Blood Donation: ରକ୍ତ ନୁହେଁ, ଜଣେ ଯୁବକ ପାଇଁ ଦୌଡ଼ିଲା ମାନବିକତା!

52 minutes ago 2
ARTICLE AD BOX

ବୈଶିଙ୍ଗା (ଦୀପକ କୁମାର ସିଂହ): ସାମ୍ବାଦିକତା କେବଳ ଖବର ପରିବେଷଣରେ ସୀମିତ ନୁହେଁ, ମାନବିକତାର ସେବାରେ ମଧ୍ୟ ଏହାର ଏକ ବଡ଼ ଭୂମିକା ରହିଛି। ଏହାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ବୈଶିଙ୍ଗା ପ୍ରେସ୍ କ୍ଲବର ସାମ୍ବାଦିକ ଅବିନାଶ ପଣ୍ଡା। ଜଣେ ରକ୍ତ କର୍କଟରେ ପୀଡିତ ଯୁବକର ଜୀବନ ରକ୍ଷା ପାଇଁ ପ୍ରାୟ ୨୫୦ କିଲୋମିଟର ଦୂର ବୈଶିଙ୍ଗାରୁ ଭୁବନେଶ୍ୱର ଏମ୍ସ ଯାଇ SDP ପ୍ଲେଟଲେଟ୍ ଦାନ କରିଛନ୍ତି।

ହିତେଶ କୁମାର ନାଥ (୨୩) ଚିକିତ୍ସାଧୀନ ଥିବାବେଳେ ତାଙ୍କ ପାଇଁ ତୁରନ୍ତ SDP ପ୍ଲେଟଲେଟ୍‌ର ଆବଶ୍ୟକତା ପଡ଼ିଥିଲା। ରକ୍ତ ଓ ପ୍ଲେଟଲେଟ୍‌ର ଜରୁରୀ ଆବଶ୍ୟକତା ନେଇ କଟକର ସମାଜସେବୀ ପୁଷ୍ପଲତା ମହାନ୍ତିଙ୍କଠାରୁ ସୂଚନା ପାଇବା ପରେ ଅବିନାଶ ବିଳମ୍ବ ନକରି ଭୁବନେଶ୍ୱର ଏମ୍ସ ଅଭିମୁଖେ ବାହାରିଥିଲେ। ନିଜ ସମୟ ଓ ସୁବିଧାକୁ ପଛରେ ପକାଇ ଏମ୍ସରେ ପହଞ୍ଚି SDP ପ୍ଲେଟଲେଟ୍ ଦାନ କରିଥିଲେ ଅବିନାଶ। ତାଙ୍କ ଏହି ମାନବିକ ପଦକ୍ଷେପ ହିତେଶଙ୍କ ପରିବାର ପାଇଁ ଏକ ନୂଆ ଆଶାର କିରଣ ସାଜିଛି।

Blood Donation: ଷ୍ଟେଟ୍‌ ବ୍ୟାଙ୍କର ରକ୍ତଦାନ ଶିବିର

ମା'ଙ୍କୁ ହରାଇଥିବା ଯୁବକକୁ ମିଳିଲା ଭରସା 
ହିତେଶଙ୍କ ବାପା ରତିକାନ୍ତ ନାଥଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ସମୟରେ ତାଙ୍କ ପତ୍ନୀ ତଥା ହିତେଶଙ୍କ ମା'ଙ୍କ ମୃତ୍ୟୁ ଘଟିଥିଲା। ମା'ଙ୍କୁ ହରାଇବା ପରେ ପରିବାର ଏବେ ପୁଅର ଚିକିତ୍ସା ପାଇଁ ଏକ କଠିନ ସମୟ ଦେଇ ଗତି କରୁଛି। ଏଭଳି ଏକ ସଙ୍କଟମୟ ସମୟରେ ଅଜଣା ପରିବାର ପାଇଁ ଜଣେ ସାମ୍ବାଦିକଙ୍କ ଏଭଳି ନିଷ୍ଠାପୂର୍ଣ୍ଣ ସହଯୋଗ ତାଙ୍କ ପରିବାରକୁ ଦେଇଛି ନୂଆ ଭରସା ଓ ବଞ୍ଚିବାର ଆଶା।

ମାନବିକତାର ନୂଆ ପରିଚୟ
ଜଣେ ସାମ୍ବାଦିକ ଭାବେ ସମାଜର ସମସ୍ୟାକୁ ସାମ୍ନାକୁ ଆଣିବା ସହ ନିଜେ ମଧ୍ୟ ଜଣେ ଅସହାୟଙ୍କ ପାଇଁ ଆଗକୁ ଆସିବା ଘଟଣା ଏବେ ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅବିନାଶ ପଣ୍ଡାଙ୍କ ଏହି ମାନବିକ ପଦକ୍ଷେପକୁ ପ୍ରେସ କ୍ଲବ ବୈଶିଙ୍ଗାର ବରିଷ୍ଠ ସଦସ୍ୟ ଯୋଗେଶ୍ୱର ଦାସ, ନିଶିତ ରାଉତ, ଦୀପକ କୁମାର ସିଂହ, ରଣଜିତ ନାୟକ ପ୍ରମୁଖଙ୍କ ସହିତ ବିଭିନ୍ନ ମହଳରୁ ପ୍ରଶଂସା କରାଯାଉଥିବା ବେଳେ, ଜଣେ ଅସୁସ୍ଥଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ଏହି ଉଦ୍ୟମ ନିଶ୍ଚିତ ଭାବେ ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.