Bhubaneswar DCP: ସରବଣା ବିବେକ ଭୁବନେଶ୍ବର ଡିସିପି

5 days ago 6
ARTICLE AD BOX

ଭୁବନେଶ୍ବର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ୨୦୧୫ ବ୍ୟାଚ୍‌ ଆଇପିଏସ୍‌ ତଥା ବ୍ରହ୍ମପୁର ଏସ୍‌ପି ଡ‌ା.ସରବଣା ବିବେକ ଏମ୍‌.ଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ଦିଆଯାଇଛି।

The Commissionerate Police: ପୁଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆଣିଲା କମିସନରରେଟ ପୁଲିସ

ସେହିପରି ଢେଙ୍କାନାଳ ଏସ୍‌ପି ଥିବା ୨୦୧୯ ବ୍ୟାଚ୍‌ର ଆଇପିଏସ୍‌ ଅଭିନବ ସୋନକରଙ୍କୁ ବ୍ରହ୍ମପୁର ଏସ୍‌ପି ଓ ତାଙ୍କ ସ୍ଥାନରେ ପାରାଦୀପର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତଥା ୨୦୨୨ ବ୍ୟାଚ୍‌ର ଆଇପିଏସ୍‌ ଅଜିଙ୍କ୍ୟ ବି.ମାନେଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ନିଯୁକ୍ତି ମିଳିଛି। ବରଗଡ଼ ଏସ୍‌ଡିପିଓ ୨୦୨୧ ବ୍ୟାଚ୍‌ ଆଇପିଏସ୍‌ ଏବି ଶିଲ୍ପାଙ୍କୁ ରାଜ୍ୟ ଆରକ୍ଷୀ ମୁଖ୍ୟାଳୟରେ ସହକାରୀ ଆରକ୍ଷୀ ଅଧୀକ୍ଷକ ଭାବେ ନିଯୁକ୍ତ ଦିଆଯାଇଛି।

Police Encounter: କୋଡିନ୍‌ କଫ୍‌ ସିରପ୍‌ ଚାଲାଣ ବେଳେ ପୁଲିସ ସହ ଗୁଳିବିନିମୟ: ଜଣେ ଆହତ, ୨ କାର୍‌ରୁ ୨୪ କାର୍ଟନ୍‌ କଫ୍‌ ସିରପ୍‌ ଜବତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.