ARTICLE AD BOX
ଭୁବନେଶ୍ବର: ମଙ୍ଗଳବାରଠାରୁ ବିଧାନସଭାରମୌସୁମୀ ଅଧିବେଶନ ବସିବାକୁ ଥିବାବେଳେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି। ଏପରିକି ଗୃହରେ ଅଚଳାବସ୍ଥା ସୃଷ୍ଟି କରିପାରନ୍ତି। ତେଣୁ ଏହାର କିପରି ମୁକାବିଲା କରାଯିବ ସେନେଇ ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି।
ଆଜି ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ପ୍ରାୟ ଦୁଇ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ
ବିରୋଧୀ ବହି ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାବେଳେ ଏମ୍ଏମ୍ଡିଆର୍ ସଂଶୋଧନ ପ୍ରସଙ୍ଗ, ଏସ୍ଆଇଆର୍ରେ ୨୦ଲକ୍ଷରୁ ଅଧିକ ଭୋଟର କଟିବା, ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ଦର୍ଶାଇ ଗୃହରେ ହୋହଲ୍ଲା କରିପାରନ୍ତି। ତେଣୁ ଏହାର କିପରି ଜବାବ ଦିଅାଯିବ ସେନେଇ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଧାୟକଙ୍କୁ ପ୍ରସ୍ତୁତ ହେବାକୁ କହିଛନ୍ତି। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ବିରୋଧୀ ବିଜେଡି ଓ କଂଗ୍ରେସ ଯେଉଁ ସବୁ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ଚାହିବେ ତା’ର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି। ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଯେଉଁ ଭ୍ରମାତ୍ମକ କଥା ଲୋକଙ୍କ ମନରେ ସୃଷ୍ଟି କରୁଛନ୍ତି ଆମେ ସେଗୁଡ଼ିକର ସମ୍ପୂର୍ଣ୍ଣ ତଥ୍ୟ ସହ ଉପସ୍ଥାପନ କରିବୁ। ଏହି ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ଦଳର ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ଦଳର ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

1 week ago
4


