Blood Pressure: ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ଏହିସବୁ ପରିବା

1 hour ago 2
ARTICLE AD BOX

ଭୁବନେଶ୍ୱର: ଆଜିକାଲି ଉଚ୍ଚ ରକ୍ତଚାପସମସ୍ୟା ପ୍ରତ୍ୟେକ ବୟସର ଲୋକଙ୍କଠାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦୀର୍ଘ ସମୟ ଧରି ରକ୍ତଚାପ(ବିପି) ନିୟନ୍ତ୍ରଣରେ ନରହିଲେ ହୃଦଘାତ, ଷ୍ଟ୍ରୋକ୍‌, କିଡ୍‌ନୀ ରୋଗ ଏବଂ ଆଖି ସମ୍ବନ୍ଧୀୟ ଜଟିଳତା ବଢ଼ିବାର ଆଶଙ୍କା ଥାଏ। ତେବେ ସଠିକ୍‌ ଔଷଧ ସହିତ ଉପଯୁକ୍ତ ଖାଦ୍ୟପେୟ ମାଧ୍ୟମରେ ବିପିକୁ ନିୟନ୍ତ୍ରଣରେ ରଖାଯାଇପାରିବ। ବିଶେଷ କରି କିଛି ନିର୍ଦ୍ଦିଷ୍ଟ ପରିବାରେ ଥିବା ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫାଇବର୍ ରକ୍ତଚାପକୁ ସନ୍ତୁଳିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରୁଥିବା ପ୍ରମୁଖ ପରିବା:
ପାଳଙ୍ଗ
ପାଳଙ୍ଗରେ ପ୍ରଚୁର ପରିମାଣରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ନାଇଟ୍ରେଟ୍ସ ରହିଥାଏ। ଏହା ରକ୍ତବାହୀ ନଳୀକୁ ଶିଥିଳ କରିବା ସହ ଶରୀରରୁ ଅତିରିକ୍ତ ସୋଡିୟମ୍ ବାହାର କରିବାରେ ସାହାଯ୍ୟ କରେ।

ବିଟ୍
ବିଟ୍ ହେଉଛି ପ୍ରାକୃତିକ ନାଇଟ୍ରେଟ୍‌ସର ଏକ ଭଲ ଉତ୍ସ। ଶରୀରରେ ଏହା ନାଇଟ୍ରିକ୍ ଅକ୍ସାଇଡ୍‌ରେ ପରିଣତ ହୋଇ ରକ୍ତ ପ୍ରବାହକୁ ସୁଗମ କରିଥାଏ ଏବଂ ବିପି କମ୍ କରିବାରେ ସହାୟକ ହୁଏ।

ମେଥି
ମେଥି ପତ୍ରରେ ଫାଇବର୍, ପୋଟାସିୟମ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟସ ଭରପୂର ମାତ୍ରାରେ ଥାଏ, ଯାହା ହୃଦୟକୁ ସୁସ୍ଥ ରଖିବା ସହ ରକ୍ତଚାପ ସନ୍ତୁଳିତ ରଖେ।

ଆହୁରି ପଢନ୍ତୁ: Rahul Gandhi: ମହିଳା କୋଟା ବିଲ୍‌କୁ ନେଇ ରାହୁଲ ଗାନ୍ଧୀ କିରେନ୍‌ ରିଜିଜୁ ମୁହାଁମୁହିଁ

ବ୍ରୋକୋଲି 
ଏଥିରେ ଫାଇବର୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍-ସି ରହିଥାଏ, ଯାହା ରକ୍ତଚାପ ନିୟନ୍ତ୍ରଣରେ ସାହାଯ୍ୟ କରେ।

ଲାଉ
ଲାଉରେ ଜଳୀୟ ଅଂଶ ଅଧିକ ଏବଂ ସୋଡିୟମ୍ ପରିମାଣ ଖୁବ୍ କମ୍ ଥାଏ। ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ବିପି ନିୟନ୍ତ୍ରଣ କରିବାରେ ଲାଭଦାୟକ ହୋଇଥାଏ |

ଟମାଟୋ 
ଲାଇକୋପିନ୍, ପୋଟାସିୟମ୍ ଏବଂ ଭିଟାମିନ୍-ସି ଯୁକ୍ତ ଟମାଟୋକୁ ସାଲାଡ୍, ତରକାରୀ କିମ୍ବା ସୁପ୍ ଆକାରରେ ଗ୍ରହଣ କରାଯାଇପାରିବ।

ଆହୁରି ପଢନ୍ତୁ: Russia: କିଭରେ ରୁଷର ଭୟଙ୍କର ଆକ୍ରମଣ; ୩ବର୍ଷର ଶିଶୁ ସମେତ ୪ ମୃତ

ଗାଜର
ଗାଜରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟସ ଏବଂ ପୋଟାସିୟମ୍ ରକ୍ତବାହୀ ନଳୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ବନ୍ଧାକୋବି
ଫାଇବର୍ ଏବଂ ଭିଟାମିନ୍-କେ ଯୁକ୍ତ ବନ୍ଧାକୋବି ନିୟମିତ ଖାଇବା ଦ୍ୱାରା ହୃଦ୍‌ରୋଗ ଏବଂ ହାଇ ବିପି ଆଶଙ୍କା ହ୍ରାସ ପାଏ।

ସଜନା ଛୁଇଁ ଓ ପତ୍ର 
ଏଥିରେ ଥିବା ପୋଷକ ତତ୍ତ୍ୱ ରକ୍ତ ସଞ୍ଚାଳନକୁ ସୁଧାରି ବିପି ସନ୍ତୁଳିତ ରଖିବାରେ ସାହାଯ୍ୟ କରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.