Blue Lake: ବ୍ଲୁ ଲେକ୍‌ରେ ବୁଡ଼ିଗଲେ ୨ ସାଙ୍ଗ: ବେଆଇନ ଖଣି ଖନନରୁ ସୃଷ୍ଟି ହୋଇଛି କୃତ୍ରିମ ହ୍ରଦ

1 hour ago 1
ARTICLE AD BOX

ନୀଳଗିରି: ବାଲେଶ୍ବରଜିଲ୍ଲା ନୀଳଗିରି ବ୍ଲକ୍‌ ମିତ୍ରପୁର ମଛୁଆଁ ଗାଁସ୍ଥିତ ବ୍ଲୁ ଲେକ୍‌ (ବେଆଇନ ଖଣି ଖନନରୁ ସୃଷ୍ଟି ହୋଇଥିବା‌ କୃତ୍ରିମ ହ୍ରଦ)ରେ ଗାଧୋଇବା ସମୟ‌ରେ ୨ ଜଣ କଲେଜ ଛାତ୍ର ବୁଡ଼ି ଯାଇଥିବାବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୫ ଘଣ୍ଟାର ସର୍ଚ୍ଚ ଅପରେସନ୍‌ ପରେ ମଧ୍ୟ ମୃତଦେହ ଉଦ୍ଧାର କରାଯାଇ ପାରିନାହିଁ। ସନ୍ଧ୍ୟା ହୋଇଯିବାରୁ ଆଜି ଖୋଜାଖୋଜି ବନ୍ଦ ରହିଥିବା ବେଳେ ରବିବାର ସକାଳୁ ପୁଣି ଆରମ୍ଭ ହେବ ବୋଲି ପୁଲିସ କହିଛି। ବାରିପଦା ଟାଉନ୍‌ ଥାନା ତକତପୁର ଅଞ୍ଚଳର ଅଜିତ ପାତ୍ରଙ୍କ ପୁତ୍ର ଭବିଷ୍ୟ (୧୬) ଓ ଭଦ୍ରକ ଟାଉନ୍‌ ଥାନା ଅପର୍ତ୍ତିବିନ୍ଧା ଅଞ୍ଚଳର ଅଂଶୁମାନ ପାତ୍ର ବାଲେଶ୍ବର ଫକୀରମୋହନ ଜୁନିୟର କଲେଜରେ ଯୁକ୍ତ ୨ ବାଣିଜ୍ୟ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ। 

Education: ‘ଏନ୍‌ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ

ଆଜି କଲେଜ ଛୁଟି ଥିବାରୁ ଏହି ଦୁଇ ସାଙ୍ଗ ରେମୁଣା କଲେଜରେ ଯୁକ୍ତ ୨ ବିଜ୍ଞାନ ପଢ଼ୁଥିବା କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ହାତୁରୀକଣା ଗ୍ରାମର ଅର୍ଜୁନ ନାୟକଙ୍କ ପୁତ୍ର ରୋଶନ (୧୬)ଙ୍କ ସହ ମିଶି ପୂର୍ବାହ୍ଣ ୧୦ଟା ସମୟରେ ବାଲେଶ୍ବରରୁ ମିତ୍ରପୁର ବ୍ଲୁ ଲେକ୍‌ ବୁଲିବାକୁ ଯାଇଥିଲେ। ସେଠାରେ ବୁଲାବୁଲି କରିବା ପରେ ଭବିଷ୍ୟ ଓ ଅଂଶୁମାନ ଗାଧୋଇବାକୁ ପାଣିରେ ପଶିଥିଲେ। ହେଲେ ଅସାବଧାନତାବଶତଃ ଭବିଷ୍ୟଙ୍କ ଗୋଡ଼ ଖସିଯାଇଥିଲା। ଅଂଶୁମାନ ତାଙ୍କୁ ଉଦ୍ଧାର କରିବାକୁ ଯାଇ ହାତ ବଢ଼ାଇବାରୁ ଦୁହେଁ ହାତ ଧରାଧରି ହୋଇ ଅଥଳ ଜଳରେ ବୁଡ଼ି ଯାଇଥିଲେ। ନିକଟରେ ଥିବା ରୋଶନ ସେମାନଙ୍କୁ ଉଦ୍ଧାର କରିବାରେ ବିଫଳ ହେବାରୁ ଆଖପାଖ ଲୋକଙ୍କୁ ଡାକ ପକାଇଥିଲେ। ହେଲେ ଗଭୀର ପାଣିରୁ ସେମାନଙ୍କୁ ଉଦ୍ଧାର କରିବାକୁ କେହି ସାହସ ଜୁଟାଇ ପାରିନଥିଲେ। ଖବର ପାଇ ପୁଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ବି ୨ ଛାତ୍ରଙ୍କ ସନ୍ଧାନ ମିଳି ପାରିନାହିଁ। ଏହି କୃତ୍ରିମ ହ୍ରଦରେ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.