Blast: ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ, ଗୋଟିଏ ପରିବାରର ୩ ଜଣ ଆହତ

6 hours ago 2
ARTICLE AD BOX

ଛତ୍ରପୁର: ଗଞ୍ଜାମଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଅରବିନ୍ଦ ନଗର ଦ୍ୱିତୀୟ ଲେନ୍‌ରେ ଏକ ଭଡ଼ା ଘରେ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ ଘଟିଛି। ଗୁରୁବାର ଭୋର ପ୍ରାୟ ୪ଟାରୁ ୪ଟା ୩୦ ମଧ୍ୟରେ ଘଟିଥିବା ଏହି ଅଘଟଣରେ ଘର ମାଲିକ କପିଳ ମହାରଣା, ତାଙ୍କ ପୁଅ ବିକାଶ ମହାରଣା ଓ ପତ୍ନୀ ମୀରା ମହାରଣା ଅଗ୍ନିଦଗ୍ଧ ହୋଇ ଆହତ ହୋଇଛନ୍ତି।   ଘଟଣା ପରେ ଆହତମାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଅଧିକ ଚିକିତ୍ସା ନିମନ୍ତେ କପିଳ ଓ ତାଙ୍କ ପୁଅ ବିକାଶଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢନ୍ତୁ: Vigilance: ଜାଲ୍ ବିଲ୍ ପ୍ରସ୍ତୁତ କରି ୩.୦୩ କୋଟି ଟଙ୍କା ହଡ଼ପ ମାମଲା, ବରିଷ୍ଠ ରାଜସ୍ୱ ସହାୟକ ଶଶିକାନ୍ତ ରଣା ଗିରଫ

ଖବର ପାଇ ଖଲ୍ଲିକୋଟ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଭୁବନେଶ୍ୱରରୁ ଆସିଥିବା ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ଭିଜୁଆଲ୍ ଯାଞ୍ଚ ସହ ଏକ୍ସପ୍ଲୋସିଭ୍ ଭେପର ଡିଟେକ୍ଟର (ଇଭିଡି) ମାଧ୍ୟମରେ ଯାଞ୍ଚ କରିଥିଲେ। ଯାଞ୍ଚରୁ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହେବା ଫଳରେ ଯାନ୍ତ୍ରିକ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ କୌଣସି ବିସ୍ଫୋରକ ପଦାର୍ଥର ଚିହ୍ନ ମିଳିନାହିଁ ବୋଲି ଗଞ୍ଜାମ ପୁଲିସ ପକ୍ଷରୁ ପ୍ରେସ୍ ନୋଟ୍‌ରେ ସ୍ପଷ୍ଟ କରାଯାଇଛି। ଏହି ଘଟଣାରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.