Biker Killed: ଇନୋଭା ଧକ୍କାରେ ବାଇକ ଆରୋହୀ ମୃତ, ଚାଳକ ଅଟକ

1 week ago 6
ARTICLE AD BOX

ବୌଦ୍ଧ: ଇନୋଭାଧକ୍କାରେ ବାଇକ ଆରୋହୀ ମୃତ। ମୃତକ ହେଲେ ମଥୁରା ଗ୍ରାମର ଅଶୋକ ଅଦର। ବୌଦ୍ଧ ଥାନା ଅନ୍ତର୍ଗତ ଚମ୍ପାପୁର ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣାଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିବା ସହ ଭୁବନେଶ୍ୱର-ବୌଦ୍ଧ ଯାତାୟତ ଠପ୍ ହୋଇଯାଇଛି। ​

ଚମ୍ପାପୁର ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା

ସୂଚନା ମୁତାବକ, ଏକ ଇନୋଭା କାର ଦ୍ରୁତ ଗତିରେ ପୁରୁଣାକଟକ ପଟୁ ବୌଦ୍ଧ ଆଡ଼କୁ ଯାଉଥିବା ବେଳେ ଚମ୍ପାପୁର ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସ୍ଥାନୀୟ ଲୋକେ କାରକୁ ଅଟକ ରଖିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି କାର ଡ୍ରାଇଭରଙ୍କୁ ଅଟକ ରଖିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଅନ୍ୟପଟେ ଜବତ ଇନୋଭା କାରଟି ଫୁଲବାଣୀ ପଟୁ ଆସୁଥିବା ବେଳେ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବାରୁ ପୁଲିସ ଗୋଡାଇଥିଲ। ସେଥିପାଇଁ ଦ୍ରୁତ ଗତିରେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟାଇଥିବା ପ୍ରାଥମିକ ସୂଚନା ମିଳିଛି।

Golmaal 5: ରୋହିତ ସେଟ୍ଟୀଙ୍କ ଘୋଷଣା, ୨୦୨୭ ଜାନୁଆରୀ ୮ରେ ରିଲିଜ୍‌ ହେବ ଗୋଲମାଲ ୫

Read Entire Article
LEFT SIDEBAR AD

Hidden in mobile, Best for skyscrapers.