ARTICLE AD BOX
ଭୁବନେଶ୍ବର: ଅଧା ଭୁବନେଶ୍ବର ଟ୍ରାଫିକ୍ ଭିଡ଼ରେ ଆଜି ରୁନ୍ଧି ହୋଇଯାଇଛି। ଦିନରେ ପଳାଶୁଣି ନିକଟରେ କାର୍ ବ୍ରେକ୍ଡାଉନ୍ ଏବଂ ସନ୍ଧ୍ୟାରେ ଗାଡ଼ି ସାଇଡ୍ ମାରିବାକୁ କେନ୍ଦ୍ର କରି ବଚସା ହେବାରୁ ରାଜଧାନୀରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ତା’ ସାଙ୍ଗକୁ ଆସନ୍ତାକାଲି ରବିବାରିଆ ଛୁଟି ଥିବାରୁ ଲୋକେ କର୍ମସ୍ଥଳ ଛାଡ଼ି ଘରକୁ ଫେରୁଥିବାରୁ ରାଜଧାନୀବାସୀଙ୍କ ଜାମ୍ ଯନ୍ତ୍ରଣା ବଢ଼ିଯାଇଛି। ଏନ୍ଏଚ୍ରେ ଜାମ୍ ଉପୁଜିବାରୁ ବମିଖାଲରୁ ରସୁଲଗଡ଼ ଦେଇ ସଂଯୋଗ କରୁଥିବା ଓଭରବ୍ରିଜ୍ ଓ ରାସ୍ତାଗୁଡ଼ିକରେ ମଧ୍ୟ ଟ୍ରାଫିକ୍ ସ୍ଥିତି ଅଣାୟତ ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଏନ୍ଏଚ୍ ବ୍ୟତୀତ ସହର ଭିତରେ ଘଣ୍ଟାଘଣ୍ଟା ଧରି ଗାଡ଼ି ଛିଡ଼ା ହୋଇଥିଲା।
World Tribal Day: ମହଦେବଡ଼ିହିର ମହେନ୍ଦ୍ର ସର୍ଦ୍ଦାର; 'ଅଲ୍ ଅନଲ୍’ ଲିପି ଭୂମିଜ ସମାଜକୁ ଦେଲେ ନୂଆ ପରିଚୟ
ସନ୍ଧ୍ୟା ପ୍ରାୟ ୬ଟା ବେଳକୁ ପଳାଶୁଣିରେ ଏକ ମାଲ୍ ବୋଝେଇ ଟ୍ରକ୍ ଏକ ହ୍ୟୁଣ୍ଡାଇ କାର୍କୁ ସାଇଡ୍ ମାରିବାରୁ କାର୍ର ସମ୍ମୁଖ ଭାଗ ଭାଙ୍ଗିଯାଇଥିଲା। ଫଳରେ କାର୍ ମାଲିକ ରାସ୍ତା ଉପରେ ଗାଡ଼ି କ୍ଷତିପୂରଣ ଦାବିରେ ଟ୍ରକ୍ ଅଟକାଇଥିଲେ। ଫଳରେ ରାସ୍ତାରେ ଗାଡ଼ି ଯାତାୟାତରେ ସମସ୍ୟା ଉପୁଜିଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ପ୍ରାୟ ୭ଟା ବେଳକୁ କ୍ରମାଗତ ଭାବେ ଭୁବନେଶ୍ବରରୁ ଆସୁଥିବା ଗାଡ଼ିଗୁଡ଼ିକ ରସୁଲଗଡ଼ ଫ୍ଲାଏଓଭର୍ ପର୍ଯ୍ୟନ୍ତ ଭିଡ଼ରେ ଫସିଥିଲା। ପରେ ପରେ ଏହି ଜାମ୍ ସତ୍ସଙ୍ଗବିହାର ଦେଇ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ଲମ୍ବିଥିଲା। ଅପରପଟେ, ଏନ୍ଏଚ୍ ଜାମ୍ କାରଣରୁ ବମିଖାଲ ଓ ସହିଦନଗର ମହର୍ଷି କଲେଜ ଦେଇ ରସୁଲଗଡ଼ ଆଡ଼କୁ ଆସିଥିବା ଗାଡ଼ିଗୁଡ଼ିକ ମଧ୍ୟ ଜାମ୍ରେ ଫସିଥିଲା। ଫଳରେ ରସୁଲଗଡ଼କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଯାତାୟାତ ଏକଦମ୍ ଠପ୍ ହୋଇଯାଇଥିଲା। ସେହିଭଳି ଆଜି ଦିନରେ ଏକ କାର୍ ପଳାଶୁଣି ନିକଟରେ ବ୍ରେକ୍ଡାଉନ୍ ହେବାରୁ ଲୋକେ ଜାମ୍ରେ ଫସିଥିଲେ। ପୁନଶ୍ଚ ସେହି ସମୟରେ ସରକାରୀ ଚାକିରିଆଙ୍କ ଅଫିସ୍ ଯିବା ସମୟ ହୋଇଥିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା। ଭୁବନେଶ୍ବରରୁ କଟକ ଯାଉଥିବା ଲୋକେ ପ୍ରାୟ ୪୫ମିନିଟ୍ ଏହି ଜାମ୍ରେ ଫସିଥିଲେ।
