Bjp:ବାଙ୍କୀପୁରରେ ବିଜେପି ଅଚାନକ ପ୍ରାର୍ଥୀ ବଦଳାଇବା ଘଟଣାାରେ ଲାଲୁ ଲିଙ୍କ୍‌

1 hour ago 1
ARTICLE AD BOX

ପାଟନା : ବାଙ୍କୀପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ହଠାତ ଏହାର ପ୍ରାର୍ଥୀ ବଦଳାଇ ଦେବା ଘଟଣା ସାଧାରଣରେ ଶୀର୍ଷ ବି‌ଜେପି ନେତୃବୃନ୍ଦ ଏବଂ ନିର୍ଦ୍ଦିଷ୍ଟ ଭାବେ ବି‌ଜେପି ଜାତୀୟ ସଭାପତି ନିତୀନ ନବୀନଙ୍କ ପାଇଁ ବଡ଼ ଲଜ୍ଜାଜନକ ବିଷୟ ହୋଇଛି। ବାଙ୍କୀପୁରରେ ବିଜେପି ଅଭିଷେକ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଏବଂ ଅଭିଷେକ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ନିତୀନ ନବୀନଙ୍କର ଘନିଷ୍ଠ ସହଯୋଗୀ ଏବଂ ବିଜେପି ଯୁବ ମୋର୍ଚ୍ଚା ନେତା ଅଭିଷେକ କୁମାର ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଦେଇଛନ୍ତି। ତେବେ ଏହା କୌଣସି ବ୍ୟକ୍ତିଗତ କାରଣ ନୁ‌ହେଁ। ଏହା ପଛରେ ଅନ୍ୟ ଏକ ବଡ଼ କାରଣ ରହିଛି।

ଆହୁରି ପଢନ୍ତୁ:Iran:ଖେମିନିଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଆମେ ପ୍ରତିଜ୍ଞାବଦ୍ଧ

 ବିଜେପି ବାଙ୍କୀପୁରରେ ପ୍ରାର୍ଥୀ ବଦଳାଇଛି ଏବଂ ଘଟଣାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଯାଦବଙ୍କର ଏକ ଲିଙ୍କ୍‌ ରହିଛି। ବିଜେପି ଶୁକ୍ରବାର ଅଭିଷେକଙ୍କ ସ୍ଥାନରେ ବାଙ୍କିପୁର ବିଧାନସଭା ଆସନ ପାଇଁ ନିରଜ କୁମାର ସିହ୍ନାଙ୍କୁ ଏହାର ପ୍ରାର୍ଥୀ ଘୋଷଣା କରିଛି। ବାଙ୍କୀପୁର ଆସନରେ ସିିହ୍ନା ଜନ ସୁରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ପାରମ୍ପରିକ ଭାବେ ଏହି ଆସନ ବିଜେପି ଗଡ଼ ହୋଇଥିବାରୁ ଉକ୍ତ ଆସନରେ ଲଢ଼େଇ ଉପରେ ସମସ୍ତଙ୍କ ନଜର ରହିଛି।

ଆହୁରି ପଢନ୍ତୁ:Lalquila: ବୋମା ଧମକ ପରେ ଲାଲକିଲ୍ଲାରେ ସୁରକ୍ଷା କଡ଼ାକଡ଼ି

ସୂଚନାନୁଯାୟୀ ଅଭିଷେକ କୁମାରଙ୍କ ବାପା ରବିନ୍ଦ୍ର ପ୍ରସାଦ ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସହ ଦୋଷୀସାବ୍ୟସ୍ତ ହୋଇଥିଲେ। ଦଳ ଭୟ କରୁଛି ଯେ ପ୍ରଶାନ୍ତ କିଶୋର ଏହି ପ୍ରସଙ୍ଗ ଉଠାଇବେ ଯାହା ବିଜେପିକୁ ବଡ଼ ଆଘାତ ଦେବ। ଉଲ୍ଲେଖଯୋଗ୍ୟ ୨୦୨୨ରେ ସିବିଆଇ ‌ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ସମେତ ୭୫ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ଏହି ଦୁର୍ନୀତି ସମୟରେ ମଗଧ କେମିକାଲ କର୍ପୋରେସନ୍‌ର ମ୍ୟାନେଜର ଥିବା ରବିନ୍ଦ୍ର ପ୍ରସାଦଙ୍କୁ ୩ ବର୍ଷ ଜେଲ୍‌ ହୋଇଥିଲା। ସିବିଆଇ ଏହି ମାମଲାରେ ୨୦୦୧ରୁ ୨୦୦୩ ମଧ୍ୟରେ ୩ଟି ଚାର୍ଜସିଟ୍‌ ଦାଖଲ କରିଥିଲା।

ଆହୁରି ପଢନ୍ତୁ:Accident: ଯୁବକଙ୍କର ମୃତ୍ୟୁ; କାରଖାନାରେ ଉତ୍ତ୍ୟକ୍ତ ଲୋକଙ୍କ ବ୍ୟାପକ ଭଙ୍ଗାରୁଜା

୫୭୫ ସାକ୍ଷୀଙ୍କର ବୟାନ ଆଧାରରେ ଏବଂ ୪୨୦୦ ଦସ୍ତାବିଜ ଆଧାରରେ ତଦନ୍ତକାରୀ ସଂସ୍ଥା ରବିନ୍ଦ୍ର ପ୍ରସାଦଙ୍କୁ ୧୩୯ କୋଟି ଟଙ୍କା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଦର୍ଶାଇଥିଲେ। ବିଜେପିର ବରିଷ୍ଠ ନେତାମାନେ କହିଛନ୍ତି, ସେମାନେ ଏହି ଅଭିଯୋଗ ସଂକ୍ରାନ୍ତରେ ନିକଟ‌ରେ ଜାଣିବାକୁ ପାଇବାପରେ ପ୍ରାର୍ଥୀ ବଦଳାଇବା ନିଷ୍ପତ୍ତି ନେଲେ। ସୂଚନାନୁଯାୟୀ ପ୍ରଶାନ୍ତ କିଶୋର ଏହି ମାମଲାରେ ସମସ୍ତ ଦସ୍ତାବିଜ ହାସଲ କରିଛନ୍ତି ଏବଂ ଏହାକୁ ଚଳିତ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ କରିଥାନ୍ତେ। ବିଜେପି ସଭାପତି ନିତୀନ ନବୀନଙ୍କ ଇସ୍ତଫା ପରେ ବାଙ୍କୀପୁରରେ ନିର୍ବାଚନ ଆବଶ୍ୟକ ପଡ଼ିଛି। ୧୯୯୫ରୁ ବିଜେପି ଉକ୍ତ ଆସନରେ କେବେ ବି ନିର୍ବାଚନ ହାରିନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.