେଇନି। ଯେଉଁମାନେ ଠକୁଛନ୍ତି, ସେଇମାନଙ୍କ ହାତରେ ଷ୍ଟ୍ରିଟ୍‌ ଲାଇଟ୍‌ ପରିଚାଳନା ବ୍ୟବସ୍ଥା ଛାଡ଼ି ଦିଆଯାଇଛି। ଏମିତି କରି ବିଏମ୍‌ସିକୁ ବଦନାମ କରାଯାଉଛି।

ନୂଆ ଟେଣ୍ଡର ହେବ କହି ଭଣ୍ଡାଯାଉଛି। ଏମିତି ଆଉ କେତେଦିନ ଚାଲିବ ବୋଲି କର୍ପୋରେଟରମାନେ ପ୍ରଶ୍ନ କରିଥିଲେ। କିନ୍ତୁ କୌଣସି ଅଧିକାରୀଙ୍କ ପାଖରେ ଏହାର ସନ୍ତୋଷଜନକ ଉତ୍ତର ନଥିଲା। ଏଣୁ  କର୍ପୋରେଟରମାନେ ବୈଠକ ଭିତରେ ଚେୟାର, ପାଣି ବୋତଲ ସବୁ ଫିଙ୍ଗି‌ଥିଲେ। ମେୟର ବୁଝାଇବା ପରେ ପରିବେଶ ଶାନ୍ତ ପଡ଼ିଥିଲା। ସେପଟେ ବିନା କାରଣରେ ଟିପିସିଓଡିଏଲ୍‌ ବିଭିନ୍ନ ଅଞ୍ଚଳରେ ବିଜୁଳି ସଂଯୋଗ ବିଛିନ୍ନ କରି ଦେଉଛି। ବିଏମ୍‌ସି ପାଖରେ ବି ଏ ଖବର ରହୁନି। ଅନେକ ସ୍ଥାନରେ ବିପଦସଂକୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟ ରହିଛି। କିଛି ଅଘଟଣ ‌ଘଟିଲେ, କିଏ ଉତ୍ତରଦାୟୀ ରହିବ ବୋଲି ପ୍ରଶ୍ନ କରିଥିଲେ। ଏପରିକି ଟିପିସିଓଡିଏଲ୍‌ ବିଭିନ୍ନ ସ୍ଥାନରେ ମନଇଛା ରାସ୍ତାଘାଟ ଖୋଳି ଦେଉଥିବାରୁ କର୍ପୋରେଟରମାନେ ବିଗିଡ଼ିଥିଲେ। ମେୟର ଟିପିସିଓଡିଏଲ୍‌ ଅଧିକାରୀଙ୍କୁ ତୁରନ୍ତ ବିପଦସଂକୁଳ ଖୁଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Conference: ଆଜି ଏଏନ୍‌ଟିଏଫ୍ ମୁଖ୍ୟମାନଙ୍କ ୩ୟ ସମ୍ମିଳନୀ ଉଦ୍‌ଘାଟନ କରିବେ ଅମିତ ଶାହ

ରାସ୍ତା ମରାମତି ପାଇଁ ପ୍ରତି ୱାର୍ଡକୁ ୫ଲକ୍ଷ
ଦୁର୍ଗାପୂଜା ପୂର୍ବରୁ ରାସ୍ତାଘାଟ ମରାମତି ପାଇଁ ପ୍ରତି ୱାର୍ଡକୁ ବିଏମ୍‌ସି ପକ୍ଷରୁ ୫ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି। ବିଶେଷ କରି ଦୁର୍ଗାପୂଜା ଆୟୋଜନ ସ୍ଥଳକୁ ସଂଯୋଗ କରୁଥିବା ରାସ୍ତାଘାଟକୁ ଏହି ଅନୁଦାନରେ ଅଗ୍ରାଧିକାର ଭିତ୍ତିରେ ମରାମତି କରାଯିବ। ରାସ୍ତାକୁ ବଢ଼ିଥିବା ଗଛର ଡାଳ କାଟିକା ପାଇଁ ବିଏମ୍‌ସି ପରିବେଶ ବିଭାଗକୁ ମଧ୍ୟ ନିର୍ଦେଶ ଦିଆଯାଇଛି।