Flood in Bhadrak: ଭାଙ୍ଗିଗଲା ନାଳିଆ ନଦୀର ୫୦ ଫୁଟ ବନ୍ଧ
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦିନ ୧୦ଟା ଓ ସନ୍ଧ୍ୟା ୬ଟା ଏହି ସମୟରେ ରାଜଧାନୀରେ ଗାଡ଼ି ଯାତାୟାତ ସର୍ବାଧିକ ହୋଇଥାଏ। ଏହି ସମୟରେ ସାମାନ୍ୟ ଦୁର୍ଘଟଣା ବା ଅନ୍ୟ କୌଣସି କାରଣ ହେଉ। ଟିକେ ଅସୁବିଧା ହେଲେ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ। ତେଣୁ ଏହାକୁ ଆଖି ଆଗରେ ସ୍ଥାନୀୟ ପୁଲିସ ଓ ଟ୍ରାଫିକ୍ ପୁଲିସ୍ର ଅନୁପସ୍ଥିତି ଯୋଗୁଁ ଅସମ୍ଭାଳ ଭିଡ଼ ହୋଇଥିଲା। ଦିନରେ ଏହି ଘଟଣା ଘଟିବା ପରେ ସନ୍ଧ୍ୟା ପାଇଁ ପୁଲିସ ଓ ଟ୍ରାଫିକ୍ ଉଭୟ ସଜାଗ ନ ହେବାରୁ ପୁଣି ସାମାନ୍ୟ ଗାଡ଼ି ସାଇଡ୍ ମାରିବାକୁ ନେଇ ଦୀର୍ଘ ଘଣ୍ଟାଧିକ କାଳ ରାସ୍ତାରେ ଭିଡ଼ ସୃଷ୍ଟି ହୋଇଥିଲା। ଯାହା ପୁଲିସର ଅପାରଗ ଓ ଦୂର ଦୃଷ୍ଟିର ଅଭାବକୁ ସୂଚାଉଛି।
ରଙ୍ଗ ସାଇଡ୍ ଡ୍ରାଇଭିଂକୁ ନେଇ ତାତିଲେ ଲୋକେ
ଭୁବନେଶ୍ବର: ଆଜି ରାତି ପ୍ରାୟ ୯ଟାରେ ରସୁଲଗଡ଼ ଛକରୁ ପଳାଶୁଣୀ ଏନ୍ଏଚକୁ ସଂଯୋଗ କରୁଥିବା ସର୍ଭିସ ରୋଡ୍ରେ ଅସମ୍ଭାଳ ଭିଡ଼ ସୃଷ୍ଟି ହୋଇଛି। ଏକ ମାଲ୍ବାହୀ ଟ୍ରକ୍ ରସୁଲଗଡ଼ସ୍ଥିତ ପେଟ୍ରୋଲ୍ ପମ୍ପରେ ତେଲ ପକାଇବା ପରେ ରଙ୍ଗ୍ ରୁଟ୍ରେ ଗାଡ଼ି ଚଳାଇବାରୁ ରାସ୍ତା ଜାମ୍ ହୋଇଯାଇଥିଲା।ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।ଲୋକେ ସିଧାସଳଖ ଗାଡ଼ି ଛାଡ଼ି ଟ୍ରକ୍ଚାଳକକୁ ପାଟି କରିବା ସହିତ ରାସ୍ତାରେ ହୋହଲ୍ଲା କରିଥିଲେ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ବିପରୀତ ପାର୍ଶ୍ବରୁ ହଟାଇ ପାଖରେ ଥିବା ଏକ କମ୍ପ୍ଲେକ୍ସ ନିକଟରେ ରଖିଥିଲା। କିଛି ସମୟ ମଧ୍ୟରେ ଗାଡ଼ି ଚଳାଚଳ ସ୍ବାଭାବିକ ପରିସ୍ଥିତିକୁ ଆସିଥିଲା। ତେବେ ଏନେଇ ମଞ୍ଚେଶ୍ବର ଥାନା ଅଧିକାରୀ ଗୟାନନ୍ଦ ଶାହା କହିଛନ୍ତି, ମାଲ୍ବାହୀ ଟ୍ରକ୍ ତେଲ ପକାଇବା ପରେ ମଞ୍ଚେଶ୍ବର ପଟକୁ ଫେରିଥାଆନ୍ତା। ମାତ୍ର ଟ୍ରକ୍ ଅଧିକ ଲମ୍ବା ଥିବା କାରଣରୁ ବୁଲାଇବାରେ ସମସ୍ୟା ଉପୁଜିଥିଲା। ଅପରପଟେ ଥାନାରେ ଟ୍ରକ୍କୁ ଲାଗି ଅନ୍ୟ ଗାଡ଼ିଥିବାରୁ ଗାଡ଼ି ବୁଲାଇବାରେ ଆଉ ଏକ ଅସୁବିଧା ହୋଇଥିଲା।

1 hour ago
2

