BJD: ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ଅଞ୍ଚଳ ଗ୍ରସ୍ତ ସମୟରେ ୨ ବିଜେଡି ବିଧାୟିକାଙ୍କୁ ଅସମ୍ମାନ ଅଭିଯୋଗ

1 hour ago 2
ARTICLE AD BOX

ଦଶରଥପୁର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ବନ୍ୟା ସମସ୍ୟା ବୁଝିବାକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ବନ୍ୟା ବିପନ୍ନଙ୍କୁ ଭେଟିବା ଯିବାବେଳେ ଦେଖା ଦେଇଥିଲା ଅସନ୍ତୋଷ। ୨ ବିଧାୟିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତରେ ଯିବାକୁ ଦିଆଯାଇନଥିଲା। ଏଣୁ ବିଜେପି ଏବଂ ବିଜେଡି ମଧ୍ୟରେ ଦେଖାଦେଇଛି ବିବାଦ। ବିବାଦ ପହଞ୍ଚିଛି ବର୍ତ୍ତମାନ ଦଶରଥପୁର ଥାନାରେ। ଯାଜପୁର ବିଧାୟିକା ସୁଜାତା ସାହୁ ଆଇଆଇସି ସୁବ୍ରତ ସାହୁଙ୍କୁ ବିଜେପି କର୍ମୀ ଏବଂ ନେତା ଅସମ୍ମାନ କରିବା ଏବଂ ଠେଲାପେଲା କରିଥିବା ଅଭିଯୋଗ କରାଯାଇଛି।

ଥାନର ଦ୍ୱାରସ୍ତ ହୋଇଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ

ଅଭିଯୋଗ ଅନୁସାରେ ଜିଲ୍ଲପାଳ ଅମ୍ବର କୁମାର କର ବିଂଝାରପୁର ବିଧାୟିକା ପ୍ରମିଳା ମଲିକ ଏବଂ ଯାଜପୁର ବିଦାୟିକା ସୁଜାତା ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ଆସି ବନ୍ୟା ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ। ଉଭୟ ବିଧାୟିକା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ମାତ୍ର ତରପଦା ପଞ୍ଚାୟତ ପତିରି ଗ୍ରାମରୁ ପାୱାର ବୋଟ ମାଧ୍ୟମରେ କସପା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମକୁ ଯିବା ପାଇଁ ପ୍ରଶାସନିକ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏହି ୨ ବିଧାୟିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲପାଳ ନେବାକୁ ସୁଯୋଗ ଦେଇନଥିଲେ। ଏଣୁ ୨ ବିଜେଡି ବିଧାୟିକା ଅସନ୍ତୋଷ ବ୍ୟକ୍ତ କରି କାଟିଆ - ବୈଶାପନ ମୁଖ୍ୟ ରାସ୍ତା ଉପରେ ଧାରଣାରେ ବସିଥିଲେ। ଏହାକୁ ନେଇ ଉଭୟ ବିଜେପି ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ପେଲା ଠେଲା ଯୁକ୍ତି ତର୍କ ଲାଗିରହିଥିଲା। ପୁଲିସ ନିୟନ୍ତ୍ରଣ କରିବାରେ ଫେଲ ମାରିଥିବା ଦେଖାଯାଉଛି। ଏହି ଘଟଣାକୁ ନେଇ ଥାନର ଦ୍ୱାରସ୍ଥ ହୋଇଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର।

ଦଶରଥପୁର ବନ୍ୟାଅଂଚଳରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ତରପଦା ପଞ୍ଚାୟତ ପତିରି ଠାରୁ ପ୍ରଶାସନ ଦ୍ୱାରା ଆୟୋଜିତ ୮ ଟି ପାୱାର ବୋଟ ସାହାଯ୍ୟରେ କସାପା ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ପହଁଚିଥିଲେ | ସାଥୀରେ ଅଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ,ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ହିମାଂଶୁ ଶେଖର ସାହୁ, ଅମର ନାୟକ, ଆକାଶ ଦାସ ନାୟକ, ବିଜେପି ନେତା ଗୌତମ ରାୟ, ବବିତା ମଲିକ , ଜିଲ୍ଲାପାଳ ଅମ୍ବର କୁମାର କର, ଏସପି ୟସ ପ୍ରତାପ ଶ୍ରୀମଲ, ପ୍ରମୁଖ ଉପସ୍ଥିତ ଥିଲେ। ଗାଁ ଲୋକଙ୍କ ସହିତ ମୁଖ୍ୟମନ୍ତ୍ରୀ ବନ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।  ଦଶରଥପୁର ବ୍ଲକରେ ଆଗାମୀ ବର୍ଷ କିପରି ଆଉ ବନ୍ୟା  ଆଉ ହେବ ନାହିଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଥିଲେ। 

I‌llegal Mining: ଚୋରା ଖଣିଜ ଦ୍ରବ୍ୟକୁ ନେଇ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଅଭିଯୋଗ

Read Entire Article
LEFT SIDEBAR AD

Hidden in mobile, Best for skyscrapers.