ହଟିବ ୪୦ ଫୁଟରୁ ଅଧିକ ଉଚ୍ଚ ହୋର୍ଡିଂ
ବେନିୟମ ଭାବେ ଲାଗିଥିବା ହୋର୍ଡିଂ ସବୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୪୦ ଫୁଟରୁ ଅଧିକ ଉଚ୍ଚ ହୋର୍ଡିଂଗୁଡିକୁ ତୁରନ୍ତ ହଟାଇବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ଏଜି ଛକରୁ ଲୋକସେବାଭବନ ଦେଇ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ରାସ୍ତାରୁ ଅସ୍ଥାୟୀ ହୋର୍ଡିଂ ସବୁ ହଟାଇବାକୁ ନିର୍ଦ୍ଦେଶ ଦିଅଯାଇଛି। ଏହି ଅଞ୍ଚଳକୁ ନୋ ହୋର୍ଡିଂ ଜୋନ୍‌ ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସିଟି ଇଂଜିନିୟର, ଫାଇନାନ୍ସ ଅଧିକାରୀଙ୍କୁ ଗାଳି
ଆଜି କର୍ପୋରେସନ୍‌ ବୈଠକରେ କମିସନର ଚଞ୍ଚଳ ରାଣା ଅନୁପସ୍ଥିତ ରହିଥିଲେ। ସେପଟେ ମେୟର ସଭା ମଞ୍ଚରେ ବସିଥିଲେ ବି ବିଏମ୍‌ସି ସିଟି ଇଂଜିନିୟର, ଚିଫ୍‌ ଫାଇନାନ୍ସ ଅଫିସର ଆସି ନଥିଲେ। ମେୟର ସଭା ମଞ୍ଚରେ ବସିବାର ବହୁ ସମୟ ପରେ ଦୁଇ ଅଧିକାରୀ ପହଞ୍ଚିଥିଲେ। ଏହାକୁ ନେଇ ପ୍ରବଳ ବିଗିଡ଼ିଛନ୍ତ ମେୟର ସୁଲୋଚନା ଦାସ। ଏତେ ବିଳମ୍ବ ହେଲା କାହିଁକି ପ୍ରଶ୍ନ କରିବାରୁ ସିଟି ଇଂଜିନିୟର ଉନ୍ନତି ଭବନରେ କାମ ଥିଲା ବୋଲି କହିଥିଲେ। ଆପଣଙ୍କ କାମ ବିଏମ୍‌ସିରେ ନା ଉନ୍ନତି ଭବନରେ ବୋଲି କହି ମେୟର ଦୁଇ ଅଧିକାରୀଙ୍କୁ ବିଗିଡ଼ିବାର ଦେଖିବାକୁ ମିଳିଥିଲା।

୪୮ ପ୍ରତିଶତ ଲେସ୍‌ରେ କାମ ଇଣ୍ଟରନାଲ୍‌ ଭିଜିଲାନ୍ସ କମିଟିକୁ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଅନେକ କାମ ମନଇଛା କରାଯାଇଛି। ନିୟମାନୁଯାୟୀ, କଣ୍ଟ୍ରାକ୍ଟ୍‌ସ କମିଟି ଏହା ଜାଣିବା କଥା ଓ ସୁପାରିସ କରିବା କଥା। କିନ୍ତୁ କଣ୍ଟ୍ରାକ୍ଟ୍‌ସ କମିଟିକୁ ବି ଏହା ଜଣାଯାଇନି। ସେପଟେ କେଉଁଠି ୨୯ ପ୍ରତିଶତ ତ କେଉଁଠି ୩୬ ପ୍ରତିଶତ, ପୁଣି କେଉଁଠି ୪୮ ପ୍ରତିଶତ ଲେସ୍‌ରେ ଟେଣ୍ଡର ଦିଆଯାଇଛି ଓ କାମ କରାଯାଇଛି। ଜଣେ ୪୮ ପ୍ରତିଶତ ଲେସ୍‌ରେ କିଭଳି କାମ କଲା ବୋଲି କର୍ପୋରେଟରମାନେ ପ୍ରଶ୍ନ କରିଥିଲେ। ପାଇକରାପୁର ଗାଁ ରାସ୍ତା ୧୫ ଫୁଟିଆ ହେବାର ଥିଲା। କିନ୍ତୁ ସଂପୂର୍ଣ୍ଣ ରାସ୍ତା ନକରି ଏହି ରାସ୍ତାରେ ଥିବା ଏକ ବିଲ୍‌ଡର ସଂସ୍ଥାର ଘର ପର୍ଯ୍ୟନ୍ତ ୪୦ ଫୁଟିଆ କରି କାମ ସାରି ଦିଆଯାଇଛି। କାମର ବିଲ୍‌ ବି ହୋଇସାରିଛି। ସେପଟେ ଗଣେଶ ପୂଜା ମୂର୍ତ୍ତି ବିସର୍ଜନ ପାଇଁ ଯେଉଁ ଅସ୍ଥାୟୀ ପୋଖରୀ କରାଯାଇଥିଲା, ତାକୁ ୪୮ ପ୍ରତିଶତ ଲେସ୍‌ରେ ଟେଣ୍ଡର ଦିଆଯାଇଛି। ୭ କୋଟି ଟଙ୍କାର ପ୍ରାଚୀର ଓ ଅନ୍ୟାନ୍ୟ କାମ ବି ଲେସ୍‌ରେ କରାଯାଇଛି। ଏଣୁ ବିଏମ୍‌ସିର ଇଣ୍ଟରନାଲ୍‌ ଭିଜିଲାନ୍ସ କମିଟି ଜରିଆରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ୪୦ ପ୍ରତିଶତ କମ୍‌ରେ ଟେଣ୍ଡର ନେଉଛନ୍ତି, ସେମାନେ କାମ କରିବା ପୂର୍ବରୁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଦେବେ। ବିପଦ ସଂକୁଳ ଅବସ୍ଥାରେ ଥିବା ଯାତ୍ରୀନିବାସ ଓ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପର ନବୀକରଣ ସଂପର୍କରେ ମଧ୍ୟ ଆଲୋଚନା ହୋଇଛି।

Horoscope 2026 September 22: ଜାଣନ୍ତୁ ଆଜିର ରାଶିଫଳ...

ବର୍ଜ୍ୟ ସଂଗ୍ରହ ପାଇଁ ଭଡ଼ାରେ
ଆସିବ ୨୫୫ ଗାଡ଼ି
ଘରକୁ ଘର ବୁଲି ବର୍ଜ୍ୟ ସଂଗ୍ରହ ପାଇଁ ୨୫୫ଟି ଗାଡ଼ି(ଏଲ୍‌ସିଭି) ଭଡ଼ାରେ ଆଣିବାକୁ ନିଷ୍ପତ୍ତି ନେଇଛି। ଯେଉଁଥିରୁ ୫୦ ପ୍ରତିଶତ ଗାଡ଼ି ଇଲେକ୍ଟ୍ରିକ ଚାଳିତ ରହିବ। ଆଜି କର୍ପୋରେସନ୍‌ ଏଥିରେ ମୋହର ମାରିଛି। ଏଥିପାଇଁ ବିଏମ୍‌ସି ଟେଣ୍ଡର ଆହ୍ବାନ(ଆର୍‌ଏଫ୍‌ପି) କରିବାକୁ ଯାଉଛି। ଘରକୁ ଘର ବୁଲି ଅଳିଆ ସଂଗ୍ରହରେ ନିୟୋଜିତ ଏଜେନ୍ସିଙ୍କୁ ପୂର୍ବରୁ ବିଏମ୍‌ସି ନିଜେ କିଣିଥିବା ଗାଡ଼ି ଯୋଗାଇ ଦେଉଥିଲା। କିନ୍ତୁ ଏହାର ମରାମତି ଓ ପରିଚାଳନା ଖର୍ଚ୍ଚ ଅଧିକ ଥିଲା। ଏବେ ଯେଉଁ ଏଜେନ୍ସି ୨୫୫ ଗାଡ଼ି ଭଡ଼ାରେ ଦେବ, ସେହି ଏଜେନ୍ସି ଏହାର ମରାମତି ଓ ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ବହନ କରିବ ବୋଲି ନିଷ୍ପତ୍ତି ହୋଇଛି। ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି, ୨୦୨୦-୨୧ରେ ମସିହାରେ ବିଏମ୍‌ସି ଘରକୁ ଘର ବୁଲି ଅଳିଆ ସଂଗ୍ରହ ପାଇଁ ୨୭୫ଟି ଗାଡ଼ି କିଣିଥିଲା। ଏହି ଗାଡ଼ି ପୁରୁଣା ହୋଇଯାଇଥିବାରୁ ବାରମ୍ବାର ମରାମତି ମାଗୁଥିଲା ଓ ଏ ବାବଦରେ ବହୁ ଖର୍ଚ୍ଚ ହେଉଥିଲା। ଅନେକ ସମୟରେ ଦୈନନ୍ଦିନ ବର୍ଜ୍ୟ ସଂଗ୍ରହ କାର୍ଯ୍ୟ ବି ବାଧାପ୍ରାପ୍ତ ହେଉଥିଲା। ଏହି ବର୍ଜ୍ୟସଂଗ୍ରହ ପାଇଁ ୬୭ ୱାର୍ଡକୁ ୬ଟି ପ୍ୟାକେଜ୍‌ରେ ବିଭକ୍ତ କରାଯାଇଥିବା ଉତ୍ତର ଜୋନ୍‌-୧ ଓ ୨ ପାଇଁ ୯୭ଟି, ଦକ୍ଷିଣ-ପଶ୍ଚିମ ଜୋନ୍‌-୧ ଓ ୨ ପାଇଁ ୯୨ଟି ଓ ଦକ୍ଷିଣ-ପୂର୍ବ ଜୋନ୍‌-୧ ଓ ଦକ୍ଷିଣ-ପୂର୍ବ ଜୋନ୍‌-୨ ୬୭ଟି ଗାଡ଼ି ଭଡ଼ାରେ ଆସିବ। ଏଥିରୁ ରାତ୍ରୀକାଳୀନ ବର୍ଜ୍ୟ ସଂଗ୍ରହରେ ପର୍ଯ୍ୟାୟକ୍ରମେ ୨୭ଟି, ୨୧ଟି ଓ ୨୭ଟି ଗାଡ଼ି ଜୋନ୍‌ୱାରି ନିୟୋଜିତ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.